ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷ ଖାଇ ମରିଗଲେ ଏଗାର ମେଣ୍ଢା

ନବରଙ୍ଗପୁର, ତା-୧୩/୭/୨୩,(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଉମରାହାଣ୍ଡି ଗ୍ରାମରେ ଗତକାଲି ରାତିରେ ଏକ ସଙ୍ଗେ ଗୋଟିଏ ଘରର ଏଗାରଟି ମେଣ୍ଢା ମରିଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ଉମରାହାଣ୍ଡି ଗ୍ରାମର ମନ ଭାତ୍ରାଙ୍କ ମେଣ୍ଢା ଚରାଇବା ପାଇଁ ନିକଟସ୍ଥ ଖୋଲା ଜାଗାକୁ ନିଆଯାଇଥିଲା । ଆଜିକାଲି ଚାଷ ସମୟ ହୋଇଥିବାରୁ ପ୍ରାୟ ଅଧିକାଂଶ ଜମିରେ ଚାଷ କରାଯାଇଛି । ଚାଷ ଜମିରେ କୀଟନାଶକ ପ୍ରୟୋଗ କରାଯାଇଛି । ମେଣ୍ଢା ଚରାଇ ଘରକୁ ଫେରିଆସିବା ସମୟରେ ଗୋଟିଏ ଗୋଟିଏ ମେଣ୍ଢା ଛଟପଟ ହୋଇ ମାରିବା ଆରମ୍ଭ ହେଲା । କିଛି ସମୟପରେ ଦେଖୁ ଦେଖୁ ମୋଟ ଏଗାରଟି ମେଣ୍ଢା ଛଟପଟ ହୋଇ ମରିଯାଇଥିଲେ । ଏଥିରେ ଆଚମ୍ବିତ ହୋଇ ମନ ଭତ୍ରl ଡାବୁଗାଁ ପ୍ରାଣୀ ଚିକିତ୍ସାଳୟ ରେ ଯୋଗାଯୋଗ କଲା । ପ୍ରାଣୀ ଚିକିତ୍ସାଳୟ କର୍ମଚାରୀ ଆସି ସମସ୍ତ ମେଣ୍ଢାକୁ ମୃତ ଘୋଷଣା କରିଥିଲେ। ଏତେ କଷ୍ଟରେ ବଢ଼ାଇଥିବା ମେଣ୍ଢା ଗୁଡ଼ିକ ମରିଥିବା ଦେଖି ମନ ଭତ୍ରା ଓ ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ମନ ଭତ୍ରା ଘରକୁ ଯାଇ ମେଣ୍ଢା ଗୁଡ଼ିକର ବୀମା ହୋଇନଥିବାରୁ କୌଣସି କ୍ଷତିପୂରଣ ମିଳିବନାହିଁ ବୋଲି ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଜଣାଇଥିଲେ । କିଛି ଅନୁକମ୍ପା ରାଶି ପ୍ରଦାନ କଲେ ପୀଡ଼ିତ ପରିବାରଙ୍କୁ ସହାୟତା ହେଵ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଲକ୍ଷ୍ମୀପୁର ବ୍ଲକ ପଡ଼ିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଶୁଭାରମ୍ଭ 

masiha

କେନ୍ଦ୍ରୀୟ ବଜେଟକୁ ନେଇ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ନୂତନ ମନ୍ଦିରର ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ଓ ପୂଣ୍ଣାହୁତି 

masiha

Leave a Comment

error: Content is protected !!