ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୁମେ ନୂଆ ତାଲିକା ବାହାରିଲେ ଘର ପାଇବ ! ଶୁଣି ଶୁଣି ପାଞ୍ଚ ବର୍ଷ ବିତିଗଲା ,ଏବେ ପୁଣି ସେହି ବାଣୀ !

ତେନ୍ତୁଳିଖୁଣ୍ଟି ୧୩/୦୭/୨୩  //  ସେହି ତାଲିକା ର ନା କଣ ? ତାଲିକା କାହାଦ୍ୱାରା ପ୍ରସ୍ତୁତ ?କିଏ କେଉଁ ଆଧାର କୁ ନେଇ ତଥାକଥିତ ଏସ ଇ ସି ( ସାମାଜିକ ଆର୍ଥିକ ଜାତିଗତ ସର୍ଭେକ୍ଷଣ ) ତାଲିକା ପ୍ରସ୍ତୁତ ହୋଇଛି ଯେ ଭଙ୍ଗା ଦଦରା ଦିନରେ ସୂର୍ଯ୍ୟ ରାତିରେ ଜହ୍ନ ଦେଖୁଥିବା ତଥା ବର୍ଷା ହେଲେ ସରକାରୀ ବାବୁଙ୍କ ଦୟାରୁ ମିଳିଥିବା ଜରି ଘର ଉପରେ ପକାଇ ନିଜ ପରିବାର ଚଳାଉଥିବା ବ୍ୟକ୍ତି ଙ୍କ ନାମ ରହୁନି ! ଅଥଚ ଅବିବାହିତ ପୁଅ ଝିଅ ଙ୍କ ନାମ ରହି ପାରୁଛି । ଜଣ ଜଣ ଙ୍କ ନାମ ଦୁଇ ଦୁଇ ଥର ରହି ପାରୁଛି। ନିର୍ମାଣ ଶ୍ରମିକ ହିସାବରେ ହେଉ ଟେରା କୋଟା ଶିଳ୍ପୀ ହିସାବରେ ହେଉ ଘର ପାଇଥିବା ହିତାଧିକାରୀ ଙ୍କ ନାମ ରହୁଛି। ଉକ୍ତ ଯୋଜନା ରେ ସ୍ୱାମୀ ଘର ପାଇଥିବା ବେଳେ ଏବେ ସ୍ତ୍ରୀ ର ନାମ ତଥାକଥିତ ଏସ ଇ ସି ତାଲିକାରେ ରହୁଛି। ପରିବାର ର ଜଣେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ ଶେଷ କରି ନଥିବା ବେଳେ ଯୌଥ ପରିବାର ରେ ରହୁଥିବା ବୋହୁ ନାମରେ ଘର ଆସୁଛି ଅଥଚ ସମସ୍ତ ମାପଦଣ୍ଡ ରେ ଯୋଗ୍ୟ ହିତାଧିକାରୀ କୁ କେବଳ ପ୍ରତିଶୃତି ମିଳୁଛି ଆଗାମୀ ତାଲିକାରେ ତୁମ କୁ ପ୍ରାଥମିକତା ଭିତ୍ତିରେ ଗୃହ ଦିଆଯିବ। ଏଭଳି ପ୍ରତିଶ୍ରୁତି ଶୁଣି ପାଞ୍ଚ ବର୍ଷ ବିତିଗଲାଣି। ଏବେ ପୁଣି ପ୍ରତିଶୃତି ସହ କିଛି ଡକୁମେଣ୍ଟ ମଗାଯାଉଛି କି ଆଗାମୀ ତାଲିକାରେ ତୁମ ନାମ ଅଛି ନିଶ୍ଚୟ ଘର କରେଇଦେବୁ। କଣ କରିବ ସେ ଭରସା ନା ବିଶ୍ୱାସ । କଣ ତା ପରିବାର ସରକାରୀ ସାହାଯ୍ୟରେ ଘର ଟିଏ ପାଇ ପାରିବିନି? 

