ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କେନ୍ଦ୍ର ସରକାର ର ନାମ ନେଇ ଦୋକାନୀମାନଙ୍କ ଠାରୁ ବେନିୟମ ଟଙ୍କା ଅସୁଲି !!

ଥୁଆମୂଳ ରାମପୁର:୦୯/୦୧ – କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କିଛି ଠକ୍ ବ୍ୟକ୍ତି ଆସି ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କିଆପଦର ଓ ଆଖପାଖ ଗ୍ରାମ ମାନଙ୍କରେ ଥିବା ଦୋକାନୀ ମାନଙ୍କୁ ୯୦୦ ଟଙ୍କା ଲେଖାଏଁ ରେଜିଷ୍ଟ୍ରେସନ ଫି ବାବଦରେ ଅର୍ଥ ଆଦାୟ କରୁଛନ୍ତି ଓ କହୁଛନ୍ତି ଯେ, କେନ୍ଦ୍ର ସରକାର ରେଜିଷ୍ଟ୍ରେସନ ହେଲେ ଯାଇ ଦୋକାନ ଚାଲି ପାରିବ ବୋଲି କହୁଥିବା ସୂଚନା ମିଳିଛି। ସେମାନେ ଆହୁରି କହୁଛନ୍ତି ଯେ କେନ୍ଦ୍ର ସରକାର ର ଅନୁମୋଦନ ଓ ରେଜିଷ୍ଟ୍ରିଭୁକ୍ତ ନ ହେଲେ ଦୋକାନୀମାନେ ବ୍ୟବସାୟ କରିପାରିବେ ନାହିଁ । ତେବେ ଏହାର ଉଦ୍ଦେଶ୍ୟ ସେହି ଦୋକାନୀ ମାନଙ୍କୁ ଜଣାନଥିବା ବେଳେ ଏହି ଅଜଣା ଠକ ବ୍ଯକ୍ତି ମାନେ କିଏ ଓ କାହାର ଅନୁମତି ନେଇ ଏହା କରୁଛନ୍ତି କିମ୍ବା ପ୍ରକୃତରେ ସରକାରଙ୍କ ନିର୍ଦ୍ଦେଶ ରହିଛି ତାହା ତଦନ୍ତ ସାପେକ୍ଷ । ଏହି ଘଟଣାକୁ ନେଇ ଯଦି ତଦନ୍ତ କରାଯାଏ ତେବେ ଘଟଣାର ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ଜଣାପଡିଛି।

ମସିହା ନିଉଜ ସର୍ଭିସ୍ 

Related posts

ଘର ଭଙ୍ଗାକୁ ନେଇ ଏସ୍‌ପିଙ୍କ ଦ୍ବାରସ୍ଥ 

Sunil Chandra Nayak

ଜୁନାଗଡ:ଜୈନିକା ଯୁବତୀକୁ ଗଣ ଦୁଷ୍କର୍ମ ଘଟଣାରେ ଆଉ ତିନି ଗିରଫ

masiha

ବିବାହିତା ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ, ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ

masiha

Leave a Comment

error: Content is protected !!