ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୫ ତମ କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୩ ର ଅନ୍ତିମ ଦିବସ

ଥୁଆମୂଳ ରାମପୁର: ୧୧/୦୧ – ( ମ.ନି.ସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସ୍ଥିତ ଖୁଣ୍ତୁଆଳ ପଡିଆ ମିନିଷ୍ଟାଡିୟମ ଠାରେ ୨୫ ତମ କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୩ ର ଅନ୍ତିମ ଦିବସ କାର୍ଯ୍ୟକ୍ରମର ତା ୧୧/୦୧/୨୦୨୩ ରିଖ ବୁଧବାର ଦିନ ଉତ୍ସବର ଆବାହକ ତଥା ବ୍ଳକ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ ଓ ଉତ୍ସବର ସଭାପତି ବିଡିଓ ଶ୍ରୀ ଶୁଭକାନ୍ତ ନାୟକଙ୍କ ତତ୍ବାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା।ଏହି ଦ୍ବିତୀୟ ଦିବସ କାର୍ଯ୍ଯକ୍ରମ ଅବସରରେ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜୋଳନ ଓ ମଞ୍ଚର ଉଦଘାଟନର ପରବର୍ତ୍ତୀ ସମୟରେ ଅତିଥି ମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ତହସିଲଦାର ଶ୍ରୀ ଇଶ୍ଵର ଚନ୍ଦ୍ର ଦାସ, ମୁଖ୍ୟବକ୍ତା ଭାବରେ କଲେଜ ଅଧ୍ଯକ୍ଷ ଶ୍ରୀ ସତ୍ଯନାୟଣ ମୁଣ୍ତଛିନା, ସମିତି ସଭ୍ଯା ଶ୍ରୀମତୀ ଦ୍ରୌପଦୀ ମାଝୀ, ବ୍ଳକ ଉପାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ମାଝୀ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ, ସ୍ଥାନୀୟ ସମିତି ସଭ୍ଯା ପୁଷ୍ପାଞ୍ଜଳି ନାଏକ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ରହିଥିବା ବେଳେ ମଞ୍ଚରେ ବିଭିନ୍ନ ପ୍ରକାରର କଳା ସାଂସ୍କୃତିକ ପାରମ୍ପାରିକ ନୃତ୍ୟରେ କଳାକାରଙ୍କ ଦ୍ବାରା ମଞ୍ଚ ଦୁଲୁକି ଉଠିଥିଲା। ବିଭିନ୍ନ ବିଭାଗର କାର୍ଯ୍ଯଦକ୍ଷ କର୍ମଚାରୀ ମାନଙ୍କୁ ଉତ୍ତୋରୀୟ ଟ୍ରଫି ମାନପତ୍ର ସହିତ ଅତିଥିଙ୍କ ଦ୍ବାର ସମ୍ମାନିତ କରାଯାଇଥିବା ବେଳେ । ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ହୋଇଥିବା କଳାକାରଙ୍କୁ ପୁରୁସ୍କୃତ କରାଗଲା। ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ ଓ ଶ୍ରୀ ବବୃବାହାନ ବୁଦ୍ଧିଆ ମଞ୍ଚରକୁ ପରିଚାଳନା କରିଥିଲେ। କଳାହାଣ୍ଡି ଘୁମୁରା ଉତ୍ସବର ଆୟୋଜକ ଓ ଅତିରିକ୍ତ ବିଡିଓ ଶ୍ରୀ ଭରତ ମେହେର, ଜିପିଓ ଜ୍ଞାନରଞ୍ଜନ ଭୋଇ,ଏଇ ଶ୍ରୀ ବାଞ୍ଚାବଟ ପାଣ୍ତେ, ଶ୍ରୀ ଜେଇ ଦେବେନ୍ଦ୍ର କୁମାର ମହାନନ୍ଦ, ଡବ୍ଳୁଇଓ ଶ୍ରୀ ଗଙ୍ଗାଧର ବେହେରା ସହଯୋଗ କରିଥିଲେ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା। କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୩ ଆୟୋଜକ ଓ ବିଭିନ୍ନ ବିଭାଗର କର୍ମକର୍ତ୍ତାଙ୍କ ସହଯୋଗରେ ସୁନ୍ଦର ସରସ ହେବା ସହିତ ଶାନ୍ତିଶୃଙ୍ଖଳା ଭାବରେ ଶେଷ ହୋଇଥିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଵିଜାତଳା ରେ ପଶ୍ଚିମ ମୟୂରଭଂଜ ନୂତନ ବିଜେଡି ଜିଲ୍ଲା ସଭାପତି ଏବଂ ଵିଜାତଳା ବ୍ଳକ ସଭାପତିଙ୍କୁ ବ୍ଲକ ବିଜେଡି ତରଫରୁ ଭବ୍ୟ ସମ୍ଵର୍ଧନା

Sunil Chandra Nayak

ସମାଜସେବୀଙ୍କ ଦ୍ୱାରା ମାନସିକ ଅନଗ୍ରସର ମହିଳା ଉଦ୍ଧାର :ଉଦ୍ଧାର ହୋଇଥିବା ମହିଳା କୁ ସ୍ଥାନୀୟ ମିସିନାରୀ ଅଫ ଚାରିଟି ରେ ଥଇଥାନ

masiha

ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବିଶେଷ ଜନ ସଚେତନତା ପାଇଁ ସାମ୍ୱାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!