ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢୁଷଗୁଡ଼ା ରେତ୍ ଡ୍ୟାମରେ ବୁଡ଼ି କଲେଜ ଛାତ୍ର ନିଖୋଜ ଘଟଣା, ୨୪ ଘଣ୍ଟା ପରେ ଶବ ଉଦ୍ଧାର         

  ଲାଞ୍ଜିଗଡ଼,୧୩/୦୭(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଓ ନର୍ଲା ବ୍ଲକ ସୀମାନ୍ତ ଢୁଷଗୁଡାସ୍ଥିତ ରେତ୍ ନଦୀ ଡ୍ୟାମ୍ ରେ ବୁଡ଼ି ନିଖୋଜ ଥିବା କଲେଜ ଛାତ୍ରର ଶବ ଆଜି ୨୪ ଘଣ୍ଟା ପରେ ଉଦ୍ଧାର କରାଯାଇଛି ! ଶବ ଉଦ୍ଧାର ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ! ଅପରପକ୍ଷରେ ଶବ ଉଦ୍ଧାର କରିବାରେ ବିଳମ୍ବ ହେବା ଓ ନିଖୋଜ ଛାତ୍ରଙ୍କ ସାଙ୍ଗରେ ଆସିଥିବା ଛାତ୍ରଛାତ୍ରୀଙ୍କୁ ପୁଲିସ ଛାଡ଼ି ଦେଇଥିବାରୁ ଉତ୍ୟକ୍ତ ପରିବାର ଲୋକେ ଛତିକୁଡ଼ା ଛକରେ ତିନିଘଣ୍ଟା ଧରି ରାସ୍ତାରୋକ କରିଥିଲେ ! ଏଥିଯୋଗୁଁ ଭବାନୀପାଟଣାରୁ ରାୟଗଡ଼ା ଓ ମଦନପୁର ରାମପୁର ରାସ୍ତାରେ ଯାନବାହନ ଚଳାଚଳ ଠପ୍ ହୋଇଥିଲା ! ଏଇ ସମୟ ମଧ୍ୟରେ ଅଗ୍ନିଶମ ବିଭାଗ ଦ୍ବାରା ଗତକାଲି ସନ୍ଧ୍ୟାରେ ବନ୍ଦ ଥିବା ଉଦ୍ଧାର କାର୍ଯ୍ୟ ଆଜି ପୁଣି ଆରମ୍ଭ ହୋଇଥିଲା ! ତେବେ ଗତକାଲି ସନ୍ଧ୍ୟା ହେବାରୁ ବନ୍ଦ ଥିବା ଉଦ୍ଧାର କାର୍ଯ୍ୟ ଆଜି ପୁଣି ଆରମ୍ଭ କରାଯାଇଥିବାବେଳେ ନିଖୋଜ ହେବାର ୨୪ ଘଣ୍ଟା ପରେ ଆଜି ଦିନ ୧୧.୩୦ ସମୟରେ ଛାତ୍ରଙ୍କ ମ୍ରୁତଦେହ ଉଦ୍ଧାର କରାଯାଇଥିଲା ! ଶବ ଉଦ୍ଧାର ସମୟରେ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ନର୍ଲା ତହସିଲଦାର ଶଙ୍କର ବାଗ, ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ପ୍ରମୁଖ ଉପସ୍ଥିତ ଥିଲେ ! 

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଜାମଦା ଓ ଦୁମାଡ଼ିହିରେ ବାର୍ଷିକ ଶ୍ରଦ୍ଧା ଦିବସ ଅନୁଷ୍ଠିତ

masiha

୧- ୧୫ ଟିକିଆ ହାତୀପଲଙ୍କ ଉପଦ୍ରବ: କଦଳୀ,ନଡ଼ିଆ ଓ ପନିପରିବା ବଗିଚା ଉଜାଡ଼ିଲେ,୨-ବର୍ଷାରେ ପୁରୁଣା କଟକ ସମ୍ବଲପୁର ୪୨ ନଂ ଜାତୀୟ ରାଜପଥର ଓସ୍ତପାଳ ରୋଡ ସାଇଡି ଭାଙ୍ଗିଲା ,୩-ବିଦ୍ୟୁତ୍ ଆଘାତରେ ମହିଳା ମୃତ , ୪- ବଜ୍ରାଘାତରେ ପରିବାରର ୫ ଆହତ

Sunil Chandra Nayak

କୁମ୍ଭକର୍ଣ୍ଣ ନିଦ୍ରାରେ ୩ ବିଭାଗ  , ବେଧଡ଼କ ଚାଲିଛି ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ 

Sunil Chandra Nayak

Leave a Comment

error: Content is protected !!