ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତିଗତ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଜଳେଶ୍ଵର ତହସିଲର ଖାମଖିଆଲି ନୀତି ବିରୋଧରେ ପଶ୍ଚିମବାର୍ଡ ଗ୍ରାମବାସୀଙ୍କ ଆମରଣ ଅନଶନ ଓ ଗଣଧାରଣା 

ଜାତିଗତ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଜଳେଶ୍ଵର ତହସିଲର ଖାମଖିଆଲି ନୀତି ବିରୋଧରେ ପଶ୍ଚିମବାର୍ଡ ଗ୍ରାମବାସୀଙ୍କ ଆମରଣ ଅନଶନ ଓ ଗଣଧାରଣା 

 ଜଳେଶ୍ଵର,୨୩/୬-(ମନିସ)-ଜାତିଗତ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଜଳେଶ୍ଵର ତହସିଲର କିପରି ଖାମଖିଆଲି ନୀତି ପୋଷଣ କରୁଛି, ସେ ସମ୍ପର୍କରେ ଆଇନଜୀବୀ ତଥା ସମାଜସେବୀ ଅଚିନ୍ତ କୁମାର ଦାସଙ୍କ ନେତୃତ୍ୱରେ ନାମ୍ପୋ ଫାଣ୍ଡି ଅନ୍ତର୍ଗତ ପଶ୍ଚିମବାର୍ଡ ଗ୍ରାମର ୧୫ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଜଳେଶ୍ଵର ବ୍ଲକ ସମ୍ମୁଖରେ ଅନଶନ ଓ ଗଣଧାରଣା ଦେବା ପରେ ପୋଲିସର ହସ୍ତକ୍ଷେପ ଫଳରେ ଜିଲ୍ଲାପାଳ ଓ ଏସପି ମିଳିତ ଜନଶୁଣାଣି ଶିବିରରେ ଯୋଗ ଦେଇଥିବା ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସମସ୍ୟାର ସମାଧାନ ପାଇଁ ହିତାଧିକାରୀ ମାନଙ୍କ ପଟ୍ଟା ଓ ରେକର୍ଡ ଯାଞ୍ଚ୍ କରି ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ଉପ ଜିଲ୍ଲାପାଳ ଶିବ ମାଲବ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଅନୁଯାୟୀ ପଶ୍ଚିମବାର୍ଡ ଗ୍ରାମର ବାସିନ୍ଦା ଶ୍ରୀ ଦାସ ନିଜର ସାନ ପୁଅ ସତ୍ୟଜିତ୍ ଦାସ ଉଚ୍ଚ ଶିକ୍ଷା ନିମନ୍ତେ ଏକ ଜାତିଗତ ପ୍ରମାଣପତ୍ର(ସାଗରପଶା)ପାଇବା ପାଇଁ ଗତ ୧୧/୫/୨୦୨୫ ତାରିଖରେ ପଶ୍ଚିମବାର୍ଡ ଜନସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିଥିଲେ।ତାଙ୍କୁ ଗତ ୨/୬/୨୦୨୫ ତାରିଖରେ ଉକ୍ତ ପ୍ରମାଣପତ୍ର ମିଳିବା ପାଇଁ ପ୍ରାପ୍ତି ସ୍ୱୀକାର ପତ୍ରରେ ଉଲ୍ଲେଖ ଥିଲା।ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶ୍ରୀ ଦାସ ଉକ୍ତ ପ୍ରମାଣପତ୍ର ନ ପାଇବାରୁ ସେ ପଶ୍ଚିମବାର୍ଡ ରାଜସ୍ୱ ନିରୀକ୍ଷକ ଓ ଜଳେଶ୍ଵର ତହସିଲଦାରଙ୍କ ପାଖକୁ ଅନ୍ୟୁନ ୧୦ ଥରରୁ ଉର୍ଦ୍ଧ୍ବ ଥର ଯାଇ ନିରାଶ ହେବା ପରେ ସେ ନଂ ୨୪୯୮ ତା ୭/୭/୨୫ ରିଖ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ନଂ ୪୫୯୫ ତା ୪/୮/୨୫ ରିଖ ଜଳେଶ୍ଵର ବ୍ଲକ, ନଂ ୩୨୬୭ ତା ୧/୯/୨୫ ରିଖ ଭୋଗରାଇ ବ୍ଲକ, ନଂ ୩୪୭୧ ତା ୮/୯/୨୫ ରିଖ ବାଲିଆପାଳ ବ୍ଲକ ଓ ୪/୫/୨୬ ତାରିଖରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ମିଳିତ ଜିଲ୍ଲାପାଳ ଓ ଏସ ପି ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳପାରିନାହିଁ।ନିଜର ମେଧାବୀ ପୁତ୍ରର ଉଚ୍ଚ ଶିକ୍ଷା ଓ ବୃତ୍ତି ପାଇଁ ପ୍ରମାଣପତ୍ର ଆବଶ୍ୟକ ହେଉଥିବା ବେଳେ ପ୍ରଶାସନର ଏଭଳି ଖାମଖିଆଲି ନୀତିକୁ ସେ ନାପସନ୍ଦ କରିଛନ୍ତି।ସେହି ସାଗରପଶା ଜାତିକୁ ଜଳେଶ୍ଵର ତହସିଲଦାର ବହୁ ହିତାଧିକାରୀଙ୍କୁ ଓ.ବି.ସି/ ଏସ. ଇ.ବି.ସି ପ୍ରମାଣପତ୍ର ପ୍ରଦାନ କରିଥିବା ବେଳେ ଶ୍ରୀ ଦାସଙ୍କ କ୍ଷେତ୍ରରେ ଏଭଳି ପାତର ଅନ୍ତର ନୀତି ପାଇଁ ସେ ତହସିଲଦାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।ଶ୍ରୀ ଦାସଙ୍କ ପରି ସେହି ଗ୍ରାମର ବହୁ ଗ୍ରାମବାସୀ ସେହି ଜାତିର ହୋଇଥିବା ବେଳେ ପଟ୍ଟାରେ ଭୁଲବଶତଃ ଓଡ଼ିଆରେ ସାଗରପଶା ବଦଳରେ ସାଗରପେଶା ଲେଖା ହୋଇ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି।ଏହି ଗଣ ଧାରଣାରେ ଶ୍ରୀ ଅଚିନ୍ତ କୁମାର ଦାସଙ୍କ ସମେତ ମାଣିକ ଚନ୍ଦ୍ର ଦାସ,କିଶୋରୀ ମୋହନ ଦାସ,ସପନ କୁମାର ଦାସ,ପଙ୍କଜ କୁମାର ଦାସ,ଚନ୍ଦନ କୁମାର ଦାସ,ସତ୍ୟ ସୁନ୍ଦର ଦାସ,ରାଜୀବ ଦାସ,ସଞ୍ଜୟ ଦାସ,ଦୀପକ କୁମାର ଦାସ, ସର୍ବେଶ୍ଵର ଦାସ,ସତ୍ୟଜିତ୍ ଦାସ, ଚିନ୍ମୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଉତ୍କଳଦିବସ ପାଳନ

Sunil Chandra Nayak

ସାହିତ୍ୟ ପତ୍ରିକା ନବକାକଳି ର ବିଷୁବ ପୁରସ୍କାର ..

Sunil Chandra Nayak

ଘନ କୁହୁଡି ଯୋଗୁଁ ପନିପରିବା ଫସଲ ନଷ୍ଟ,ଚିନ୍ତାରେ ଚାଷୀ

masiha

Leave a Comment

error: Content is protected !!