ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ଦ୍ୱିତୀୟ ବାର୍ଷିକୋତ୍ସବ

ରାଉରକେଲା/ ଏକ ସୁସ୍ଥ ପରିବେଶ ଓ ସୁସ୍ଥ ସମାଜ ଗଠନ ପାଇଁ ସ୍ବଚ୍ଛ ଓ ସବୁଜ ପରିବେଶର ଆବଶ୍ୟକତା ରହିଛି । ଯାହା କ୍ଲିନ୍ ଆଣ୍ଡ ଗ୍ରୀନ୍ କାର୍ଯ୍ୟକ୍ରମରେ ପ୍ରତିଫଳିତ ହେଉଛି ବୋଲି ଅତିଥିମାନେ ଅନୁଷ୍ଠାନର ଦ୍ୱିତୀୟ ବାର୍ଷିକୋତ୍ସବ ରେ ମତପ୍ରକାଶ କରିଥିଲେ । ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସଭାପତି ଡାକ୍ତର ଦେବେନ୍ଦ୍ର ସେଠୀଙ୍କ ସଭାପତିତ୍ବ ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ ଙ୍କ ଆବାହକତ୍ବ ତଥା ବରିଷ୍ଠ ସଦସ୍ୟ ବିଭୁତି ଭୂଷଣ ବିଶ୍ବାଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର କମିଶନର ତଥା ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ମୁଖ୍ୟଅତିଥି ଓ ରାଉରକେଲା ଏମଭିଆଇ ପର୍ଶୁରାମ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ରାଉରକେଲାର ସୌନ୍ଦର୍ଯ୍ୟ ଅକ୍ଷୁର୍ଣ୍ଣ, ଚିରସବୁଜ ତଥା ସୁସ୍ଥ ପରିବେଶକୁ ଗୁରୁତ୍ବ ଦେଇ କାର୍ଯ୍ୟ କରୁଥିବାରୁ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି କହିଥିଲେ । ସେହିପରି ସହରରେ ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ, ଟ୍ରାଫିକ ନିୟମ ଶିକ୍ଷା ଓ ସଚେତନତା ଉପରେ ଗୁରୁତ୍ବାରୋପ କରିଥିଲେ । ସଭାପତି ଡା ସେଠୀ ସଭାପତିତ୍ବ ଅଭିଭାଷଣ ରେ କହିଲେ ଯେ ୨୦୧୯ ରେ ଅନୁଷ୍ଠାନର ସଦସ୍ୟ ସଂଖ୍ୟା ୭ ରେ ଥିବାବେଳେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୮୦ରେ ପହଞ୍ଚିଥିବା ବେଳେ ସାମାଜିକ ପ୍ରତିବଦ୍ଧତା ଯୋଗୁଁ ସହରରକୁ ସ୍ବଚ୍ଛ, ସବୁଜ ଓ ସୁନ୍ଦର କରିବାପାଇଁ ଅନୁଷ୍ଠାନ ପ୍ରୟାସ ଜାରି ରଖିଛି । ସାଧାରଣ ସଂପାଦକ ଶ୍ରୀ ଦାସ ବାର୍ଷିକ ବିବରଣୀ ପାଠ କରିବା ସହ ପ୍ରତ୍ୟେକ ରବିବାର ହେଉଥିବା କାର୍ଯ୍ୟକ୍ରମ ସଂପର୍କରେ ଓ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରକୃତିମିତ୍ର ଭାବେ ଗୋବିନ୍ଦଚନ୍ଦ୍ର ସାହୁ ଓ ବନ କର୍ମଚାରୀ ନେଲସନ ଡାଙ୍ଗ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ଭାବେ ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସତ୍ୟାନନ୍ଦ ବେହେରା, ଦେବ ପଟ୍ଟନାୟକ, ସନ୍ତୋଷ ଦାସ, ଅବନୀ ମହାପାତ୍ର, ପୱନ ତିୱାରୀ, ସଂଜୀବ ନାୟକ, ଅନନ୍ତ ପଟ୍ଟନାୟକ , ମଳୟ ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଶ୍ରେଷ୍ଠ ସଂଗଠକ ଭାବେ ହିମାଂଶୁ ଶେଖର ମହାପାତ୍ର, ଶ୍ରେଷ୍ଠ ସହଯୋଗୀ ଭାବେ ବିଭୁତି ଭୂଷଣ ବିଶ୍ବାଳ ଓ ଅଶୋକ ପଟେଲ ଙ୍କୁ ତଥା ପ୍ରଶଂସନୀୟ କାର୍ଯ୍ୟପାଇଁ ମୀନତି ବେହେରା, ସାବିତ୍ରୀ ସାହୁ, ଦିନେଶ କୁମାର ସିଂହ, ରମେଶ ଚନ୍ଦ୍ର ସାହୁ, ପ୍ରଦୀପ କୁମାର ପଟ୍ଟନାୟକ,ଜ୍ଞାନଜିତ୍ ଦାଶ, ପ୍ରଦୀପ କୁମାର ରଥ, ପ୍ରଫୁଲ୍ଲ କୁମାର ପାତ୍ର, ପ୍ରଦୀପ କୁମାର ପାତ୍ର, ପ୍ରଦୀପ କୁମାର ସ୍ବାଇଁ, ବିଶିକେଶନ ସିଂହ, ଚନ୍ଦ୍ରକାନ୍ତ ରାଉତ ଓ ଅମିତ ରାୟ ଙ୍କୁ ଏକ୍ସଲେନ୍ସ ଆୱାର୍ଡ ରେ ସମ୍ମାନିତ କରାଯାଇଥିଲା । ଏହା ସହ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କୁ ସେମାନଙ୍କର ସହଯୋଗ ପାଇଁ ଅତିଥିମାନେ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ମନୋଜ କୁମାର ନାୟକ, ପ୍ରଦୀପ କୁମାର ଭୋଇ, ସ୍ମିତା ମିଶ୍ର, ଅଶୋକ ପଟେଲ, ସାବିତ୍ରୀ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ କବି କୁଞ୍ଜବିହାରୀ ରାଉତ ଅନୁଷ୍ଠାନ ସଂପର୍କୀତ ଏକ କବିତା ପାଠ କରିଥିଲେ। ଶେଷରେ ସାଂଗଠନିକ ସଂପାଦକ ହିମାଂଶୁ ଶେଖର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ବାର୍ଷିକୋତ୍ସବ ପାଇଁ ଅନୁଷ୍ଠାନ ତରଫରୁ ଆରଜିଏଚ ଠାରେ ଆୟୋଜିତ ରକ୍ତଦାନ ଶିବିରରେ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୁନାଗଡ ଏନ୍ ଏ ସି ଅଧକ୍ଷ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

masiha

ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

Saipriya Nagar to Host Chaitra Parba Celebrations of Maa Majhi Ghoriani

masiha

Leave a Comment

error: Content is protected !!