ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର  

ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର  

ବନ୍ଧୁଗାଁ ତା ୨୭/୮/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡ଼ସରପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ  ଆଜି ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗ୍ରାମ ପଞ୍ଚାୟତ ସରପଞ୍ଚ ସୁନ୍ଦୁରୁ ପିଡିକାଙ୍କ ଅଧ୍ୟକ୍ଷତା କରି ଥିଲେ । ବିଡ଼ିଓ ଅବିନାଶ ବିଶ୍ୱଜିତ ସେଠୀଙ୍କ ସଭାପତିତ୍ବରେ ବ୍ଲକର  ସମସ୍ତ ବିଭାଗର ଅଧିକାରୀ , ୱାର୍ଡ ମେମ୍ବର, ଅଙ୍ଗନୱାଡ଼ି କର୍ମୀ, ଆଶା ଦିଦି, ମିଶନ ଶକ୍ତିର ଏମବିକେ  ଓ ସିଆରପି ଉପସ୍ଥିତ ରହି ଥିଲେ । ସୋମବାର ଦିନ ଜନ୍ମାଷ୍ଟମୀ ପାଇଁ ଛୁଟି ଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଥିଲା। ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରକାରେ ବ୍ଲକର ସମସ୍ତ ବିଭାଗର ଅଧିକାରୀ ମାନେ ଏହି ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ରହି ସେମାନଙ୍କ କାର୍ଯ୍ୟକ୍ରମର ଯୋଜନା ଗୁଡିକ ଲୋକକୁ ଉପସ୍ଥାପନ କରି ଜଣାଇବା ବ୍ୟବସ୍ଥା ରହି ଥିଲା । ବିଡ଼ିଓ  ଆଜି କେଉଁ କେଉଁ କାର୍ଯ୍ୟଳୟ ରୁ କିଏ କିଏ ଉପସ୍ଥିତ ରହିଛନ୍ତି  ପଚାରି ବୁଝିବା ସହିତ ସମସ୍ତଙ୍କୁ ସ୍ଵାଗତ କରି ଥିଲେ । ଦୁଃଖର ବିଷୟ ଆଜି ଶିକ୍ଷା , ଆରଡି,ଆଇସିଡିଏସ , ଗ୍ରାମାଞ୍ଚଳ ଜଳ ଯୋଗାଣ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଥିବା ବେଳେ ଅନ୍ୟାନ୍ୟ ବିଭାଗର ଅନୁଭୂତି ନ ଥିବା ତଳ କର୍ମଚାରୀ ମାନଙ୍କୁ ପଠାଇ ଉପରସ୍ତ ଅଧିକାରୀ ଆରାମରେ ରହି ଥିବା ଦେଖିବାକୁ ମିଳିଛି। ଯେଉଁ ମାନେ ଉପସ୍ଥିତ ଥିଲେ ସେମାନେ ସଠିକ ଭାବେ ନିଜ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ଗୁଡିକ ଉପସ୍ଥାପନ କରି ଲୋକଙ୍କୁ ସଚେତନତା କରିବା ପାଇଁ ସକ୍ଷମ ନ ଥିଲେ । ଲୋକେ କେମିତି ସଚେତନ ହେବେ ଓ ଉକ୍ତ ବିଭାଗ ଗୁଡ଼ିକର ଯୋଜନା ପାଇ ପାରିବେ ତାହା ପ୍ରଶ୍ନ ଉଠୁଛି । ନିଜ ପଞ୍ଚାୟତ ଭିତରେ ଥିବା ଅନେକ ଗାଁକୁ ସରପଞ୍ଚ ଗସ୍ତ କରୁଥିବା ବେଳେ କିଛି ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହୁ ଥିବା କହି ତାହା ଆଗାମୀ ଦିନରେ ସଠିକ ଭାବେ ଖୋଲିବ ଓ ଗାଁ ଲୋକେ ଯେପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇବେ ଏଥିପାଇଁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଆଦର୍ଶ ତଥା ଧର୍ମପ୍ରାଣ ଦଂପତି ପ୍ରଭାତ ଖଟୁଆ ଓ ଦମୟନ୍ତୀ ଖଟୁଆଙ୍କୁ ଜନ୍ମ ଜୟନ୍ତୀରେ ସମ୍ୱର୍ଦ୍ଧନା

masiha

ମଣ୍ଡଳ ବିଦେଶୀ ମଦ ଦୋକାନକୁ ଅହେତୁକ ଅନୁକମ୍ପା କାହା ସ୍ୱାର୍ଥରେ ?

masiha

ଅଜଣା ଗାଡି ଧକ୍କାରେ ଜଣେ ମୃତ 

masiha

Leave a Comment

error: Content is protected !!