ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣି ଜଣେ ଦାଦନ ଶ୍ରମିକଙ୍କ ଆନ୍ଧ୍ରରେ ମୃତ୍ୟୁ,ଗାଁକୁ ଫେରିପାରିଲାନି ଶବ

କୋକସରା,୨୯/୧୨// କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବାଞ୍ଜିବାହାଲ ଗ୍ରାମର ଚମାର କୋଚିଆ (୫୨) ଙ୍କ ଆନ୍ଧ୍ର ପ୍ରଦେଶ ରାଜ୍ୟ ବିଜୟୱାଡା ନିକଟରେ ଥିବା ଏକ ଇଟାଭାଟିରେ କାମ କରୁଥିବା ବେଳେ ଅକସ୍ମାତ ଚେତାଶୂନ୍ୟ ହୋଇ ପଡିବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିବା ବେଳେ ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ପେଟପାଟଣା ପାଇଁ ସ୍ତ୍ରୀ କୁନ୍ତି ମାଝୀ ଓ ଦୁଇ ପୁଅଙ୍କୁ ଧରି ଆନ୍ଧ୍ରର ଏକ ଇଟାଭାଟିକୁ ଗତ କିଛିମାସ ତଳେ ଯାଇଥିଲେ।ଇଟାଭାଟିରେ କାମ କରୁଥିବା ସମୟରେ ମଙ୍ଗଳବାର ଅକସ୍ମାତ ଚେତା ହରାଇ ଟଲି ପଡ଼ିଥିଲେ ଚମାର। ତାଙ୍କୁ ବିଜୟୱାଡାର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ। ସ୍ୱାମୀକୁ ହରାଇ ଅସହାୟ ସ୍ତ୍ରୀ ସ୍ବାମୀର ଶବକୁ ଭିଟାମାଟିକୁ ଆଣି ନପାରି ସେଠାରେ ହିଁ ଲୋକଙ୍କ ସହାୟତାରେ ଶବଦାହ କରିଥିବା ସମ୍ପର୍କୀୟଙ୍କ ଠାରୁ ଜଣାପଡ଼ିଛି। ଅନ୍ୟପକ୍ଷରେ କୋକସରା ବ୍ଲକରେ ବିଗତ ୬ ମାସ ମଧ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ୧୧ରେ ପହଞ୍ଚିଛି। ଯାହାକି ବ୍ଲକରେ ଦାଦାନ ସମସ୍ୟା ଜଟିଳ ହୋଇଥିବା ଦର୍ଶାଉଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ମନରେଗା ଯୋଜନାର ବିଫଳତାକୁ ମଧ୍ୟ ଇଙ୍ଗିତ କରୁଛି। କେବେ ଏହି ଦାଦନ ସମସ୍ୟା ଉପରେ ପୂର୍ଣ୍ଣଛେଦ ପଡିବ ନା ଏମିତି ଶବ ହୋଇ କେବେ ଭିଟାମାଟିକୁ ଫେରିବାରେ ଅସମର୍ଥ ତ କେବେ ଦାଦନର ଶବ ଫେରିବା ଘଟଣା ଖବର କାଗଜର ପୃଷ୍ଠା ମଣ୍ଡନ କରୁଥିବ, ଦାଦନ ରୋକିବା ଦିଗରେ କେବେ ପ୍ରଶାସନ ସଜାଗ ହେବ ତାହା ଦେଖିବାକୁ ବାକି ରହିଲା।

ମସିହା ନିଉଜ ସର୍ଭିସ୍ 

Related posts

ମହିଳା ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ 

masiha

ଗଡା ପୋଲ ନିର୍ମାଣରେ ବିଳମ୍ବ, ଭୟଭୀତ ଯାତ୍ରୀ

Sunil Chandra Nayak

ପ୍ରଧାନମନ୍ତ୍ରୀ ଙ୍କ ମନ କୀ ବାତ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!