ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ – ମଣିଷ ଲଢେଇ; ଦନ୍ତା ନେଲା ବୃଦ୍ଧର ପ୍ରାଣ

ହାତୀ – ମଣିଷ ଲଢେଇ; ଦନ୍ତା ନେଲା ବୃଦ୍ଧର ପ୍ରାଣ

ମୟୂରଭଂଜ -,୧୧/୧୦: ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ କୁସୁମିତ ବ୍ଳକର ବାଦାମପାହାଡ଼ ବନାଞ୍ଚଳର ବାସିଲା ଗ୍ରାମରେ ଆଜି ସକାଳେ ଦନ୍ତା ଆକ୍ରମଣରେ ଜନୈକ ଆଦିବାସୀ ବୁଢ଼ା ଲୋକର ଜୀବନ ଯାଇଥିବା ଅଭିଯୋଗ ହୋଇଛି lସୂଚନାଯୋଗ୍ଯ ଵାସିଲା ଗ୍ରାମର ୮୦ ବର୍ଷୀୟ ବୃଦ୍ଧ ରାମତିୟା କଳା ଆଜି ଶନିବାର ଦିନ ନିଜ ଆଶା ବାଡି ସାହାଯ୍ୟରେ ଶୌଚ ପାଇଁ ନିକଟସ୍ଥ ନଦୀ ଆଡ଼କୁ ଯାଉଥିବାବେଳେ ୬ ଟିକିଆ ହାତୀପଲ ସମ୍ମୁଖରେ ପଡ଼ି ଯାଇଥିଲେ ।ତନ୍ମଧ୍ୟରୁ ଏକ ଦନ୍ତା ହାତୀ ଆସି ବୃଦ୍ଧିକୁ ଦଳି କଚାଡି ମାରିଦେଇ ଜଙ୍ଗଲ ଭିତରକୁ ପଳା ଯାଇଥିଲେ । ଗାଁ ଓ ପରିବାର ସରପଞ୍ଚ ,ଵନଵିଭାଗକୁ ଜଣାଇଥିଲେ । ଖବର ପାଇ ତଳାପାତି ସରପଞ୍ଚ ମଞ୍ଜୁ ଜେରାଇ, ପୂର୍ବତନ ସରପଞ୍ଚ ଚନ୍ଦ୍ରମୋହନ ଜେରାଇ, ବାଦାମପାହାଡ଼ ବନାଞ୍ଚଳ ଅଧିକାରୀ ଅଜିତ୍ କୁମାର ମହାନ୍ତିଙ୍କ ସମେତ ବନପାଳ ଆଲୋକ କୁମାର ସେଠୀ, ରତିକାନ୍ତ ପଲେଇ, ଫୁଲମଣି ମହାନ୍ତ, ବନରକ୍ଷୀ କୁମୁଲେନ୍ଦୁ ପ୍ରସାଦ ମହାନ୍ତ, ରାଜେଶ୍ ନାଏକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଛନ୍ତି l ପରେ ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସପିଟାଲକୁ ପଠାଇ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି । ୬ ଟିକିଆ ହାତୀପଲ ଶୁକ୍ରବାର ରାତିରେ ବାଦାମପାହାଡ଼ର ଟିମ୍ ଟିମା ରେ ଆଶ୍ରୟ ନେଇଥିବା ବେଳେ ଆଜି ବାସିଲା, ଧୋକଟା, ଚାଙ୍ଗବାରିଆ ଗ୍ରାମ ନିକଟସ୍ଥ ଛୋଟ ପାହାଡମାନଙ୍କରେ ବୁଲାବୁଲି କରୁଥିବା ଗାଁ ଲୋକେ କହୁଛନ୍ତି l ଉକ୍ତ ଅଞ୍ଚଳରେ ହାତୀମାନଙ୍କର ଗତିବିଧି ସମ୍ପର୍କରେ ବନ କର୍ମଚାରୀମାନେ ଉପସ୍ଥିତ ରହି ତୀକ୍ଷ୍ମ ନଜର ରଖିଛନ୍ତି lବନ ବିଭାଗ ତରଫରୁ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ରେଡକ୍ରସ ପାଣ୍ଠିରୁ ୫୦୦୦ ହଜାର ଟଙ୍କା ଶୁଦ୍ଧି କାମ ପାଇଁ ପ୍ରଦାନ କରାଯାଇଛି ।

ମୟୂରଭଂଜ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

 

Related posts

ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଲୋଚନାଚକ୍ର 

Sunil Chandra Nayak

ଦ୍ଵିତୀୟ କୈଳାସ କପିଳାସରେ ପ୍ରଶାସନ ବେହାଲ

Sunil Chandra Nayak

ରାଇରଙ୍ଗପୁର ଲ୍ଯାମ୍ପରେରେ ଧାନ ମଣ୍ଡି ଶୁଭଉଦଘାଟିତ

masiha

Leave a Comment

error: Content is protected !!