ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମଜଦୁର ସଭା ର ମଇ ଦିବସ ପାଳନ

ରାଉରକେଲା ମଜଦୁର ସଭା ର ମଇ ଦିବସ ପାଳନ.

ରାଉରକେଲା: ରାଉରକେଲା ମଜଦୁର ସଭା ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଥିଲା। ଏହି ଉପଲକ୍ଷେ ସକାଳ ୭ ଘଟିକା ସମୟରେ ମଜଦୁର ସଭା ର ସହରାଞ୍ଚଳ କାର୍ଯ୍ୟାଳୟ ଠାରେ ସଭାପତି ଶଶଧର ନାୟକ ୟୁନିୟନର ପତକା ଉତ୍ତୋଳନ କରିବା ସହ ଉପସ୍ଥିତ କର୍ମକର୍ତ୍ତା ଓ କର୍ମୀ ଉଦବୋଧନ ଦେଇଥିଲେ। ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ ସାରା ଜଗତର ଶ୍ରମିକ ସମାଜ ମଇ ଦିବସ ପାଳନ କରିବାର ତାତ୍ପର୍ଯ୍ୟ ଓ ଏହାର ପୃଷ୍ଠଭୂମିକୁ ନେଇ ନିଜର ବାର୍ତ୍ତା ରଖିଥିଲେ। ପୁଣି ସକାଳ ୯ ଘଟିକା ରେ ମଜଦୁର ସଭା ମୁଖ୍ୟ କାର୍ଯ୍ୟାଳୟ ବିଶ୍ରାରୋଡ ଠାରେ ରାଉରକେଲା ମଜଦୁର ସଭା ଓ ହିନ୍ଦ୍ ମଜଦୁର ସଭା ସହବନ୍ଧିତ ଅନ୍ୟାନ୍ୟ ସଂଗଠନ ର ଏକ ମିଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଚକ ଲଙ୍ଗଳ ପତକା କୁ ବରିଷ୍ଠ ଶ୍ରମିକ ନେତା ଆଦିକନ୍ଦ ଭୋଳ ଉତ୍ତୋଳନ କରିଥିଲେ। ଏହି ଅବସରରେ ଶ୍ରୀ ଭୋଳ ମଜଦୁର ସଭା ର ସଭାପତି ଶ୍ରୀ ନାୟକ, ସାଧାରଣ ସମ୍ପାଦକ ଶ୍ରୀ ନାୟକ ଉପସ୍ଥିତ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ କଳାକାର ସାହୁ, ସିଦ୍ଧେଶ୍ଵର ବଳ, ଖଗେନ୍ଦ୍ର ବେହେରା, ପ୍ରମୋଦ କୁମାର ଦାସ, ଦିଲ୍ଲୀପ କୁମାର ଜେନା, ପତିତପାବନ ଜେନା, ପ୍ରଫୁଲ୍ଲ କୁମାର ବେହେରା,ବିଷ୍ଠୁମୋହନ ପ୍ରଧାନ ରଞ୍ଜିତ ନାୟକ, ସରୋଜ କୁମାର ରାଉଳ, ମନୋଜ ଦାସ,ମୋତିଲାଲ ଓରାମ, ବିଦେଶୀ ମୁନା, ବନମାଳୀ ବେହେରା, ଦିଗମ୍ବର ମହାନ୍ତି, ବିମଳ ବେହୁରିଆ, ଅକ୍ଷୟ ମହାଳିକ, ସରୋଜ ନାୟକ ଙ୍କ ସମେତ ବହୁ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ। ସେହିପରି ଭାବରେ ବରସୁଆଁ ଖଣି ସ୍ଥିତ ଟେନସା ଓ ବରସୁଆଁ କାର୍ଯ୍ୟାଳୟରେ ରେ ନରେଶ ନାୟକ ଓ ଭଗବାନ ବେହେରା ୟୁନିୟନର ପତକା ଉତ୍ତୋଳନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜେଶ କୁମାର ବେହେରା, କୃଷ୍ଣ ଚନ୍ଦ୍ର ରାଉତ, ଏସ.କେ.