ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବାମନଘାଟୀ ପ୍ରେସ କ୍ଲବ ଆନୁକୁଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳିତ

ରାଇରଙ୍ଗପୁରରେ ବାମନଘାଟୀ ପ୍ରେସ କ୍ଲବ ଆନୁକୁଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳିତ

 ମୟୂରଭଞ୍ଜ – ୦୨/୦୫ ( ମସିହା)ମଇ ପହିଲା ,ସାରା ବିଶ୍ବରେ ଶ୍ରମିକ,ଖଟିଖିଆ, ମେହନତି ମଣିଷଙ୍କ ସମ୍ମାନାର୍ଥେ ଶ୍ରମିକ ଦିବସ ପାଳନ କରାଯାଇଛି । ସମାଜ ର ପ୍ରଗତି ରଥରେ ଶ୍ରମିକ ମାନଙ୍କ ଭୂମିକା ଅତୁଳନୀୟ, ଅବର୍ଣ୍ଣନୀୟ ଓ ଅନନ୍ୟ ଅଟେ‌ ।ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ବାମନଘାଟୀ ପ୍ରେସ କ୍ଳବ୍ ଆନୁକୁଲ୍ୟରେ ବିଶ୍ଵ ଶ୍ରମିକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସେବା ନିବୃତ ବିଇଓ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀକୁମାର କବି ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା କାର୍ଯ୍ୟରତ ସାମ୍ବାଦିକ ସୁରଥ ପଟ୍ଟନାୟକ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ସାମ୍ବାଦିକ ମେଘନାଦ ହେମ୍ବ୍ରମ ଅତିଥି ପରିଚୟ କରିଥିଲେ ।ପରେ ଅତିଥିଙ୍କ ସମେତ ସମସ୍ତ ସାମ୍ବାଦିକ ମାନଙ୍କୁ ବିଶ୍ବ ଶ୍ରମିକ ଦିବସ ଅବସରରେ ବାମନଘାଟୀ ପ୍ରେସ କ୍ଲବ ତରଫରୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀକୁମାର କବି ସମାଜରେ ଚତୁର୍ଥ ସ୍ତମ୍ଭର ଅବଦାନ ଅବର୍ଣ୍ଣନୀୟ ବୋଲି କହିଥିଲେ ।ଖରା,ବର୍ଷା,ଶୀତ,କାକର,ରୋଗ,ବ୍ୟାଧି ,ପରିବାର ତଥା ନିଜର ସମସ୍ୟାକୁ ତୁଛ ମନେକରି ନିଜେ କ୍ଷେତ୍ରକୁ ଯାଇ ଲୋକମାନଙ୍କ ମୌଳିକ ସମସ୍ଯା, ସାମାଜିକ ସମସ୍ୟା,ଆଂଚଳିକ ସମସ୍ୟାକୁ ନିଜ କଲମରେ ଖବର କାଗଜ ମାଧ୍ୟମରେ ସମାଜକୁ ତଥା ପ୍ରଶାସନକୁ ଜଣାଇବା,ଵୈଦ୍ଯୂତିକ ଓ ଓ୍ବେବ ମିଡ଼ିଆର ପ୍ରତିନିଧି ମାନେ ଲୋକମାନଙ୍କ ମତକୁ ଓ ପରିସ୍ଥିତିକୁ ସଚିତ୍ର ମାଧ୍ଯମରେ ଉତୋଳନ କରି ଟିଭି ଓ ସୋସିଆଲ ମିଡିଆରେ ଉପସ୍ଥାପନ କରିବା ଭଳି ନିର୍ଭିକ ଦାୟିତ୍ଵ ତୁଲାଉଛନ୍ତି । ସେଥିପାଇଁ ସାମ୍ବାଦିକ ମାନଙ୍କ ସାମାଜିକ ସୁରକ୍ଷା ପ୍ରତି ସରକାର ଗୁରୁତ୍ବ ଦେବା ଉଚିତ ବୋଲି କହିଥିଲେ । ସାମ୍ବାଦିକ ଅନଶନ ମହାନ୍ତ,ସୁରଥ ପଟ୍ଟନାୟକ,ସୁଜିତ ପଟ୍ଟନାୟକ, ମନୋରଞ୍ଜନ ତିରିଆ,ତୁଷାରକାନ୍ତ ମହାନ୍ତ ପ୍ରମୁଖ ବିଶ୍ବ ଶ୍ରମିକ ଦିବସ ଉପରେ ଆଲୋକପାତ କରିଥିଲେ । ସାମ୍ବାଦିକ ଅକ୍ଷୟ ବିଶ୍ବାଳ ଶ୍ରମିକ ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସମାଜରେ ସାମ୍ବାଦିକ ମାନଙ୍କ ଭୂମିକା ଅବର୍ଣ୍ଣନୀୟ, ଅତୁଳନୀୟ ଓ ଅନନ୍ୟ ଅଟେ ।