ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଗଲପୁର ରେ ଥିଲା ଫାଣ୍ଡି ହେଲା ଥାନା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର,୧୦/୦୧ ଗତ କାଲି ଫାଣ୍ଡିରୁ ଥାନାର ମାନ୍ୟତା ପାଇଲା ବଲାଙ୍ଗୀର ଜିଲ୍ଲା ଆଗଲପୁର ଫାଣ୍ଡି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ରାଜ୍ୟର 30 ଗୋଟି ନୂତନ ଥାନା ଉଦ୍‌ଘାଟନ କରିଥିବା ବେଳେ ସେଥିରେ ଆଗଲପୁର ଥାନ ବି ଉଦଘାଟନ କରିଛନ୍ତି I ଏନେଇ ଆଗଲପୁର ଅଞ୍ଚଳରେ ଖୁସି ପ୍ରକଟ କରିଛନ୍ତି ସ୍ଥାନୀୟ ଲୋକେ I ଉଦଘାଟନୀ ଉତ୍ସବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଆରକ୍ଷୀ ଅଧିକ୍ଷକ ନୀତିନ୍ କୁଶଲକର ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲାର ୨୦ ନମ୍ୱର ଥାନା ଭାବେ ମାନ୍ୟତା ପାଇଲା ଆଗଲପୁର I ଆଗଲପୁର ନୂତନ ଥାନା ହେବା ପରେ ସ୍ଥାନୀୟ ଅଞ୍ଚଳରେ ରହିଥିବା ଚୋରୀ, ଡକାୟତି ଓ ବେଆଇନ କାରବାର ହ୍ରାସ ପାଇବ I ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଧନ୍ୟବାଦ ଜଣାଇଛନ୍ତି I 

ବଲାଙ୍ଗିର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ 

Related posts

ପରଜଙ୍ଗ ବ୍ଲକରେ ଢେଙ୍କାନାଳ ୱେବ ମେଡିଆ ସାମ୍ବାଦିକ ସଂଘର ସାଧରଣା ବୈଠକ

Sunil Chandra Nayak

ଓଷାଦେବୀ ହାଇସ୍କୁଲ ରେ ଚାରା ରୋପଣ ଅଭିଯାନ

Sunil Chandra Nayak

କର୍କଟ ସଚେତନତା ଶିବିର ଆୟୋଜନ ଉପରେ ଓଡ଼ିଆ ଜାତୀୟ ସମ୍ମିଳନୀର ପ୍ରସ୍ତୁତି ବୈଠକ

Leave a Comment

error: Content is protected !!