ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି 

ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି 

ଭବାନୀପାଟଣା, ୬-୬:- ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ପତ୍ର ସଂଖ୍ୟା ନଂ ୫୫୪୩, ଜୁନ ୫ ଅନୁଯାୟୀ ଆସନ୍ତା ୨୪ ଜୁନ୍ ଠାରୁ ସ୍ନାତକୋତ୍ତର ସେମିଷ୍ଟର ୨ ର ପରୀକ୍ଷା ହେବା ପାଇଁ ଧାର୍ଯ୍ୟ କରାଯାଇଛି। କିନ୍ତୁ ସେହି ସମୟରେ ସର୍ବଭାରତୀୟ ୟୁଜିସି ନେଟ୍ ପରୀକ୍ଷା ଆସନ୍ତା ଜୁନ୍ ୨୨ ରୁ ଜୁନ୍ ୩୦ ମଧ୍ୟରେ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି। ବିଶ୍ବବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ଏହି ୟୁଜିସି ନେଟ ପରୀକ୍ଷା ଦେବା ପାଇଁ ପରିଶ୍ରମ କରିବା ସହିତ ଏହି ପରୀକ୍ଷାକୁ ସମସ୍ତେ ଅପେକ୍ଷା କରିଥାନ୍ତି। ତେଣୁ ସ୍ନାତକୋତ୍ତର ସେମିଷ୍ଟର ୨ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ବିଶ୍ବବିଦ୍ୟାଳୟର ଛାତ୍ର ନେତା କେ ପ୍ରବୀଣ କୁମାର ଲିଖିତ ଭାବରେ ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଅନୁରୋଧ କରିଛନ୍ତି। ବିଶ୍ବବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ବୃହତ୍ତମ ସ୍ବାର୍ଥ ଦୃଷ୍ଟିରୁ ସେମିଷ୍ଟର ପରୀକ୍ଷା ବାତିଲ କରିବା ପାଇଁ ଛାତ୍ର ଛାତ୍ରୀ ମହଲରେ ଅପିଲ ହେଉଥିବା ବେଳେ ବିଶ୍ବବିଦ୍ୟାଳୟ କତୃପକ୍ଷ ଏହି ଘଟଣାରେ କ’ଣ ନିଷ୍ପତ୍ତି ନେଉଛନ୍ତି ଦେଖିବାକୁ ବାକି ରହିଲା।

Related posts

ପରିବାର କେନ୍ଦୁପତ୍ର ତୋଳାଳୀ ଶ୍ରମିକ ,ନିର୍ମାଣ ଶ୍ରମିକ ବିସ୍ଥାପିତ, ତଫସିଲଭୁକ୍ତ ଜନଜାତି ବିକଳାଙ୍ଗ ତଥାପି ସରକାରୀ ଯୋଜନା ଅପହଞ୍ଚ ଏମାନଙ୍କ ପାଖରେ

masiha

ବଳଦିଆମାଳ ଏମ କେ ଏମ ଇଂରାଜୀ ମିଡିୟମ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ 

masiha

ସାମାନ୍ୟ ବର୍ଷା ରେ ଥୁଆମୁଳ ରାମପୁର ବ୍ଳକ ବିଭିନ୍ନ ଅଞ୍ଚଳ ଉବୁଟୁବୁ 

masiha

Leave a Comment

error: Content is protected !!