ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ

ପ୍ରଥମ ଦିନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ନାଟକ “ସେରରା” ମଞ୍ଚସ୍ଥ 

ନର୍ଲା: (ମ. ନି. ସ )-ଆସନ୍ତା ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହାର ପୂର୍ବରୁ ଆଜି ଜାନୁୟାରୀ ୧୧ ବୁଧବାର  ନର୍ଲାରେ ଉଦଘାଟିତ ହୋଇଯାଇଛି ୨୫ ତମ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ। ଦିବା ୧୨.୧୫ରେ ନର୍ଲା ବୁଢ଼ାରଜା ମନ୍ଦିରରେ ପୂଜାର୍ଚ୍ଚନା ସହ ଆରମ୍ଭ ହୋଇଥିଲା ମଶାଲ ଯାତ୍ରା। ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ରୋଡ ଜୁନିୟର କଲେଜର ଭୂଗୋଳ ଅଧ୍ୟାପକ ସରୋଜ କୁମାର ଜେନା, ସମ୍ମାନିତ ଅତିଥି ଭାବେ ବିଡିଓ ବାସନ୍ତୀ ସେଠୀ, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନମ୍ରତା ସାହୁ ଓ ଲିଲୀ ଦୀପ ମଞ୍ଚାସୀନ ଥିଲେ। ଅତିଥିମାନେ କଳାହାଣ୍ଡି ତଥା ନର୍ଲା ମାଟିର ସଂସ୍କୃତିକ ବିଭବ ଉପରେ ଆଲୋକପାତ କରିଥିଲେ। ପ୍ରଥମ ଅଧିବେଶନର ମଞ୍ଚ ପରିଚାଳନା କରିଥିଲେ ଯୁବ ବ୍ୟକ୍ତିତ୍ବ ଗୋବିନ୍ଦ ତାଣ୍ଡି। ଦୁଇଦିନ ଧରି ନର୍ଲାରେ ଏହି ଉତ୍ସବ ପାଳିତ ହେବ। ଏଥିରେ ସର୍ବେଶ୍ଵର ଭୋଇଙ୍କ ଦଳ, କୃଷ୍ଣପ୍ରିୟା କଳା ପରିଷଦ, ଢୋଲ ମହୁରୀ କଳା ପରିଷଦ, ବଲାଙ୍ଗୀର କଳାଜିବୀ, ବରଗଡର ଲୋକନୃତ୍ୟ ଆଦି ପରିବେଶିତ ହେବାକୁ ଥିବାବେଳେ ବୀରବାଦ୍ୟ ଘୁମୁରା ସହ ସଂଚାର, ଖଞ୍ଜଣୀ ଭଜନ, ସଂକିର୍ତ୍ତନ୍ୟ ଆଦି ଅନେକ ଲୋକନୃତ୍ୟରେ ଦୁଲୁକୁଚି ମଞ୍ଚ। ପ୍ରଥମ ଦିବସରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତଥା ନାଟ୍ୟକାର ଡିଲେଶ୍ବର ରଣାଙ୍କ ନାଟକ ସେରରା ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଏହାସହ ବୁଢୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ପ୍ରଦର୍ଶିତ ନାଟକ ‘ନାରୀ ଶଶକ୍ତିକରଣ’ ଦର୍ଶକଙ୍କ ମନମୋହିଥିଲା। ବିଭିନ୍ନ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ନର୍ଲା ରୁ ନିରଞ୍ଜନ ଗଉଡ଼ ଙ୍କ ରିପୋର୍ଟ

Related posts

ଓକିଲ ସଂଘ ତରଫରୁ ମଧୁ ବାବୁ ଜୟନ୍ତୀ ପାଳିତ 

Sunil Chandra Nayak

ମହାନତା ଦେଖାଇଲା ସେବା ଫାଉଣ୍ଡେସନ, ସହାୟତା ପାଇଁ ପ୍ରତିଶ୍ରୁତି ଦେଲା ମୋ ଅନୁଷ୍ଠାନ 

masiha

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର କାନାରା ବ୍ୟାଙ୍କ ପାଖରେ ଆଜି ଭାରତର ସର୍ବବୃହତ ଓ ବିଶ୍ୱାସଯୋଗ୍ୟ କମ୍ପାନୀ Reliance କମ୍ପାନୀର ୫୮ ତମ ଡିଜିଟାଲ ଷ୍ଟୋର JIO_MART_DIGITAL ସୋ ରୁମ୍ ଶୁଭ ଉଦ୍ଘାଟିତ !

masiha

Leave a Comment

error: Content is protected !!