ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ

ଧର୍ମଗଡ:ଆଜି ଓଡ଼ିଶାର ପ୍ରତ୍ୟେକ ଆଞ୍ଚଳିକ ସାଧନ କେନ୍ଦ୍ରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇ ଥିବା ବେଳେ ଧର୍ମଗଡ଼ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ଆଞ୍ଚଳିକ ସାଧନ କେନ୍ଦ୍ରର ଚିଲିଚିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ.ଏଲ.ଏନ ଗ୍ରେଡ଼ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଚଳିତ ଶିକ୍ଷା ବର୍ଷର ପ୍ରଥମ ବୈଠକ ସରକାରଙ୍କ ନିର୍ଦେଶ ଅନୁସାରେ ଅନୁଷ୍ଠିତ ହୋଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚକ୍ରଧର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆର.ପି ଭାବରେ ସିଆରସିସି ଟିକେଶ୍ୱର ନାଏକ ବୈଠକର ପରିଚାଳନା କରିଥିଲେ I ଏହି ବୈଠକ ରେ ମାସିକ ପାଠ୍ୟ ଖସଡ଼ା,ଆଗାମୀ ନଅ ମାସର ଏକାଡେ଼ମିକ ପ୍ଲାନ ସହିତ ପାଠ ଯୋଜନା, ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହାସଲର ଏକକ ଶ୍ରେଣୀ ଓ ବହୁ ଶ୍ରେଣୀ ଶିକ୍ଷାଦାନ ପାଇଁ ପାଠ ଯୋଜନା , ଅଭିନଵ ଆକ୍ଟିଭିଟି ନିର୍ଦେଶାବଳୀ, ମୋବାଇଲ ଟାବଲେଟର ବ୍ୟବହାର, ରାଜ୍ୟ ସ୍ତରୀୟ ଉପଲବ୍ଧି ସର୍ବେକ୍ଷଣ, ଜାତୀୟ ଉପଲବ୍ଧି ସର୍ବେକ୍ଷଣ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ମାନନିର୍ଦ୍ଧାରଣ ଟ୍ରାକର ପୂରଣ,ମୋ ସ୍କୁଲ ୱେବ ପୋର୍ଟାଲ.. ଇତ୍ୟାଦି ସମ୍ବନ୍ଧରେ ଆଲୋଚନା କରାଯାଇ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଶୈକ୍ଷିକ ଅଭିବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତି କରାଗଲା ଓ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି କରାଗଲା l ବରିଷ୍ଠ ଶିକ୍ଷକ ପ୍ରେମଲାଲ ଜଗତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଚାଷୀଙ୍କୁ ଆଳୁ ବିହନ ବଣ୍ଟନ 

masiha

ହରିଶ୍ଚନ୍ଦ୍ର ଯୋଜନାରେ ମୃତକ ପରିବାରକୁ ପ୍ରଶାସନର ସହାୟତା 

Sunil Chandra Nayak

ପୂର୍ବତନ ବିଧାୟକ ଆୟୁବ୍ ଖାନ୍ ନକ୍ ବିୟୋଗରେ ଶଙ୍ଖ ଭବନରେ ଶୋକ ସଭା

Leave a Comment

error: Content is protected !!