ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଇତି କ୍ରୀଡା ମହୋତ୍ସବରେ ମିନି ମାରାଥନ୍‌,ରାଜପଥରେ ଦୈାଡିଲା ରାୟଗଡା

ଭାଇଚାରା ସହ ଉତ୍ସାହ ଓ ଉଦ୍ଦୀପନାର ଉତ୍ସବ ହେଉଛି ଚଇତି ମହୋତ୍ସବ : ମନ୍ତ୍ରୀ ଜଗନ୍ନାଥ ସାରକା

ରାୟଗଡା/୧୧/୧/୨୩: ରାୟଗଡା ଜିଲ୍ଳାର କଳା ଓ ସଂସ୍କୃତିର ମହାକୁମ୍ଭ ‘ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା-୨୦୨୨’ପାଳନ ଉପଲକ୍ଷେ ଗତ ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଚଇତି କ୍ରୀଡା ମହୋତ୍ସବର ଚତୁର୍ଥ ଦିନରେ ଗଣଦୈାଡ ତଥା ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି । ୩୨୬ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ରିଲାଏନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରୁ ଆରମ୍ଭ ହୋଇ ଦୀର୍ଘ ୧୦କିଲୋମିଟର ଦୂରତାରେ ଥିବା ହାଲୁଆ ତୋଟା ପର୍ଯ୍ୟନ୍ତ ପୁରୁଷ ଓ ମହିଳା ବର୍ଗରେ ଏହି ମିନି ମାରାଥନ୍ ଦୈାଡ ପ୍ରତିଯୋଗିତା ହୋଇଥିଲା । ଏଥିରେ ଚଇତି ଉତ୍ସବ କମିଟି ଅଧ୍ୟକ୍ଷ ତଥା ଜିଲ୍ଳାପାଳ ସ୍ୱଧାଦେବ ସିଂ ଏବଂ ଚଇତି କ୍ରୀଡା ମହୋତ୍ସବ ଅଧ୍ୟକ୍ଷ ତଥା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା,ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର,ଡିଏସପି ସୁଶାନ୍ତ ତାଉଡିଆ,ଏସଡିପିଓ ଦିବ୍ୟଜ୍ୟୋତି ଦାସ,ଆଇଆଇସି ରଶ୍ମିରଂଜନ ପ୍ରଧାନଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ସାରକା ସବୁଜ ପତାକା ଦେଖାଇ ମିନି ମାରାଥନ୍ ପ୍ରତିଯୋଗିତାର ଶୁଭାରମ୍ଭ କରି ଜିଲ୍ଳାର କଳା ଓ ସଂସ୍କୃତିକୁ ଉଦଜୀବିତ କରି ରଖିବାରେ ଚଇତି ଭଳି ଗଣପର୍ବ ମହୋତ୍ସବକୁ ଜିଲ୍ଳା ପ୍ରଶାସନ ଜିଲ୍ଳାବାସୀଙ୍କ ସମର୍ଥନରେ ସୁନ୍ଦର ଭାବେ ଆୟୋଜନ କରୁଥିବାରୁ ପ୍ରଶାସନର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ମିନି ମାରାଥନରେ ଜିଲ୍ଳାର ବିଭିନ୍ନ ବ୍ଳକରୁ ବହୁ ପ୍ରତିଯୋଗୀ ଏବଂ ସଂଗଠନର ସଦସ୍ୟମାନେ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଚଇତିକୁ ନେଇ ଭାଇଚାର ସହ ଏକ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଳାପାଳ ସ୍ୱଧାଦେବ ସିଂ ଚଇତିରେ କଳାକାର ଓ ଖେଳାଳୀଙ୍କ ସମେତ ସମସ୍ତ ବର୍ଗର ବ୍ୟକ୍ତିବିଶେଷ ତଥା ଗୋଷ୍ଠୀଙ୍କୁ ସାମିଲ କରାଯାଇ ମହୋତ୍ସବକୁ ପାଳନ କରାଯାଉଛି ତେଣୁ ଜିଲ୍ଳାବାସୀ ନିଜର ଏହି ଲୋକ ମହୋତ୍ସବକୁ ଆନନ୍ଦରେ ଉପଭୋଗ କରିବା ପାଇଁ ନିବେଦନ କରିଥିଲେ । ଜିଲ୍ଳା ଏସ.ପି.ଶ୍ରୀ ଶର୍ମା କ୍ରୀଡା ମହୋତ୍ସବରେ ସମସ୍ତେ ସାମିଲ ହୋଇ ସ୍ୱାସ୍ଥ୍ୟ ହିଁ ସଂପଦର ଏକ ମୂଲ୍ୟବାନ ବାର୍ତା ନେଇ ଚଇତି ମହୋତ୍ସବ ସହ ସିଧାସଳଖ ଭାବେ ଯୋଡି ହେଉଛନ୍ତି ବୋଲି କହିଥିଲେ । ଏହି ମିନି ମାରାଥନ ଦୈାଡ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ବିଷମକଟକ ବ୍ଳକର ଇଶ୍ୱରୀ ହିକକା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ବର୍ଗରେ ରାୟଗଡା ମହିଳା ମହାବିଦ୍ୟାଳୟର ଛାତ୍ରୀ ବିଦ୍ୟୁତ୍ ପ୍ରଭା ତୁରୁକ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ଉଭୟ ବର୍ଗରେ ପ୍ରଥମରୁ ଦଶମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ଘୋଷଣା ହୋଇଥିବା ପୁରସ୍କାର ଅର୍ଥରାଶି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ମିନି ମାରାଥନ୍ ଦୈାଡରେ ଜିଲ୍ଳାପାଳ ସ୍ୱଧାଦେବ ସିଂ ମଧ୍ୟ ସାମିଲ ହୋଇ ଦୀର୍ଘ ୧୦କିମି ପର୍ଯ୍ୟନ୍ତ ଦୈାଡି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଲାଠିକଟା ପଞ୍ଚାୟତ ସମିତିର ସମୀକ୍ଷା ବୈଠକରେ ରଘୁନାଥପାଲ୍ଲୀ ବିଧାୟକ

Sunil Chandra Nayak

ପିଏମ୍ ଜନମନ ପରିଯୋଜନା ,ଟଲଣା ଶିବିରରେ ବ୍ୟାପକ ଜନସମାଗମ,ଦୁର୍ଗମ ଲହୁଣୀଖୁଣ୍ଟିରେ ତହସିଲ ଟିମ 

masiha

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଳନ

masiha

Leave a Comment

error: Content is protected !!