ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖାତିଗୁଡ଼ା ଥାନା : କାନ୍ଥ ଖୋଳି ମୋବାଇଲ ଦୋକାନ ରୁ ଚୋରୀ 

ଖାତିଗୁଡ଼ା ଥାନା : କାନ୍ଥ ଖୋଳି ମୋବାଇଲ ଦୋକାନ ରୁ ଚୋରୀ 

ତେନ୍ତୁଳିଖୁଣ୍ଟି ୦୨/୦୮/୨୬  ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ଅନ୍ତର୍ଗତ ଇନ୍ଦ୍ରାବତୀ ପ୍ରକଳ୍ପ ଅଞ୍ଚଳ ରେ ଗତକାଲି ରାତିରେ ମୋବାଇଲ ଦୋକାନ ର କାନ୍ଥ ଖୋଳି ମୋବାଇଲ ଚୋରି ହୋଇଥିବା ରିପୋର୍ଟ ଦରଜ ହୋଇଛି। ପ୍ରକଳ୍ପ ଅଞ୍ଚଳ ମୁଖ୍ୟରାସ୍ତା ରେ ଦତ୍ତାତ୍ରେୟ ମନ୍ଦିର ଷ୍ଟଲ ରେ ଥିବା ଆଶୀର୍ବାଦ ମହାନ୍ତି (ପିଙ୍କୁ) ମୋବାଇଲ ଦୋକାନ ର ପଛ କାନ୍ଥ ଗର୍ତ୍ତ କରି ଦୋକାନରେ ଥିବା ଛଅ ଗୋଟି ୫,ଜି ର ଦାମିକା ମୋବାଇଲ ଦୁର୍ବୁତ୍ତ ଚୋରି କରିଥିବା ଅଭିଯୋଗ ଦରଜ ହୋଇଛି। ଖାତିଗୁଡ଼ା ଥାନାଧିକାରୀ ବୀରେନ୍ଦ୍ର ବାଗ ତଥା ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳ ରେ ପହଞ୍ଚି ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି। ଖୁବଶୀଘ୍ର ଚୋର ଧରାପଡ଼ିବା ନେଇ ସୂଚନା ଦେଇଛନ୍ତି। ପୋଲିସ ପେଟ୍ରୋଲିଙ୍ଗ ସତ୍ତ୍ୱେ ମୁଖ୍ୟ ରାସ୍ତା ରେ ଥିବା ଦୋକାନ ରୁ ଚୋରି ହେବା ସାଧାରଣରେ ଭୟ ସୃଷ୍ଟି କରିଛି।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ନୂଆପଡା ସିଆରପିଏଫ ଓ ମାଓବାଦୀ ଗୁଲିବିନିମୟ ,କୁମ୍ବିଂ ଅପରେସନ ଜାରି

masiha

ବେଆଇନ ଗୋ ଵୋଝେଇ ପିକ ଅପ ଜବତ ସହ ୮ ଗୋରୁ ଉଦ୍ଧାର; ଗୋଚାଲାଣକାରୀକୁ ବାନ୍ଧିଲା ଗ୍ରାମାଞ୍ଚଳ ପୋଲିସ 

Sunil Chandra Nayak

ଖାକିରେ ଲାଗିଲା ଦାଗ, ସ୍ତ୍ରୀର ପରକ୍ରୀୟା ପ୍ରୀତିକୁ ନେଇ ସ୍ବାମୀଙ୍କୁ ଆକ୍ରମଣ, ପ୍ରେମିକ ଗିରଫ

Leave a Comment

error: Content is protected !!