ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବିଇଓ ଙ୍କୁ ଏକ୍ସ କେଡର- ୨୦୨୪ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

ଡାବୁଗାଁ ବିଇଓ ଙ୍କୁ ଏକ୍ସ କେଡର- ୨୦୨୪ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

ଡାବୁଗାଁ, ୧/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଏକ୍ସ କ୍ୟାଡର- ୨୦୨୪ ଶିକ୍ଷକ ସଂଘ ତରଫରୁ ଡାବୁଗାଁ ଶିକ୍ଷା ବିଭାଗର ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଶନିବାର ପ୍ରଦାନ କରାଯାଇଛି । ସଂଘର ସଭାପତି ବିଶ୍ୱେଶ କୁମାର ତ୍ରିପାଠୀ ଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ମାନେ ବିଇଓ ରଶ୍ମିତା ନେତମ ଙ୍କୁ କାର୍ଯ୍ୟାଳୟ ପରିସରରେ ଫୁଲତୋଡ଼ା ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ସୂଚନାଯୋଗ୍ୟ:- ଡାବୁଗାଁ ର ପୂର୍ବତନ ବିଇଓ ଶିବ ଶଙ୍କର ମଣ୍ଡଳ ନଭେମ୍ବର ୨୦୨୪ ରେ ଅବସର ଗ୍ରହଣ ପରେ ପଦବୀ ଖାଲି ପଡିଥିଲା । କଳାହାଣ୍ଡି ଜିଲା କୋକସରା ରେ ବିଇଓ ଥିବା ରଶ୍ମିତା ନେତମ ଙ୍କୁ ଡାବୁଗାଁ ବଦଳି ପରେ ନେତମ ଚଳିତ ଫେବୃଆରୀ ମାସରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଏହି ସ୍ଵାଗତ ସମ୍ବର୍ଦ୍ଧନା ସମୟରେ ସଂଘ ର ସମ୍ପାଦକ ରଞ୍ଜିତ ଗୁପ୍ତା, କୋଷାଧ୍ୟକ୍ଷ ବିଭୁଦତ୍ତ ବିଶୋଇ, କର୍ମକର୍ତ୍ତା ନିରାକାର ପ୍ରଧାନ, ମନୋଜ ବିଶୋଇ, ଟୁନୁ ସାହୁ, ସପନ କୁମାର ମାଝୀ, ଅମୂଲ୍ୟ ନାୟକ, ରୀୟାବିନ ସୁନା ଓ ମୀନକେତନ ଚମ୍ପତିରାୟ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶ୍ରୀ ଅରବିନ୍ଦଙ୍କର ଦେହାଶ ପ୍ରତିଷ୍ଠାର ଏକବିଂଶତମ ବାର୍ଷିକୋତ୍ସବ 

masiha

ବିଜାତଳା ବ୍ଲକରେ ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ ;୨୪୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଵଣ୍ଟନ

masiha

ମିଶନ ଅନ୍ତ୍ୟୋଦୟ ସର୍ଭେ ନିମନ୍ତେ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!