ଏଭଳି ଘଟିଛି ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ଖାତିଗୁଡା ଗ୍ରାମ ର ସରୋଜିନି ଖରା ଙ୍କ କ୍ଷେତ୍ର ରେ। 2016 ରୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ ଯୋଜନା ହେବା ଦିନରୁ କେବଳ ପ୍ରତିଶୃତି ମିଳୁଛି। କିନ୍ତୁ ଆଜି ଯାଏଁ ପୂର୍ଣ୍ଣ କରି ନାହାଁନ୍ତି କିଏ। ତାର ଘର ର ସ୍ଥିତି ଓ ତା ଉପରେ ପରିବାର ର ବୋଝ ସମ୍ପର୍କିତ ଖବର ପ୍ରକାଶ ପରେ ତେନ୍ତୁଳିଖୁଣ୍ଟି ବ୍ଲକ ରେ କିଛିଦିନ ଭାରପ୍ରାପ୍ତ ବିଡ଼ିଓ ଦାୟିତ୍ୱ ରେ ଥିବା ପାପଡାହାଣ୍ଡି ବିଡ଼ିଓ ସରୋଜିନୀ ଘର କୁ ଯାଇ ସ୍ଥିତି ଅନୁଧ୍ୟାନ କରି କହିଥିଲେ ଆଗାମୀ ତାଲିକାରେ ନିଶ୍ଚିତ ରୂପେ ତୁମେ ଘର ପାଇବ ! କିନ୍ତୁ ତିନିବର୍ଷ ପରେ ମଧ୍ୟ ଘର ପାଇନି ସରୋଜିନୀ। ଏବେ ଗତ ମାସ ରେ ପଞ୍ଚାୟତ ର ଦୁଇ ଶହ ରୁ ଉର୍ଦ୍ଧ୍ବ ଙ୍କୁ ଆବାସ ଗୃହ କାର୍ଯ୍ୟାଦେଶ ମିଳିଲା ତଥାପି ସରୋଜିନୀ ର ନା ମ ନାହିଁ ତାଲିକାରେ । ହଁ ତାଲିକା ରେ କିନ୍ତୁ ଅନ୍ୟ ଦୁଇ ଜଣ ସରୋଜିନୀ ଘର ପାଇବା ଦେଖି ନାମ କୁ ନେଇ ହତ ଭାଗା ବୋଲି ଭ୍ରମ ଦୂର ହୋଇଛି କିନ୍ତୁ ଆଶା ଆଶା ରେ । କିଛି ଦିନ ତଳେ କେହି ଜଣେ ଆସି କହିଲେ ତୁମ ଡକୁମେଣ୍ଟ ଦିଅ ଆଗାମୀ ତାଲିକାରେ ତୁମ ନାମ ଅଛି ଘର ଆସିବ। ଆଗାମୀ ତାଲିକା କଣ? ଅସମାହିତ ପ୍ରଶ୍ନ ସରୋଜିନୀ ଖରା ର।

 ସରୋଜିନୀ ଖରା ଙ୍କ ସ୍ୱାମୀ ମୃତ୍ୟୁ ପୂର୍ବରୁ ଘର ପାଇଁ ଲୋକପ୍ରତିନିଧି ସମେତ ଅଧିକାରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ। ନିଜ ଜୀବନକାଳରେ ଘର ଟିଏ ପାଇ ପାରିଲେନି। ବର୍ତ୍ତମାନ ସରଜିନି ର ପରିବାର ଏକମାତ୍ର କୋଠରୀ ବିଶିଷ୍ଠ ଗୃହ ରେ ପୁଅ ବୋହୁ ନାତୁଣୀ କିଡନୀ ରୋଗାକ୍ରାନ୍ତ ପୁଅ ଏକୋଇଶ ବର୍ଷୀୟ ଝିଅ ବାସ କରୁଛନ୍ତି। ଦିନ ଏମିତି ସେମିତି ବିତିଯାଉଥିଲେ ମଧ୍ୟ ରାତି ହେଲେ କିଏ କେଉଁ ପଡୋଶୀ ଘରେ ଶୋଇବ ଚିନ୍ତା। ବିବାହିତ ପୁଅ ବୋହୂ ଓ ନାତୁଣୀ ଘରେ ଶୋଉଥିବା ବେଳେ ଅନ୍ୟ ମାନେ ଅନ୍ୟ ଘରେ ରାତିରେ ଶୋଇବାକୁ ବାଧ୍ୟ ହୁଅନ୍ତି । କାହା ଘରେ ଅତିଥି ଆସିଥିଲେ ଅବସ୍ଥା ଚିନ୍ତା ଜନକ ସ୍ଥିତି। କିଡନୀ ରୋଗାକ୍ରାନ୍ତ ପାଇଁ ସ୍ଵଛ ବାତାବରଣ ଆବଶ୍ୟକ କିନ୍ତୁ ସେଥିରୁ ମଧ୍ୟ ପରିବାର ବଞ୍ଚିତ।   

  ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଙ୍କୁ ପଚାରିବାରୁ କହିଲେ ମୁଁ ଆସିବା ପୂର୍ବରୁ ତାଲିକା ପ୍ରସ୍ତୁତ ହୋଇଥିଲା ,ବର୍ତ୍ତମାନ ଏଭଳି କିଛି ଯୋଗ୍ୟ ହିତାଧିକାରୀ ଙ୍କ ଦୁଃଖ ନଜରକୁ ଆସିଛି କଣ କରିହେବ ଉପରିସ୍ଥ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରି ପଦକ୍ଷେପ ନେବି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Odisha’s Bharat 24 journalist and JCI’s Working President received the “Most prestigious and promising journalist of the year 2024” award.

masiha

ବାଲୁକା କଳାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ

masiha

Leave a Comment

error: Content is protected !!