ଶ୍ରମିକମାନେ ଗୋଟାଏ ସ୍ଥାନରେ ନିର୍ଦିଷ୍ଟ କେତେ ଘଣ୍ଟା କାର୍ଯ୍ୟ କରୁଥିବାବେଳେ ସାମ୍ବାଦିକମାନେ ସକାଳୁ ରାତି ପର୍ଯ୍ୟନ୍ତ ସମଗ୍ର ଅଂଚଳକୁ ନଜର ଦେଇ ସେଠାକାର ସାମାଜିକ, ରାଜନୈତିକ, ଅର୍ଥନୈତିକ,ପାଣି,ରାସ୍ତାଘାଟ,ବିଜୁଳି, ଶିକ୍ଷା, ସ୍ଵାସ୍ଥ୍ୟ,କୃଷି, ଆଇନ୍ କାନୁନ୍ ଶୃଙ୍ଖଳା , ସଂସ୍କୃତି,ଲୋକ ସମସ୍ଯା ଉପରେ ନଜର ରଖି ନିଜର ଲେଖନୀକୁ ଜୋରଦାର କରିଥାନ୍ତି । ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀ,ଅସାଧୁ ଠିକାଦାର,ଅସାଧୁ ବେପାରୀ,ମଦ ମାଫିଆ,ବାଲି ମାଫିଆ,ରାଜନୈତିକ ଗୁଣ୍ଡା, ଆଂଚଳିକ ଗୁଣ୍ଡାକୁ ଭୟ ନ କରି କୌଣସି ଚାପରେ ନ ରହି ଲେଖନୀ ଜାରି ରଖିଥାନ୍ତି । ହେଲେ ସରକାର ସାମ୍ବାଦିକଙ୍କ ସାମାଜିକ ସୁରକ୍ଷାକୁ ଗୁରୁତ୍ଵ ଦେଉ ନାହାନ୍ତି ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ ।ସରକାର ସାମ୍ବାଦିକଙ୍କ ଗୋପବନ୍ଧୁ ସ୍ଵାସ୍ଥ୍ୟ ଵୀମାକୁ ୧୦ ଲକ୍ଷ ଟଙ୍କା ସହ ପରିବାରର ବାପା,ମାଆ ଓ ସମସ୍ତ ସନ୍ତାନ ମାନଙ୍କୁ ବୀମା ଅନ୍ତର୍ଭୁକ୍ତ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା,ସହଜ କିସ୍ତିରେ ଗାଡ଼ି ଋଣ ଦେବା,ଟ୍ରେନ ପାଶ ଦେବା,ସମସ୍ତ ବ୍ଳକ, ଉପଖଣ୍ଡ ଓ ଜିଲ୍ଲା ସଦର ମହକୁମାରେ ସାମ୍ବାଦିକ ଭବନ ନିର୍ମାଣ,ପୁରୀର ସେବାୟତଙ୍କ ଭଳି ସାମ୍ବାଦିକ ପିଲାମାନଙ୍କର ଛାତ୍ରବୃତ୍ତି ଓ ସାମ୍ବାଦିକ ମାନଙ୍କୁ ଚିହ୍ନଟ କରି ପର୍ଯ୍ୟାୟକ୍ରମେ ପେନସନ ପ୍ରଦାନ, ସାମ୍ବାଦିକମାନଙ୍କୁ ଲାପଟପ୍ ପ୍ରଦାନ, କାର୍ଯ୍ୟକ୍ଷେତ୍ରରେ ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ ଓ ମିଥ୍ୟା ମାମଲାକୁ ତୁରନ୍ତ ହଟାଯିବା ପାଇଁ ସରକାରଙ୍କ ପାଖରେ ଦାବି ରଖିଥିଲେ ।ଏହି କାର୍ଯ୍ୟକ୍ରମରେ ଯାମଦା ବ୍ଳକର ତାରଣା ପଞ୍ଚାୟତ ସମିତି ସଦସ୍ୟ ବିକୁଲ ବାଗେ,ସାମ୍ବାଦିକ ସତ୍ୟରଞ୍ଜନ ପାଲ, ଜୀତେନ୍ଦ୍ର ଅଗ୍ରୱାଲ,ନିରଜ ସାହୁ,ଜଗତ ଵେହେରା, ଶଙ୍କର ମହାନ୍ତ, ପରେଶ ଚନ୍ଦ୍ର ଷଡ଼ଙ୍ଗୀ,ପ୍ରଦୀପ ମହାନ୍ତ,ଶ୍ଯାମଳେନ୍ଦୁ ପରିଡ଼ା,ଉତ୍ତମ ରାମ,ପ୍ରଦୀପ ମହାନ୍ତଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ ରେ ଆସିଲେ ଜିଲ୍ଲା ନୋଡ଼ାଲ ଅଧିକାରିଣୀ ଓ ଜିଲ୍ଲା ସଂଯୋଜିକା 

masiha

ଯୋରନ୍ଦା ରେ ରଜ ମହୋତ୍ସବ ପାଳିତ କଲେ ସରପଞ୍ଚ ଆରତୀ ନାୟକ

Sunil Chandra Nayak

ସୁଲାଇପାଟ ସରକାରୀ ଉଚ୍ଚ ବିଦ୍ଯାଳୟରେ ବେଆଇନ ରୋଷେୟା ନିଯୁକ୍ତି ନେଇ ମହିଳାଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Sunil Chandra Nayak

Leave a Comment

error: Content is protected !!