ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟୀ ସାଂସ୍କୃତିକ ପରିଷଦ,ସାଜ ଐର ଆୱାଜ ପକ୍ଷରୁ   ମହାନ୍ ସିନେ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ବାମନଘାଟୀ ସାଂସ୍କୃତିକ ପରିଷଦ,ସାଜ ଐର ଆୱାଜ ପକ୍ଷରୁ  

ମହାନ୍ ସିନେ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

 ମୟୂରଭଞ୍ଜ,୧।୩ // ଓଡିଆ ଚଳଚ୍ଚିତ୍ରର ଜଗତର ଲୋକପ୍ରିୟ ଓ ମହାନ୍ ଅଭିନେତା ଉତ୍ତମ ମହାନ୍ତିଙ୍କ ଦୁଃଖଦ ବିୟୋଗରେ ସମଗ୍ର ରାଜ୍ୟ ସ୍ତମ୍ଭିଭୂତ ଓ ସ୍ତବ୍ଧ । ଏହି ଅବସରରେ ଆଜି ରାଇରଙ୍ଗପୁର ସହରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଉତ୍ତମ ମହାନ୍ତିଙ୍କ ଅମର ଆତ୍ମାର ସଦଗତି କାମନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଵାମନଘାଟୀ ସାଂସ୍କୃତିକ ପରିଷଦ, ପରିକ୍ରମା,ସାଜ୍ ଐର୍ ଆୱାଜ,ଛଠ ପୂଜା ଟ୍ରଷ୍ଟ ଓ ,ହିନ୍ଦିଭାଷୀ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ସହରର କେନ୍ଦ୍ରସ୍ଥଳୀ ଦୂର୍ଗା ମଣ୍ଡପ ଠାରେ ବରିଷ୍ଠ ସାମ୍ବାଦିକ ସୈାରଭ ପଟ୍ଟନାୟକଙ୍କ ଆବାହକତ୍ଵରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ମାଟିର ସୁପୁତ୍ର ସ୍ଵର୍ଗତ ଉତ୍ତମ ମହାନ୍ତିଙ୍କ ଦୁଃଖଦ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଥିଲା। ଏଥିରେ ଅଧ୍ୟାପକ ବିଜୟ କୁମାର ରାମ, ରଞ୍ଜନ ନନ୍ଦ,ଡଃ ଦିଗମ୍ବର ଗିରି, ତିମିର ରଞ୍ଜନ ପଣ୍ଡା, ଡଃ ତନ୍ମୟୀ ରଥ, କଣ୍ଠଶିଳ୍ପୀ ପ୍ରିୟବ୍ରତ ଦାସ,ମନୋଜ ଦାସ, ଖୁଦିରାମ ମହାନ୍ତି,ଦିପକ ମହାନ୍ତି, ହୃଦାନନ୍ଦ ମହାନ୍ତି, ଶକ୍ତିକାନ୍ତ ଦାସ, ବିଶ୍ଵରଞ୍ଜନ ପାଲ, ରାଜେଶ ପ୍ରଜାପତି, ଲାଲଵାଵୁ ସାହା,ଦୁଷ୍ମନ୍ତ ଦାସ,କିଶୋର ରଜକ,ଅଶୋକ ବାଲ୍ମିକୀ ,ଉପେନ୍ଦ୍ର ବେହେରା, ନରେନ୍ଦ୍ର ସି,କିଶୋର ମଲ୍ଲିକ,ସତ୍ୟନାଥ ମହାନ୍ତ ଓ ଅନ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କଳାକାରଟିଏ କେବେ ମରେ ନାହିଁ। ସେ ସବୁବେଳେ ଅମର ବୋଲି କହିଥିଲେ ବକ୍ତାମାନେ। ସଭାରେ ସ୍ଵର୍ଗତ ଉତ୍ତମ ମହାନ୍ତିଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରାଯାଇଥିଲା। କଣ୍ଠଶିଳ୍ପୀ ପ୍ରିୟବ୍ରତ ଦାସ ତାଙ୍କ ସୁମଧୁର କଣ୍ଠରେ ଭସାମେଘ ମୁଁ ଯେ ଭାସିଯାଏ ଦୂରେ, ଏଇ ଯେ ଵନଲତା ପାହାଡ଼ ଗୀତ, ଡଃ ତନ୍ମୟୀ ରଥ ଗୋରି ଲୋ ଗୋରି ତୁ ପାଣିକୁ ଯିବୁ, ତିମିର ରଞ୍ଜନ ପଣ୍ଡା ତାଙ୍କ କଣ୍ଠରେ ସିନ୍ଦୂର ମଥାରେ ତୋର ମୋ ପାଇଁ କେବେ ବାଜିବ ନାହିଁ ଇତ୍ୟାଦି ଉତ୍ତମ ମହାନ୍ତିଙ୍କ ଅଭିନୀତ ଚଳଚ୍ଚିତ୍ରର ଗୀତ ଗାଇ ସଙ୍ଗୀତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରିଶେଷରେ ଆବାହକ ସୈାରଭ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ ଜୟନ୍ତୀ ପାଳନ

masiha

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

masiha

ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!