ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁ ପାଠାଗାରର ଦ୍ବାବିଂଶତମ ଦ୍ବିଦିବସୀୟ ବାର୍ଷିକ ଉତ୍ସବ ଉଦଯାପିତ

କବିତା ପୃଥିବୀର ଶକ୍ତିଶାଳୀ ଅସ୍ତ୍ର – ଦୁଃଖ, ଯନ୍ତ୍ରଣାସିକ୍ତ ମଣିଷକୁ କେବଳ ସାହିତ୍ୟ ହିଁ ଆନନ୍ଦ ଦେଇପାରେ -ପିତାମ୍ବର ତରାଇ

ଗୋପବନ୍ଧୁ ପାଠାଗାରର ଦ୍ବାବିଂଶତମ ଦ୍ବିଦିବସୀୟ ବାର୍ଷିକ ଉତ୍ସବ ଉଦଯାପିତ

ରାଉରକେଲା : ଦୁଇଦିନ ଧରି ମହିସମାରୋହରେ ଚାଲିଥିବା ଗୋପବନ୍ଧୁ ପାଠାଗାରର ଦ୍ବାବିଂଶତମ ବାର୍ଷିକ ଉତ୍ସବର ଦ୍ଵିତୀୟ ଦିବସର ପ୍ରାତଃ ଅଧିବେଶନକୁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍ଘାଟନ କରିଥିଲେ। ପାଠାଗାରର ଉପସଭାପତି ଶର୍ମିଷ୍ଠା କବି ଶତପଥୀଙ୍କ ଅଧ୍ୟକ୍ଷତାରେ ଏବଂ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ପିତାମ୍ବର ତରାଇ ଯୋଗ ଦେଇ ତାଙ୍କ ଅଭିଭାଷଣରେ କହିଲେ ଯେ, ଯନ୍ତ୍ରଣା ସିକ୍ତ ମଣିଷକୁ କେବଳ ସାହିତ୍ୟ ହିଁ ଆନନ୍ଦ ଦେଇପାରେ। ସାହିତ୍ୟ ହେଲା ପୃଥିବୀର ଶ୍ରେଷ୍ଠ ଅସ୍ତ୍ର। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ନାଟ୍ୟକାର ତଥା କବି ରାଜୀବ ପାଣି କହିଲେ ଯେ, ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମକୁ ଏକ ସକାରାତ୍ମକ ଜୀବନ ଜିଇଁବାକୁ ହେବ। କବିଟିଏ ତା’ର ଇଛା ଅନୁସାରେ ପୃଥିବୀକୁ ପ୍ରତିପାଦନ କରିପାରେ ମାତ୍ର କବିର କଳ୍ପନା ସହିତ ପାଠକର କଳ୍ପନାର ସମନ୍ବୟ ହେଲେ ହିଁ ଉଭୟଙ୍କ ପାଇଁ ଏକ ଆଲୋକର ମୁହୂର୍ତ୍ତ ହେବ । ସମ୍ମାନିତ ଅତିଥି ଅଜିତ ମୋହନ ପୁଜାରୀ ଯୋଗ ଦେଇ କହିଲେ ଯେ, କବି ଓ ଲେଖକ ମାନଙ୍କ ପାଇଁ ଆଜି ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପାଇଁ ଯୋଗ୍ୟ ହୋଇଛି। ଏହି ଅବସରରେ କବି ନିରୁପମା ପତିଙ୍କ ସଂଯୋଜନାରେ ସହରର ପଚିଶି ଜଣ ବିଶିଷ୍ଟ କବି ସ୍ବରଚିତ କବିତାମାନ ପାଠ କରିଥିଲେ। ଶେଷରେ ପାଠାଗାରର କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

              ଉଦଯାପନୀ ଦିବସରେ ସାଂଧ୍ୟ ଅଧିବେଶନକୁ ରଘୁନାଥପାଲିର ବିଧାୟକ ଦୁର୍ଗା ଚରଣ ତନ୍ତି ଉଦ୍ଘାଟନ କରି ପାଠାଗାରର ଅଗ୍ରଗତିରେ ପ୍ରଶଂସା କରିବା ସହ ଭବିଷ୍ୟତରେ ସହଯୋଗର ହାତ ବଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ବକ୍ତା ଭାବେ ହାଇଟେକ୍ ମେଡିକାଲ୍ କଲେଜର ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଯୋଗଦେଇ କହିଲେ ଯେ, ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରସାର ସତ୍ବେ ଛପା ପୁସ୍ତକର ଆଦର ସବୁଦିନ ରହିବ। ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ମିହିର ରାୟ ଯୋଗ ଦେଇ ଗୋପବନ୍ଧୁ ପାଠାଗାରର ସ୍ଥାପନା ଏବଂ ଏହାର କ୍ରମବିକାଶ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମହେଶ ପ୍ରସାଦ ଲକ୍ଷ୍ମୀ ଚାନ୍ଦ, ବୁଦ୍ଧଦେବ ମାଝୀ ଏବଂ କାର୍ତ୍ତିକ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପାଠାଗାର ଦ୍ବାରା ଅନୁଷ୍ଠିତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସାଧନା ଡେନ୍ସ ଏକାଡେମୀର କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ। ସାଧାରଣ ସମ୍ପାଦକ ହରିହର ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଉପସଭାପତି ଡଃ ଗିରିଜା ଶଙ୍କର ଗୋସ୍ବାମୀ ଧନ୍ୟବାଦ ଅର୍ପଣ କରିଥିଲେ। ଲକ୍ଷ୍ମଣ ନାଥ ଦାସ, ବିଶ୍ବନାଥ ଜେନା, ଚିନ୍ମୟୀ ପୁରୋହିତ, ହରିହର ନାୟକ, ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରଭୃତିଙ୍କ ସହ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହାୟତା କରିଥିବାବେଳେ ଶତାଧିକ ସାହିତ୍ୟିକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଗପୁର ଗ୍ରାମରେ 14ଦିନ ଧରି ରାମ ଲୀଳା ନାଟକ ପରିବେଷଣ 

Sunil Chandra Nayak

ଥୁଆମୂଳ ରାମପୁର ପୋଲିସ ଛକରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

लायंस इंटरनेशनल डिस्ट्रिक्ट 322C2 द्वारा आयोजित शतरंज प्रतियोगिता का सफल आयोजन 

Sunil Chandra Nayak

Leave a Comment

error: Content is protected !!