ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣି ଭାରରେ ବୁହାହେଲେ ରୋଗୀ ୩ କିମି 

ବନ୍ଧୁଗାଁ ତା ୧୭/୩/୨୩  // ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାପୁଲୋଡା ପଞ୍ଚାୟତ ଦିଗୁଭଦ୍ରାପଲ୍ଲୀ ଗ୍ରାମରୁ ଜଣେ ୧୭ ବର୍ଷ ଯୁବକ ତିନି ଦିନ ଜ୍ଵର ରେ ଗୁରୁତର ହେବାରୁ ଭାରରେ ବୁହା ହେଲେ । ଦୁଇ ଦିନ ଧରି ସ୍ଥାନୀୟ ଡ୍ରାଇଭର ମାନଙ୍କ ଦ୍ଵାରା ଷ୍ଟିରିଙ୍ଗ ଆନ୍ଦୋଳନ   ଯୋଗୁଁ କୌଣସି ଯାନ ବାହାନ ଆଲମଣ୍ଡା ଗାଁ ଠାରୁ ସିଲାବାଡ଼ି ପର୍ଯ୍ୟନ୍ତ ଆସୁ ନ ଥିଲା । ଆଉ ଗାଁ କୁ ଆମ୍ବୁଲାନ୍ସ ଆସିବାକୁ ରାସ୍ତା ନ ଥିବା ଯୋଗୁଁ ବାଧ୍ୟ ହୋଇ ଦିଗୁ ଭଦ୍ରାପଲ୍ଲୀ ଗ୍ରାମର ଗଣେଶ ମାଣ୍ଡିଙ୍ଗୀ ପୁ ୧୭ ବର୍ଷ କୁ ନିଜ ଗାଁଠାରୁ ଆନ୍ଧ୍ର ସୀମାନ୍ତ ପାଖରେ ଥିବା କାମ୍ବାୱାଲ୍ସା ଗ୍ରାମକୁ ଯିବା ୩ କିମି ପାଦଚଲା ରାସ୍ତା ଝଞ୍ଜବତି ନଦୀ ପାରି କରି ନେଇ ପାର୍ବତୀପୁର ସରକାରୀ ମେଡ଼ିକାଲ ଠାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଜାଣିବାକୁ ମିଳିଛି । ନିଜ ଗାଁ ଠାରୁ ସିଲାବାଡ଼ି ଗ୍ରାମକୁ ଆସିବାକୁ ୫ କିମି ମାଟି ରାସ୍ତା ବିରାଟ ବିରାଟ ଗାତ ହୋଇ ରହିଛି ଯାହାଦ୍ୱାରା ଯାନବାହନ ଚଳାଚଳ ସମ୍ଭବ ନୁହେଁ । ନିଜ ଗାଁ ରେ ମଧ୍ୟ ଆଶା ଦିଦି ନରହି ୭ କିମି ଦୂରରେ ଥିବା ବଡ ବାଙ୍କିଡି ଗ୍ରାମରେ ରୁହନ୍ତି । ଯୁବକ ଜଣକ  କୁ ଜ୍ଵର ହେବାର ଦୂତୀୟ ଦିନ ପରେ ବହୁତ ଦୁର୍ବଳ ହୋଇ ଆଉ ଚାଲି ପାରିଲେ ନାହିଁ । ଫଳରେ ବାଧ୍ୟ ହୋଇ ଏପଟେ ଗାଡ଼ି ବନ୍ଦ ଥିବାରୁ ଏକ କମଲ ଭିତରେ ଯୁବକଙ୍କୁ ଶୁଆଇ ଭାରକରି ବହି ନେଇଥିଲେ । ଗାଁ ର ୱାର୍ଡ ମେମ୍ବର ଶ୍ରିନୁ ବିଡିକା ନିଜ ଚେଷ୍ଟାରେ ଯୁବକକୁ ବୋହି ସାଥିରେ ନେଇ ବର୍ତ୍ତମାନ ମେଡ଼ିକାଲ ଠାରେ ଚିକିତ୍ସା ପାଇଁ ରହି ଛନ୍ତି। ନିଜ ଗାଁ କୁ ରାସ୍ତା ଅତି ଶୀଘ୍ର ତିଆରି କରିବା ପାଇଁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଜରୁରୀ ବୈଠକ

ବସ୍ତି ବାସିନ୍ଦାଙ୍କୁ ଆଗ ଥଇଥାନ କଲାପରେ ଉଚ୍ଛେଦ ପାଇଁ ଯୋଜନା 

masiha

ବିଜ୍ଞାନ ଆବିଷ୍କାରର ବାଟ ଫିଟାଏ’ ବଡାମତଳିଆରେ ବିଜାତଳା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ୮୮ ଟି ପ୍ରକଳ୍ପ ପ୍ରଦର୍ଶିତ, ବିଭିନ୍ନ ବିଭାଗର ୭ ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ

Sunil Chandra Nayak

Leave a Comment

error: Content is protected !!