ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋଲେର ଓ ବାଇକ ଧକ୍କାରେ ବାଇକ୍ ଚାଲକ ଘଟଣା ସ୍ଥଳରେ ମୃତ୍ୟୁ 

ବୋଲେର ଓ ବାଇକ ଧକ୍କାରେ ବାଇକ୍ ଚାଲକ ଘଟଣା ସ୍ଥଳରେ ମୃତ୍ୟୁ 

ବନ୍ଧୁଗାଁ ତା,୧୧/୧୦/୨୫  ବୋଲେର ଗାଡ଼ି ସହିତ ବାଇକ ଧକ୍କା ହେବାରୁ ବାଇକ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି। ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଗଜାବାଡି ଗ୍ରାମର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ସୋଡାବାଡି ଗ୍ରାମରେ ସାକ୍ଷାତ କରି ସୋଡାବାଡି ଗ୍ରାମରୁ ନିଜ ଗାଁ ଗଜାବାଡି ଗ୍ରାମକୁ ବାଇକ ରେ ଯାଉଥିଲେ। ସେପଟେ ବୋଲେର ଗାଡ଼ି ଟି ବେଲାପୁଟ ଗ୍ରାମରୁ ରାୟଗଡା କୁ ଯାଉ ଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ ସହିତ ଡିମ୍ବାଗୁଡା ନିକଟସ୍ତ ଆମ୍ବ ତୋଟା ନିକଟରେ ଧକ୍କା ହୋଇ ଥିଲା। ଫଳରେ ଘଟଣା ସ୍ଥଳରେ ବାଇକ ନଂ ଓଡ଼ି ୧୮ ଇ ୯୨୦୩ ଚାଳକ ଏମାନା ହୁଲୁକା ୩୨ ବର୍ଷ ଙ୍କ ମୃତ୍ୟୁ ହୋଇଥିଲା। ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ନିରମା ହୁଲୁକା ଥିବା ବେଳେ ଏକ ୭ ବର୍ଷର ପୁଅ ରହିଛି। ବୋଲେର ଗାଡ଼ି ନଂ ଓଡି ୧୦ ୯୭୯୮ ଟି ଗଜାବାଡି ଗ୍ରାମର ଜଣେ ଶିକ୍ଷକଙ୍କ ରହିଛି। ଦୁର୍ଘଟଣା ଟି ଆଜି ସକାଳ ସାଢେ଼ ଏଗାରା ଘଣ୍ଟା ସମୟରେ ହୋଇ ଥିବା ବେଳେ ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ମୃତ ଶବକୁ ରାସ୍ତା ରେ ରଖି ବୋଲେର ଡ଼୍ରାଇଭର ଓ ଶିକ୍ଷକଙ୍କୁ ମାଡ ମାରି ଥିବା ଜାଣିବାକୁ ମିଳିଛି। ଦୁର୍ଘଟଣାରେ ମୃତ ଏମାନାଙ୍କ ସ୍ତ୍ରୀ ଓ ପୁଅ କୁ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଦାବି କରିଥିଲେ।ଦୁର୍ଘଟଣା ଖବର ସ୍ଥାନୀୟ ପୋଲିସ ଆଇଆଇସି ପ୍ରସନ୍ନ କୁମାର ମିଶ୍ର ଜାଣିବା ପରେ ଏଏସଆଇ ସୁରେନ୍ଦ୍ର ହୁଇକା ଙ୍କୁ କେଶ ହାତକୁ ଦେଇ ପଠାଇ ଥିଲେ। ପରେ ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଏକ କେସ ରୁଜୁ କରି ଲୋକଙ୍କୁ ବୁଝା ସୁଝା କରି ଶବକୁ ସନ୍ଧ୍ୟା ୭ ଘଣ୍ଟା ସମୟରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ଆଣି ଥିଲେ। ଆସନ୍ତା କାଲି ଡାକ୍ତର ଙ୍କ ଦ୍ଵାରା ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଲୋକକଳା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ସମସ୍ୟା ଘେରରେ ଜୁନାଗଡ଼ ସଂସ୍କୃତି ଭବନ ।କାମ ଦେଉନି ଏ ସି ଛାତ ଫାଟି ପଡୁଛି ସିମେଣ୍ଟ ଅତଡା

Sunil Chandra Nayak

ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Comment

error: Content is protected !!