ବନ୍ଧୁଗାଁ ତା ୧୭/୩/୨୩ // ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାପୁଲୋଡା ପଞ୍ଚାୟତ ଦିଗୁଭଦ୍ରାପଲ୍ଲୀ ଗ୍ରାମରୁ ଜଣେ ୧୭ ବର୍ଷ ଯୁବକ ତିନି ଦିନ ଜ୍ଵର ରେ ଗୁରୁତର ହେବାରୁ ଭାରରେ ବୁହା ହେଲେ । ଦୁଇ ଦିନ ଧରି ସ୍ଥାନୀୟ ଡ୍ରାଇଭର ମାନଙ୍କ ଦ୍ଵାରା ଷ୍ଟିରିଙ୍ଗ ଆନ୍ଦୋଳନ ଯୋଗୁଁ କୌଣସି ଯାନ ବାହାନ ଆଲମଣ୍ଡା ଗାଁ ଠାରୁ ସିଲାବାଡ଼ି ପର୍ଯ୍ୟନ୍ତ ଆସୁ ନ ଥିଲା । ଆଉ ଗାଁ କୁ ଆମ୍ବୁଲାନ୍ସ ଆସିବାକୁ ରାସ୍ତା ନ ଥିବା ଯୋଗୁଁ ବାଧ୍ୟ ହୋଇ ଦିଗୁ ଭଦ୍ରାପଲ୍ଲୀ ଗ୍ରାମର ଗଣେଶ ମାଣ୍ଡିଙ୍ଗୀ ପୁ ୧୭ ବର୍ଷ କୁ ନିଜ ଗାଁଠାରୁ ଆନ୍ଧ୍ର ସୀମାନ୍ତ ପାଖରେ ଥିବା କାମ୍ବାୱାଲ୍ସା ଗ୍ରାମକୁ ଯିବା ୩ କିମି ପାଦଚଲା ରାସ୍ତା ଝଞ୍ଜବତି ନଦୀ ପାରି କରି ନେଇ ପାର୍ବତୀପୁର ସରକାରୀ ମେଡ଼ିକାଲ ଠାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଜାଣିବାକୁ ମିଳିଛି । ନିଜ ଗାଁ ଠାରୁ ସିଲାବାଡ଼ି ଗ୍ରାମକୁ ଆସିବାକୁ ୫ କିମି ମାଟି ରାସ୍ତା ବିରାଟ ବିରାଟ ଗାତ ହୋଇ ରହିଛି ଯାହାଦ୍ୱାରା ଯାନବାହନ ଚଳାଚଳ ସମ୍ଭବ ନୁହେଁ । ନିଜ ଗାଁ ରେ ମଧ୍ୟ ଆଶା ଦିଦି ନରହି ୭ କିମି ଦୂରରେ ଥିବା ବଡ ବାଙ୍କିଡି ଗ୍ରାମରେ ରୁହନ୍ତି । ଯୁବକ ଜଣକ କୁ ଜ୍ଵର ହେବାର ଦୂତୀୟ ଦିନ ପରେ ବହୁତ ଦୁର୍ବଳ ହୋଇ ଆଉ ଚାଲି ପାରିଲେ ନାହିଁ । ଫଳରେ ବାଧ୍ୟ ହୋଇ ଏପଟେ ଗାଡ଼ି ବନ୍ଦ ଥିବାରୁ ଏକ କମଲ ଭିତରେ ଯୁବକଙ୍କୁ ଶୁଆଇ ଭାରକରି ବହି ନେଇଥିଲେ । ଗାଁ ର ୱାର୍ଡ ମେମ୍ବର ଶ୍ରିନୁ ବିଡିକା ନିଜ ଚେଷ୍ଟାରେ ଯୁବକକୁ ବୋହି ସାଥିରେ ନେଇ ବର୍ତ୍ତମାନ ମେଡ଼ିକାଲ ଠାରେ ଚିକିତ୍ସା ପାଇଁ ରହି ଛନ୍ତି। ନିଜ ଗାଁ କୁ ରାସ୍ତା ଅତି ଶୀଘ୍ର ତିଆରି କରିବା ପାଇଁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି ।