ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶେଷ ହେଲା ରାହଗିରି ପଥ ପାଲଟିଲା ଉତ୍ସବମୟ 

ଶେଷ ହେଲା ରାହଗିରି

ପଥ ପାଲଟିଲା ଉତ୍ସବମୟ 

ଭବାନୀପାଟଣା, ୧୩/୦୧( )-୨୭ତମ କଳାହାଣ୍ଡି ଉତ୍ସବର ଅବ୍ୟବହିତ ପୂର୍ବରୁ ଗତକାଲିଠୁ ଭବାନୀପାଟଣା ଜେଲ ଛକରୁ ଷ୍ଟେଟବ୍ୟାଙ୍କ ଛକ ଯାଏଁ ପାଲଟିଥିଲା ଉତ୍ସବମୟ। ଆଜି ଉଦଯାପନୀ ଉତ୍ସବ ଅବସରରେ ନାଚ ଗୀତ, ମ୍ୟାଜିକ ସୋ ସହିତ ଅନେକ କଳାକାରଙ୍କ ସମାଗମ ଘଟିଥିଲା। ତେବେ ଆଜି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ରେମ୍ପ ସୋ। ଛୋଟଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବୟସ ବର୍ଗର ଲୋକେ ନିଜ ନିଜ ପସନ୍ଦ ଓ ରୁଚି ଅନୁଯାୟୀ ବେଶ ପୋଷାକରେ ସଜ୍ଜିତ ହୋଇ ରେମ୍ପ ରେ ଚାଲିଥିଲେ। ରାହାଗିରି ସବ କମିଟିର ଅଧ୍ୟକ୍ଷ ଶିକ୍ଷାବିତ ଡ. ଅଜୟ କୁମାର ମିଶ୍ର, ନୋଡାଲ ଅଧିକାରୀ ଜିଲ୍ଲା ଯୋଜନା ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଆବାହକ ସଞ୍ଜୟ କୁମାର, ଅନୁପ ଶତପଥି, ସଦସ୍ୟ ଶତାବ୍ଦୀ ନାଏକ, ଆଲୋକ ସାହୁ, ରୋହିତ ଦୁର୍ଗାଙ୍କ ସହିତ ସବକମିଟିର ସମସ୍ତ ସଦସ୍ୟ ଏହାର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରବଳ ଶୀତ ସତ୍ତ୍ୱେ ହଜାର ହଜାର ଦର୍ଶକ ବିଳମ୍ବିତ ରାତିଯାଏଁ ଏସବୁ ଉପଭୋଗ କରିଥିଲେ। 

( ମ ନି ସ ) 

Related posts

ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା , ୪୦ ଦିନରେ ୬୦୦ କିମି ପାଇଁ ଚାଲିଛି ଯାତ୍ରା

Sunil Chandra Nayak

ବିଦ୍ୟାଳୟ ରେ ପାଠ ପଢ଼ାଇଲେ ତହସିଲଦାର

Sunil Chandra Nayak

ଗୋଷ୍ଠୀ ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

masiha

Leave a Comment

error: Content is protected !!