ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ 

ରୁପ୍ରା, ୪/୨ (ମନିସ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେସିଙ୍ଗା ବନାଞ୍ଚଳ ଅଧିନ ପଲମ ଓ ହାତିଖୋଜ୍ ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରିବା ସେବାବଦରେ ଏକ ସଚେତନ ସଭାର ଆୟୋଜନ ଆଜି ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବନ ସୁରକ୍ଷା ସମିତି ସଭାପତି ଦେବାବର ସାହୁ, ବନ ବିଭାଗ କଶୃପଡ଼ା ସେକ୍ସନର କର୍ମଚାରୀ ରୁକ୍ମିଣୀ ମାଝି ଓ ସସ୍ମିତା ନାଏକ ତଥା P-NGO କର୍ମକର୍ତ୍ତା ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇବା ସହ ଜଙ୍ଗଲ ଜମି କୁ ନିଆଁ ଦାଉରୁ ମୁକ୍ତ କରିବା ପାଇଁ ଶପଥ ପାଠ ହୋଇଥିଲା । ବନ ବିଭାଗର ଏହି ମହତ କାର୍ଯ୍ୟକ୍ରମକୁ ଉପସ୍ଥିତ ଥିବା ସମସ୍ତେ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ବନ ବିଭାଗକୁ ସହଯୋଗ କରିବା ପାଇଁ ସଂକଳ୍ପ ନେଇଥିଲେ । ସୂଚନାଯୋଗ୍ୟ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ନିଆଁ ଲାଗି ହଜାର ହଜାର ବୃକ୍ଷଲତା ଓ ଜଙ୍ଗଲୀ ପଶୁପକ୍ଷୀ ମୃତ୍ୟୁ ମୁଖରେ ପଡନ୍ତି। ଏଥିପାଇଁ ଏବେଠାରୁ ସଚେତନ ସଭା ଅନୁଷ୍ଠିତ କରାଯାଉଛି ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ନାରୀ ଶକ୍ତି ଜନକଲ୍ୟାଣ ସେବା ସମିତି ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଦୁବୁଲାବେଡା ଠାରେ ୫୨ତମ କୃଷି ଭିତ୍ତିକ ଟୁସୁ ମେଳା ଧୁମଧାମ ରେ ପାଳିତ

masiha

ବିଶ୍ୱ ପରିବେଶ ଦିବସରେ ପ୍ଲାଷ୍ଟିକ ମୁକ୍ତ ପାଇଁ ଆହ୍ୱାନ । ଗଛ ଲଗାଇବା ,ପ୍ଲାଷ୍ଟିକ ହଟେଇବା

Leave a Comment

error: Content is protected !!