ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡି ଧକ୍କା ରେ ଭିନ୍ନକ୍ଷମ ବୃଦ୍ଧ ଙ୍କ ମୃତ୍ୟୁ

ଅଜଣା ଗାଡି ଧକ୍କା ରେ ଭିନ୍ନକ୍ଷମ ବୃଦ୍ଧ ଙ୍କ ମୃତ୍ୟୁ

ଚିଲିଗୁଡା ତା ୨/୧୦ ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ମୁଖ୍ୟ ରାସ୍ତାର ହସ୍ପିଟାଲ ପଡା ନିକଟରେ ଗତ କାଲି ସଂଧ୍ୟାରେ ଏକ ଅଜଣା ଗାଡି ଚିଲିଗୁଡା ଗ୍ରାମର ଭିନ୍ନକ୍ଷମ ବୃଦ୍ଧ ଛିଡା ରସିଆ ନାଗ ୮୦ ଙ୍କୁ ଧକ୍କା ଦେଇଥିଲା ।ଯାହା ଫଳରେ ଘଟଣା ସ୍ଥଳରେ ହି ମୃତ୍ୟୁ ହୋଇଥିଲା ।ଖବର ପାଇ ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ ।ସନ୍ଧ୍ୟା ହୋଇ ଥିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରି ନ ଥିଲା ।ଏପରିକି ଭିନ୍ନକ୍ଷମ ବୃଦ୍ଧ ର କେହି ମଧ୍ୟ ଲୋକ ନ ଥିବାରୁ ପୋଲିସ ରାତି ତମାମ ଶବକୁ ଜଗି ରହିଥିଲା ।ଭିନ୍ନକ୍ଷମ ବୃଦ୍ଧ ର ଆତ୍ମୀୟ ସ୍ଵଜନ ,ପରିବାର ବର୍ଗ କେହି ମଧ୍ୟ ନ ବାହାରି ବାରୁ ଆଜି ସକାଳେ ମୁଣ୍ଡର।ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ଏବଂ ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ଙ୍କ ସହାୟତାରେ ଜୁନାଗଡ଼ ଡାକ୍ତର ଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ ଏବଂ ଶବ ସତ୍କାର କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ଗୁଣିଗାରିଡି ସନ୍ଦେରେ ଜଣଙ୍କୁ ହତ୍ୟା ଦୁଇ ଅଟକ

masiha

ଠିକାଦାରଙ୍କ ବିଲ୍ ଆତ୍ମସାତ୍ କରି ଚାଲିଗଲେ ନିର୍ବାହି ଅଧିକାରି,ବିଡ଼ିଓଙ୍କ ପରେ ଥାନାର ଦ୍ୱାରସ୍ତ ହେଲେ କଣ୍ଟ୍ରାକଟର

Sunil Chandra Nayak

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ସହିତ ସ୍କୁଟି ଜବତ, ୦୨ ଗିରଫ 

masiha

Leave a Comment

error: Content is protected !!