ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୁଭମ କେ-ମାର୍ଟ (ଏମ୍.ବି. ମଲ, ନୂଆପଡ଼ା)ରେ ବଡ଼ ଚଢ଼ାଉ: ୧ କ୍ୱିଣ୍ଟାଲରୁ ଅଧିକ ନିଷିଦ୍ଧ ପ୍ଲାଷ୍ଟିକ ଜବତ, ୨୫ ହଜାର ଟଙ୍କା ଜରିମାନା

ଶୁଭମ କେ-ମାର୍ଟ (ଏମ୍.ବି. ମଲ, ନୂଆପଡ଼ା)ରେ ବଡ଼ ଚଢ଼ାଉ: ୧ କ୍ୱିଣ୍ଟାଲରୁ ଅଧିକ ନିଷିଦ୍ଧ ପ୍ଲାଷ୍ଟିକ ଜବତ, ୨୫ ହଜାର ଟଙ୍କା ଜରିମାନା

ନୂଆପଡା ତା:୦୬/୦୬:(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ (SUP) ମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ପିଙ୍କ ଏସ୍‌ୟୁପି ଟିମ୍ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅଧୀନରେ ଶୁଭମ କେ ମାର୍ଟ ଏମ୍.ବି. ମଲ୍ ରେ ଏକ ବ୍ୟାପକ ଚଢ଼ାଉ କରାଯାଇଛି। ଅଭିଯାନ ସମୟରେ ଦୋକାନରୁ ୧ କ୍ୱିଣ୍ଟାଲରୁ ଅଧିକ ନିଷିଦ୍ଧ ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇଥିବା ବେଳେ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୨୫,୦୦୦ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଚଢ଼ାଉ ସମୟରେ ଦୋକାନର ବିକ୍ରୟ କାଉଣ୍ଟର, ଗୋଦାମ ଘର ଏବଂ ଅନ୍ୟାନ୍ୟ ସଂରକ୍ଷଣ ସ୍ଥାନରେ ସଘନ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବହୁ ପରିମାଣର ନିଷିଦ୍ଧ ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ଗଚ୍ଛିତ ରଖାଯାଇଥିବା ଏବଂ ବ୍ୟବହାର କରାଯାଉଥିବା ଚିହ୍ନଟ ହୋଇଥିଲା। ଏହାପରେ ସମସ୍ତ ନିଷିଦ୍ଧ ସାମଗ୍ରୀକୁ ଜବତ କରାଯିବା ସହ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ଏହି ଚଢ଼ାଉରେ ଜଳ ବିଭାଜିକା ଅତିରିକ୍ତ ନିର୍ଦ୍ଦେଶିକା ପ୍ରଭା ସିଂ, ଅତିରିକ୍ତ କୋଷାଗାର ଅଧିକାରୀ ମଧୁସ୍ମିତା ପରିଜା, ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ, ଜିଲ୍ଲା ସଂଯୋଜକ ଅନିଲ କୁମାର ଲେଙ୍କା, ସିଡିପିଓ ନିରୁପା ନାଗ, ବିଡିଓ ରୋହିତ କୁମାର ଭୋଇ ଅଧିକାରୀ ଯୋଗ ଦେଇଥିଲେ।

Related posts

ରାଉରକେଲା ମହାବିଦ୍ୟାଳୟରେ ତିନି ଦିନିଆ ଜିଲ୍ଲା ସ୍ତରୀୟ ରେଡକ୍ରସ୍ ଶିବିର ଉଦଯାପିତ

Sunil Chandra Nayak

ମର୍ମନ୍ଦୁନ୍ତ ଦୁର୍ଘଟଣା,  ଜଣେ ମୃତ ପାଞ୍ଚଜଣ ଗୁରୁତର

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ

Leave a Comment

error: Content is protected !!