ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଜ ଲୁଙ୍ଗି ଲଗାଇ ପାଗଳ ବ୍ୟକ୍ତି ଜଣକ ଗଛ ଉପରେ ଝୁଲି ଆତ୍ମହତ୍ୟା 

ନିଜ ଲୁଙ୍ଗି ଲଗାଇ ପାଗଳ ବ୍ୟକ୍ତି ଜଣକ ଗଛ ଉପରେ ଝୁଲି ଆତ୍ମହତ୍ୟା 

ବନ୍ଧୁଗାଁ ତା ୨୩/୨/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ରାମଜୀପୁଟ ଗ୍ରାମର ଶିବ ହୁଇକା ୪୫ ବର୍ଷ ପାଗଳ ବ୍ୟକ୍ତି ଜଣକ ନିଲାବାଡି ପଞ୍ଚାୟତର ସବଡମ ଗ୍ରାମ ନିକଟ ଜଙ୍ଗଲ ଥିବା ଗଛ ଉପରେ ନିଜ ଲୁଙ୍ଗି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଗତ ରାତ୍ର ପାଗଳ ହୋଇ ବ୍ୟକ୍ତି ଜଣକ ଗାଁରେ ବୁଲୁ ଥିବା ନିଜ ସ୍ତ୍ରୀ ମିନ୍ଦୁଲି ହୂଇକା କହିଥିବା ବେଳେ ରାତ୍ର ୪ ଘଣ୍ଟା ସମୟରେ ଗାଁ ଛାଡି ପଳାଇ ଯାଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଖୋଜିବାକୁ ଯାଇଥିଲେ ଓ ନ ପାଇବାରୁ ନିଜ ଘରକୁ ଫେରି ଆସିଥିଲେ। ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ସବଡମ ଗ୍ରାମବାସୀ ଦେଖିବା ପରେ ମୃତ ବ୍ୟକ୍ତି ଜଣକ ରାମଜୀପୁଟ ଗାଁର ବ୍ୟକ୍ତି ବୋଲି ଜାଣିବାକୁ ପାଇଥିଲେ। ଆଜି ରାମଜୀପୁଟ ଗ୍ରାମର ଅନେକ ଭଦ୍ର ବ୍ୟକ୍ତି ଓ ନିଜ ସ୍ତ୍ରୀ ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାର ଏଏସଆଇ ବି ଟି ସାଧୁ କେଶ ହାତକୁ ନେଇ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଶବକୁ ଉଦ୍ଧାର କରି ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଶବ ବ୍ୟବଚ୍ଛେଦ କରିବା ଆଣିଥିବା ଜାଣିବାକୁ ମିଳିଛି। ମୃତ୍ୟୁ ବ୍ୟକ୍ତିଙ୍କ ଦୁଇ ଜଣ ଛୋଟ ଶିଶୁ କନ୍ୟା ଥିବା ଜାଣିବାକୁ ମିଳିଛି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ବେଆଇନ ବାଲି ଓ ଚିପ୍ସ ବୋଝେଇ ୧୫ ହାଇୱା ଯବତ

Sunil Chandra Nayak

ନିଘୋଡ଼ ନିଦରେ ଅବକାରୀ ବିଭାଗ/ଆନ୍ଧ୍ରପ୍ରଦେଶକୁ ରାତି ଅଧିଆ ଦେଶୀ ମଦ ଚାଲାଣ 

masiha

ଗୁଣୁପୁର ବନବିଭାଗ କୁ ବଡ଼ ସଫଳତା, ଗାଡ଼ି ସହ ମୂଲ୍ୟବାନ କାଠ ଜବତ

masiha

Leave a Comment

error: Content is protected !!