ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡୁରାଗୁଡା ଠାରେ ନୂଆଖାଇ ଅବସରରେ ବସ୍ତ୍ର ବଣ୍ଟନ

ମୁଣ୍ଡୁରାଗୁଡା ଠାରେ ନୂଆଖାଇ ଅବସରରେ ବସ୍ତ୍ର ବଣ୍ଟନ

ଜୁନାଗଡ଼,୧୮/୯(ମ ନି ସ)ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ ମୁଣ୍ଡୁରାଗୁଡା ପଞ୍ଚାୟତ ସ୍ତରୀୟ ସଂଘର ମିଳିତ ଆନୁକୂଲ୍ୟରେ ଜୁନାଗଡ଼ ବ୍ଲକ ମୁଣ୍ଡୁରାଗୁଡାଠାରେ ଅମୃତ ମାତୃପିତୃ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡିଶା ର ଗଣପର୍ବ ନୂଆଖାଇ ଅବସରରେ ନୂଆବସ୍ତ୍ର ପରିଧାନ କରିବା ଏକ ନିଆରା ପରମ୍ପରାରହିଛି। ଏହି ପରମ୍ପରାକୁ ଦ୍ରୁଷ୍ଟି ରେ ରଖି ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବର୍ଷ ଜିଲ୍ଲା ର କୋଣଅନୁକୋଣରେ ଅସହାୟ ବ୍ୟକ୍ତି ମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥାଏ। ଆଜି ଏହି କାର୍ଯ୍ୟକ୍ରମରେ ମୁଣ୍ଡୁରାଗୁଡା, ଚିଲିଗୁଡା, କଣ୍ଡରିପଦର ଓ ଗୁର୍ଜିଗୁଡା ଗ୍ରାମରୁ ଶତାଧିକ ଗରିବ, ଅସହାୟ, ବିଧବା, ବୃଦ୍ଧବୃଦ୍ଧାଙ୍କୁ ଅତିଥି ମାନଙ୍କ ଦ୍ୱାରା ବସ୍ତ୍ର ବଣ୍ଟନ କରାଯାଇଛି। ସଂଗଠନର ସଭାପତି ବିରଜା ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ମେହେର ଯୋଗଦେଇଥିବା ବେଳେ, ବ୍ରୁନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ସଂପାଦକ ଅକ୍ଷୟ କୁମାର ଦାସ, ଆଇନଜୀବୀ ରଶ୍ମିଲତା ପାଢ଼ୀ, ଦାସିଗାଁ ରାଜସ୍ବ ନୀରିକ୍ଷକ ହିମାଂଶୁ ଶେଖର ପଣ୍ଡା, ଶିକ୍ଷାବିତ ଧିରେନ୍ଦ୍ର କୁମାର ମେହେର, ସମାଜସେବୀ ସଂଜୀବ ଠାକୁର, ସାମ୍ବାଦିକ ବିଭୁ ପ୍ରସାଦ ପାଢ଼ୀ, ନାରୀନେତ୍ରୀ ପାର୍ବତୀ ରଣା ପ୍ରମୂଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନର ସଂପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମ ର ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୋଷ୍ଠୀ ସହାୟିକା ରେନୁକା ଭାଟି, ସସ୍ମିତା ନାଏକ, କାର୍ଯ୍ଯକାରୀ ସଭ୍ୟା ପ୍ରମିଳା ଶବର ଓ ଜନନୀ ପଟେଲ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ନେପୁର ନାଏକ ଓ ବିନୋଦିନୀ ପଟେଲ ପରିଚାଳନା କରିଥିବାବେଳେ ଏମ୍ ବି କେ ସୁନିତା ବିହାରୀ ଅତିଥି ପରିଚୟ ଓ ବ୍ୟାଙ୍କ ମିତ୍ର ପ୍ରମୋଦିନୀ କୁମାର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ନାରୀନେତ୍ରୀ ସ୍ବର୍ଣ୍ଣଳତା ନାଏକ ଧନ୍ଯବାଦ ଅର୍ପଣ କରିଥିଲେ। ବସ୍ତ୍ର ବଣ୍ଟନ ପରିଚାଲନାରେ ଦାମୋଦର ପଟେଲ, ମଦନ ପଟେଲ, ଶୁଭେନ୍ଦ୍ର ବାଗ, ସଞ୍ଜୟ ସୁନାନୀ ପ୍ରମୂଖ ସହଯୋଗ କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜିଲ୍ଲାରେ ୧୩୦ ଗୋଟି ନୂତନ ଭୋଟ କେନ୍ଦ୍ର ଗଠନ ନିମନ୍ତେ ଭାରତୀୟ ନିର୍ବାଚନ କମିଶନଙ୍କ ଅନୁମୋଦନ

Sunil Chandra Nayak

ଦାଉ ସାଧୁଛି ଅଦିନିଆ ବର୍ଷା: ରବି ଧାନ ଚାଷୀ ଚିନ୍ତିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି

masiha

ଆମ ପୁଲିସର ସାଇବର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!