ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜି ଙ୍କ ଜୟନ୍ତୀ ପାଳିତ

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜି ଙ୍କ ଜୟନ୍ତୀ ପାଳିତ

ଭବାନୀପାଟଣା: – କଳାହାଣ୍ଡି ଜିଲ୍ଲା ସ୍ତରୀୟ ଅହିଂସା ର ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାନ୍ତି ଦୂତ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଜିଲ୍ଲା ସଦରମହକୁମା ଭବାନୀପାଟଣା ଠାରେ ପାଳିତ ହୋଇଯାଇଛି ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ପ୍ରାତଃ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମ ଧୁନ୍ ପରିବେଷଣ କରାଯାଇଥିଲା ଏବଂ ସହର ସ୍ଥିତ ଗାନ୍ଧି ଛକ,ଗାନ୍ଧୀ ପ୍ରମୋଦ ଉଦ୍ୟାନ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଓ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ରେ ଅବସ୍ଥାପିତ ଶାନ୍ତି କପୋତ ଶାସ୍ତ୍ରୀଜି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ (ଲୋକସଭା) କଳାହାଣ୍ଡି ମାଳବିକା ଦେବୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର ୱାନ,ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରୋବେଶନ) ଅନିମେସ ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ନିର୍ବାହୀ ଅଧିକାରୀ ପୌରପାଳିକା ଭବାନୀ ପାଟଣା, ପ୍ରମୋଦ କୁମାର ପାଢ଼ୀ, ଶିକ୍ଷାବିତ୍ ଡଃ ଉମେଶ ଚନ୍ଦ୍ର ଶତପଥି, ଭାଜପା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ, ଆର୍ତ୍ତତ୍ରାଣ ମହାପାତ୍ର, ଜୟ ଶଙ୍କର ନାୟକ, ଡଃ ଭବାନୀ ଶଙ୍କର ନିଆଲ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି, ବରିଷ୍ଟ ନାଗରିକ ପ୍ରମୁଖ ଯୋଗଦେଇ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମାଲ୍ୟାର୍ପଣ କାର୍ଯ୍ୟକ୍ରମ ପରେ ଗାନ୍ଧୀ ଛକ ଠାରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦର ୱାନ ଙ୍କ ଅଧ୍ୟକ୍ଷତାରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ପରିବେଷଣ ସହିତ ସର୍ବଧର୍ମ ପ୍ରାର୍ଥନା,ଆଲୋଚନା ଚକ୍ର, ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲାପାଳ ତାଙ୍କ ଅଭିଭାଷଣ ରେ ଗାନ୍ଧିଜୀ ଓ ଶାସ୍ତ୍ରୀଜିଙ୍କ ଆଦର୍ଶ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଆଜିର ଛାତ୍ରଛାତ୍ରୀ ଯୁବପିଢ଼ି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ସେବା ମନୋଭାବନେଇ କାର୍ଯ୍ୟକରିବା ପାଇଁ ଆହ୍ଵାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଡକ୍ଟର ଉମେଶ ଚନ୍ଦ୍ର ଶତପଥି ଯୋଗଦେଇ ସ୍ଵାଧୀନତା ସଂଗ୍ରାମ ର କର୍ଣ୍ଣଧାର ଅହିଂସା ର ପୂଜାରୀ ଗାନ୍ଧୀଜି ଓ ଶାନ୍ତି ଦୂତ ଶାସ୍ତ୍ରୀଜିଙ୍କ ଆଦର୍ଶ ଜୀବନୀ ଓ ଦେଶ ମାତୃକାର ସେବା ପାଇଁ ତାଙ୍କର ବଳିଷ୍ଟ ନେତୃତ୍ୱ ଓ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲେ,ଏଥିରେ ଶିକ୍ଷାବିଭାଗର ବିରଞ୍ଚି ନାରାୟଣ ମୁଣ୍ଡ ସହଯୋଗ କରିଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

( ମ ନି ସ ) 

Related posts

ଗୋଲାମୁଣ୍ଡା ରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ଜିଲାର ବିକାଶ ପାଇଁ ସାମ୍ବାଦିକ ଙ୍କ ସହଯୋଗ ଆବଶ୍ୟକ

masiha

DRM INSPECTS MULTI-DISCIPLINARY TRAINING CENTRE AT VISAKHAPATNAM

Sunil Chandra Nayak

ବିଶ୍ବ କଲ୍ୟାଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାକୁ ଦିଆ ଯାଇଥିବା ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ 

Leave a Comment

error: Content is protected !!