ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କେନ୍ଦ୍ର ସରକାର ର ନାମ ନେଇ ଦୋକାନୀମାନଙ୍କ ଠାରୁ ବେନିୟମ ଟଙ୍କା ଅସୁଲି !!

ଥୁଆମୂଳ ରାମପୁର:୦୯/୦୧ – କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କିଛି ଠକ୍ ବ୍ୟକ୍ତି ଆସି ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କିଆପଦର ଓ ଆଖପାଖ ଗ୍ରାମ ମାନଙ୍କରେ ଥିବା ଦୋକାନୀ ମାନଙ୍କୁ ୯୦୦ ଟଙ୍କା ଲେଖାଏଁ ରେଜିଷ୍ଟ୍ରେସନ ଫି ବାବଦରେ ଅର୍ଥ ଆଦାୟ କରୁଛନ୍ତି ଓ କହୁଛନ୍ତି ଯେ, କେନ୍ଦ୍ର ସରକାର ରେଜିଷ୍ଟ୍ରେସନ ହେଲେ ଯାଇ ଦୋକାନ ଚାଲି ପାରିବ ବୋଲି କହୁଥିବା ସୂଚନା ମିଳିଛି। ସେମାନେ ଆହୁରି କହୁଛନ୍ତି ଯେ କେନ୍ଦ୍ର ସରକାର ର ଅନୁମୋଦନ ଓ ରେଜିଷ୍ଟ୍ରିଭୁକ୍ତ ନ ହେଲେ ଦୋକାନୀମାନେ ବ୍ୟବସାୟ କରିପାରିବେ ନାହିଁ । ତେବେ ଏହାର ଉଦ୍ଦେଶ୍ୟ ସେହି ଦୋକାନୀ ମାନଙ୍କୁ ଜଣାନଥିବା ବେଳେ ଏହି ଅଜଣା ଠକ ବ୍ଯକ୍ତି ମାନେ କିଏ ଓ କାହାର ଅନୁମତି ନେଇ ଏହା କରୁଛନ୍ତି କିମ୍ବା ପ୍ରକୃତରେ ସରକାରଙ୍କ ନିର୍ଦ୍ଦେଶ ରହିଛି ତାହା ତଦନ୍ତ ସାପେକ୍ଷ । ଏହି ଘଟଣାକୁ ନେଇ ଯଦି ତଦନ୍ତ କରାଯାଏ ତେବେ ଘଟଣାର ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ଜଣାପଡିଛି।

ମସିହା ନିଉଜ ସର୍ଭିସ୍ 

Related posts

ଅବକାରୀ ବିଭାଗ ର ସଫଳତା, ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ, ପିକଅପ ଭ୍ୟାନ ସହ ବିପୁଳ ପରିମାଣ ଚୋରା ଦେଶୀ ମଦ ଜବତ, ଦୁଇ ଗିରଫ,ଗାଡି ଛାଡି ଘଟଣା ସ୍ଥଳରୁ ଚାଳକ ଫେରାର 

Sunil Chandra Nayak

ଗହୀର ମଥା ରେ ବୋଟ ଜବତ,13ମତ୍ସଜୀବି ଗିରଫ

masiha

ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସ କୋର୍ଟ ଦ୍ଵାରା କଳାହାଣ୍ଡି ପୂର୍ବତନ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ହିସାବ ରକ୍ଷକ ଦଣ୍ଡିତ

Leave a Comment

error: Content is protected !!