ସିରାଜୁଦିନ, ପାଣ୍ଡବ ମାଝୀ, ଜଗନ୍ନାଥ ମଣ୍ଡଳ,କମଲ ରାୟ,ନନୀଗୋପାଳ ପ୍ରଧାନ, ପ୍ରଧାନ ପୂର୍ତ୍ତି ସମେତ ବହୁ କର୍ମୀ ଉପସ୍ଥିତ ଥିଲେ। ସଂଧ୍ୟାରେ ୭ ଘଟିକା ସମୟରେ ରାଉରକେଲା ମଜଦୁର ସଭା ର ମୁଖ୍ୟ କାର୍ଯ୍ୟାଳୟ ବିଶ୍ରାରୋଡ ଠାରେ ସଭା ଅନୁଷ୍ଠିତ ହୋଇଥିଲା । ହିନ୍ଦ୍ ମଜଦୁର ସଭା ସହବନ୍ଧିତ ରାଉରକେଲା ଠିକା ଶ୍ରମିକ ସଭା,ଆଇଡିଏଲ୍ ମଜଦୁର ସଭା, ମ୍ୟୁନିସିପାଲ ଏମ୍ପ୍ଲୋଇଜ ୟୁନିଅନ,ଫେରୋସ୍କାପ,ଶିପ୍ପାଞ୍ଚଳ ମଜଦୁର ସଭା, ନିର୍ମାଣ ମଜଦୁର ସଭା ସହ ଅନ୍ୟାନ୍ୟ ସଂଗଠନ ର କର୍ମକର୍ତ୍ତା ଓ କର୍ମୀ ଙ୍କ ଉପସ୍ଥିତି ରେ ମଇ ଦିବସ ଉପଲକ୍ଷେ ଏକ ସଭା ର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମଜଦୁର ସଭା ର ସଭାପତି ଶ୍ରୀ ନାୟକ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ହିନ୍ଦ୍ ମଜଦୁର ସଭା କାର୍ଯ୍ୟକାରୀ ସଭାପତି ବୈଦ୍ୟନାଥ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ସାଂପ୍ରତିକ ପରିସ୍ଥିତିରେ ସଂଗଠିତ ଓ ଅସଂଗଠିତ କାର୍ଯ୍ୟରତ ଶ୍ରମଜୀବୀ ମଣିଷଙ୍କ ନାନା ବିଧ ସମସ୍ୟାର ଅବତାରଣା କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ନାୟକ ମଇ ଦିବସ ରେ ଶ୍ରମିକ ସମାଜ ପାଇଁ ନିଜର କାର୍ଯ୍ୟଧାରାକୁ ଆହୁରି ବ୍ୟାପକ କରିବାକୁ ସମସ୍ତ ଙ୍କୁ ଆହ୍ୱାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶ୍ରମିକ ନେତା ଆନନ୍ଦ ଚନ୍ଦ୍ର ମହାନ୍ତି, ଖଗେନ୍ଦ୍ର ବେହେରା, ଅସିତ ଦାସ, ସିଦ୍ଧେଶ୍ଵର ବଳ, ସୋମନାଥ ସ୍ବାଇଁ, ନୃପାନନ୍ଦ ନାୟକ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ରାଜ କିଶୋର ବେହେରା,ମାନସ ପଟନାୟକ, ବାପିନ୍ ପାଗଳ, ମୀନକେତନ ବେହେରା,ଆର.କେ.ସାହୁ, ପ୍ରଭାତ ନାୟକ, ପ୍ରକାଶ ସାହୁ , ପ୍ରଦୀପ କୁମାର ଦାସ ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ। ଶେଷରେ କଳାକାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

6 year old Odissi Dancer included in India Book of Records.

masiha

ଚାରବାହାଲ ରେ ନୂଆ ମାର୍କେଟ କମ୍ପ୍ଲେକ୍ସ ର ନିଲାମ ପ୍ରକ୍ରିୟା ଆରମ୍ଭ

Sunil Chandra Nayak

ରାଷ୍ଟ୍ରୀୟ ସେଙ୍ଗେଲ ଅଭିଯାନ ସଭାପତି ସାଲଖାନ ମୁର୍ମୁଙ୍କ ବିରୋଧରେ ଓଡ଼ିଶା କୁଡୁମି ସମାଜ ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନାରେ ଏତଲା

masiha

Leave a Comment

error: Content is protected !!