ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପଣ୍ଡିତ ପ୍ରଭାକର ନନ୍ଦ ଓ ମନ୍ଦିର ପୂଜକ ଭଣ୍ଡେଶ୍ୱର ଆଚାର୍ଯ୍ୟ ଙ୍କ ଦ୍ଵାରା ବିଧିମତେ ସମସ୍ତ ନୀତିକାନ୍ତି ମଧ୍ୟରେ ପୂଜାର୍ଚ୍ଚନା କରାଯାଇ ଶ୍ରୀ ଜୀଉଙ୍କ ର ସ୍ନାନ ନୀତି ହୋଇଥିଲା। ଶ୍ରୀ ଇଙ୍ଗିତ କୁମାର ପଣ୍ଡା ଓ ତାଙ୍କର ଧର୍ମପତ୍ନୀ ମୋନଲିଶା ପଣ୍ଡା କର୍ତ୍ତା ଭାବେ ପୂଜା କାର୍ଯ୍ୟ ତୁଳାଇ ଥିବା ବେଳେ ଟ୍ରଷ୍ଟ ର ଉପଦେଷ୍ଠା ତହସିଲଦାର ସଞ୍ଜୟ କୁମାର ସାମନ୍ତରା,ଧର୍ମଗଡ ନଗରପାଳ ଅଶୋକ କୁମାର ମହାନ୍ତି,ଟ୍ରଷ୍ଟର ଉପସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ, ନିରଞ୍ଜନ ମହାପାତ୍ର, ବରିଷ୍ଠ ସଦସ୍ୟ ସୁରେଶ ଚନ୍ଦ୍ର ମୁଣ୍ଡ,ବିଦ୍ୟାଧର ସାହୁ, ସୁରେନ୍ଦ୍ର ମୁନି, ସୁରେଶ ଚନ୍ଦ୍ର ମୁଣ୍ଡ (ଗାଏତ୍ରି), ରମେଶ ଚନ୍ଦ୍ର ପଣ୍ଡା,ଧରଣୀ ଧର ଧଙ୍ଗଡା ମାଝୀ, ସରୋଜ କୁମାର ସାହୁ,ଜନ୍ମେଜୟ ନାଏକ,ସମେତ ଜଗବନ୍ଧୁ ମିଶ୍ର, ଲକ୍ଷ୍ମୀକାନ୍ତ ଖମାରୀ, ରାମ ଚନ୍ଦ୍ର ପାଣିଗ୍ରାହୀ, ଶ୍ରବଣ ଅଗ୍ରୱାଲ, ଲଳିତ ଅଗ୍ରୱାଲ ତଥା ବହୁ ଭକ୍ତ ଏହି ଅବସରରେ ଉପସ୍ଥିତ ଥିଲେ। ସମସ୍ତ ନିତୀକାନ୍ତି ଶେଷ ହେବା ପରେ ଶ୍ରୀ ଜିଉ ଙ୍କୁ ଅଣସର ଗୃହକୁ ନିଆ ଯାଇଛି। ଆସନ୍ତା ଜୁଲାଇ ୭ତାରିଖ ଦିନ ଶ୍ରୀ ଜିଉଙ୍କ ର ନେତ୍ରୋତ୍ସବ,ନବ ଯୌବନ ବେଶ ଓ ଶ୍ରୀଗୁଣ୍ଡିଚା ଯାତ୍ରା,୧୧ ତାରିଖ ଦିନ ହେରା ପଞ୍ଚମୀ ଓ ୧୫ ତାରିଖ ଦିନ ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ୠତୁସ୍ରାବ ଜନିତ ଶିକ୍ଷା ଓ ସ୍ୱଚ୍ଛତା ସହ ସାନିଟାରୀ ନାପକିନ ବଣ୍ଟନ

Sunil Chandra Nayak

ଅବ୍ୟବସ୍ଥା ଘେରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ମୁଁ ଜଣେ ସେବକ, ସମସ୍ୟାର ସମାଧାନ ଓ ବିକାଶ ଧାରାକୁ ଆଗେଇ ନେବା ମୋ ଲକ୍ଷ୍ୟ – ଦୂର୍ଗା ତନ୍ତୀ

masiha

Leave a Comment

error: Content is protected !!