ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଘର ଯୋଜନା ର ହିତାଧିକାରୀଙ୍କୁ ଘର ଋଣ ଚେକ ପ୍ରଦାନ

ଭବାନୀପାଟଣା :- ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଗରିବ ଓ ନିମ୍ନମଧ୍ୟବିତ୍ତର ପରିବାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଘୋଷଣା କରାଯାଇଥିବା “ ମୋ ଘର” ଯୋଜନା ର ପ୍ରଥମ ପର୍ଯ୍ୟାୟ ଋଣ ପ୍ରଦାନ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ଜିଲ୍ଲାପାଳ କଳାହାଣ୍ଡି ପି. ଅନ୍ଵେଷା ରେଡ୍ଡୀ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସଚିନ ପାୱାର ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ହିତାଧିକାରୀମାନଙ୍କୁ ପ୍ରଥମ ପର୍ଯ୍ୟାୟ ରୂପେ ୧ ଲକ୍ଷ ଋଣ ଚେକ ପ୍ରଦାନ କରାଗଲା । ଜିଲ୍ଲା ର ୮ ଟି ବ୍ଲକ ଯଥା ଥୁଆମୂଳ ରାମପୁର , କେସିଙ୍ଗା, କର୍ଲାମୁଣ୍ଡା, ମଦନପୁର ରାମପୁର , କୋକସରା, ଭବାନୀପାଟଣା, ନର୍ଲାର ୨୪ ଜଣ ହିତାଧିକାରୀଙ୍କୁ ପ୍ରତ୍ଯେକଙ୍କୁ ମୋଟ ଅନୁମୋଦନ ଋଣ ୩ ଲକ୍ଷ ଟଙ୍କାରୁ ୧ ଲକ୍ଷ ଟଙ୍କା ଚେକ ପ୍ରଦାନ କରାଗଲା । ଏହି ଯୋଜନାରେ ମାସିକ ୨୫ ହଜାର ରୁ କମ ଆୟ କରୁଥିବା ପରିବାର ନିଜର କଚ୍ଚା ଘରକୁ ପକ୍କା କରିପାରିବେ , ଘରର ନିର୍ମାଣ , ସଂପ୍ରସାରଣ , ସମ୍ପୂର୍ଣକରଣ , ଉନ୍ନତୀକରଣ କରି ପାରିବେ । ପ୍ରତ୍ଯେକ ଋଣ ଅର୍ଥ ରାଶି ଉପରେ ସରକାର ମଧ୍ୟ ସବସିଡି ଦେଉଛନ୍ତି । ୧ ଲକ୍ଷ , ୧.୫ ଲକ୍ଷ , ୨ ଲକ୍ଷ , ୩ ଲକ୍ଷ ଟଙ୍କା ରୁ ଏସ.ସି -ଏସ.ଟି ଓ ଭିନ୍ନକ୍ଷମ ପରିବାର ଯଥାକ୍ରମେ ୪୦,୦୦୦/- , ୫୫,୦୦୦/-, ୭୦,୦୦୦/- , ୭୦,୦୦୦/- ଏବଂ ସାଧାରଣ ପରିବାର ୩୦,୦୦୦/- , ୪୫,୦୦୦/- , ୬୦,୦୦୦/- ଓ ୬୦,୦୦୦/- ସବସିଡି ପାଇ ପାରିବେ । 

  ଏହି ଋଣ ଚେକ ପ୍ରଦାନ ସମାରୋହରେ ଅତିରିକ୍ତ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଏ.ପି.ଡି.ଆର.ଏଚ. ଅମୂଲ୍ୟ ବାଉଲ, ଡି.ଆଇ.ପି.ଆର.ଓ ମନୋଜ ବେହେରା , ସମସ୍ତ ବି.ଡି.ଓ , ଏଲ.ଡି.ଏମ ଧ୍ରୁବ ପ୍ରସାଦ ସିଂ, ଏସ.ବି.ଆଇ , ଇଣ୍ଡିଆନ ବ୍ୟାଙ୍କର ମ୍ୟାନେଜର , ହିତାଧିକାରୀ ଓ ଜିଲ୍ଲା ପରିଷଦ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ଉତ୍ସବ ପାଳନ

masiha

ଢେଙ୍କାନାଳ ଥିଙ୍କର୍ସ ଫୋରମର ମହିଳା ଦିବସ ପାଳନ ,ସୁଶ୍ରୀ ବିଭାରଣୀଙ୍କୁ “ସୁନାଝିଅ ସମ୍ମାନ” 

masiha

ଚାଉଳ ଏବଂ କିରୋସିନି ହେରଫେର କରି ନିଲମ୍ବନ ହେଲେ ରିଟେଲର

Sunil Chandra Nayak

Leave a Comment

error: Content is protected !!