ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

ବିଶୋଇ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

  ମୟୂରଭଞ୍ଜ -,୧୫।୧୨ – ( ମସିହା )ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ସ୍ଥାନୀୟ ବିଶୋଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ବିଶୋଇ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତୁଳସୀ ସିକ୍ରି ହାଁସଦା ମୁଖ୍ୟଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହିତ ଶିବିରରେ ଦିବ୍ୟାଙ୍ଗ ମାନେ ନିଜର ନାମ ପଞ୍ଜିକରଣ କରି କିପରି ସରକାରୀ ଯୋଜନା ପାଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିବେ ସେନେଇ ବ୍ୟକ୍ତବ ରଖିଥିଲେ।ସେହିପରି ବ୍ଲକ ବିଡ଼ିଓ ସଂଯୁକ୍ତା ବାଆ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ବେହେରା ମୁଖ୍ୟବ୍ୟକ୍ତା ଭାବରେ ଯୋଗଦେଇ ଶିବିର ଆୟଜନର ଲକ୍ଷ ସମ୍ବନ୍ଧରେ ସୂଚନା ଦେବା ସହିତ ଦିବ୍ୟାଙ୍ଗଙ୍କୁ ମିଳୁଥିବା ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ସୂଚନା ଦେଇଥିଲେ।ସେହିପରି  ସମ୍ମାନୀୟ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଚନ୍ଦ୍ରମୋହନ ଗିରି,ତହସିଲଦାର ମିତାଲି ମଧୁସ୍ମିତା ଦଳେଇ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ ସୋରେନ ,ବିଶୋଇ ସରପଞ୍ଚ କରୁଣା ସାଗର ମାର୍ଣ୍ଡି,ଲୁହାକାନି ସରପଞ୍ଚ ସଲମା ଟୁଡୁ,ଜୁଡ଼ିଆ ସରପଞ୍ଚ ସାବିତ୍ରୀ ସୋରେନ, ବିଶୋଇ ପଞ୍ଚାୟତ ସମିତି ସଦସ୍ୟ କାଶୁ ମାଝୀ,ଏନ.ବି ପୋଖରିଆ ସରପଞ୍ଚ ଡ଼ମାନ ମୁର୍ମୁ ପ୍ରମୁଖ ଯୋଗଦେଇଥିଲେ ।ଶିବିରରେ ମୋଟ ୪୯୪ ଜଣ ଦିବ୍ୟାଙ୍ଗ ପଞ୍ଜୀକରଣ କରିଥିବା ବେଳେ ୨୦୫ ଜଣଙ୍କୁ  ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ସେହିପରି ୧୬୦ ଜଣଙ୍କୁ ଆୟ ପ୍ରମାଣପତ୍ର,୧୫୦ ଜଣଙ୍କୁ ବସ୍ ପାସ,୮୭ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା,୧୦ ଜଣଙ୍କୁ ବାଣିଶ୍ରୀରେ ବୃତ୍ତି,୨ ଜଣଙ୍କୁ ଜାତୀୟ ବୃତ୍ତି,୬ ଜଣଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ,୨ ଜଣଙ୍କୁ ଉଚ୍ଚଶିକ୍ଷା ଓ ୭୦ ଜଣଙ୍କୁ ଗ୍ରାମୀଣ ଆବାସ ଗୃହ ଓ ବିବାହ ପ୍ରସାହନ ପ୍ରଦାନ ପାଇଁ ଜଣଙ୍କୁ ଚୟନ କରାଯାଇଛି ।ବାରିପଦା ପିଆରଏମ୍ ର ଭେଷଜ ,ଚକ୍ଷୁ,ଅସ୍ଥିଶଲ୍ୟ,ମାନସିକ,ନାସା,କର୍ଣ୍ଣ ଓ ଗୋଳା ବିଭାଗର ବିଶେଷଜ୍ଞ ଡ଼ାକ୍ତର ଯୋଗଦେଇ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରିବା ସହିତ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇଥିଲେ।ବ୍ଲକ ବିପିଏମ ଲକ୍ଷ୍ମଣ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ସମ୍ବଳ ପ୍ରଶିକ୍ଷକ କିଶୋର ସାହୁ ଶିବିର ପରିଚାଳନା କରିଥିଲେ।ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କୁମାର ଦେଵବ୍ରତ ପାତ୍ରଙ୍କ ତତ୍ତ୍ୱାବଧାନରେ ପ୍ରୋଗ୍ରାମ ଆସିଷ୍ଟାଣ୍ଡ ପଦ୍ମ ଲୋଚନ ପାଟବନ୍ଧା ସମେତ ବ୍ଲକର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କୁସୁମଖୁଣ୍ଟି ଠାରେ ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ

Sunil Chandra Nayak

ଜଳେଶ୍ଵର ବ୍ଲକ ଟପ୍ପର ହେଲେ ଅନିକେତ ପାତ୍ର

ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!