ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ . ଷଷ୍ଠ ଦିନ ରଙ୍ଗମଞ୍ଚ ର ନାଟକ ଜୀବନ ଯେମିତି ମଞ୍ଚସ୍ଥ …..

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ 

ଷଷ୍ଠ ଦିନ ରଙ୍ଗମଞ୍ଚ ର ନାଟକ ଜୀବନ ଯେମିତି ମଞ୍ଚସ୍ଥ …..

ରାଉରକେଲା: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ର ଷଷ୍ଠ ଦିବସରେ ରଙ୍ଗମଞ୍ଚ ର ନାଟକ ଜୀବନ ଯେମିତି ମଞ୍ଚସ୍ଥ ହୋଇଯାଇଛି। ଝିଲିମା ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିଶିଷ୍ଟ ଶ୍ରମିକନେତା ବିଷ୍ଣୁ ଚରଣ ମହାନ୍ତି ଯୋଗ ଦେଇଥିବା ବେଳେ ଶ୍ରମିକନେତା ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟ ବିଶିଷ୍ଟ ଅତିଥି ଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକ, ଶର୍ମିଷ୍ଠା କବିଶତପଥୀ, ଆନନ୍ଦ ଚନ୍ଦ୍ର ମହାନ୍ତି 

ପ୍ରମୁଖ ଉପସ୍ଥିତ ଥିଲେ। ଏକତ୍ର ପକ୍ଷରୁ ଭାସ୍କର ଚନ୍ଦ୍ର ମହାପାତ୍ର ସ୍ବାଗତ ଅଭିଭାଷଣ ଓ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ରାଜକୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ନାଟକ ସମାଜର ସମସ୍ତ କଥା ପରିପ୍ରକାଶ କରିବା ସହିତ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସୂଚେଇ ଥାଏ। କଳା କୁ ଗୁରୁତ୍ବ ଦେଲେ ରାଜ୍ୟ ର ସର୍ବାଙ୍ଗିନ ଉନ୍ନତି ହେବ ବୋଲି ମତ ପ୍ରକାଶ କରିଥିଲେ।   

ରଙ୍ଗମଞ୍ଚ ର ନାଟକ ଜୀବନ ଯେମିତି ର ନାଟ୍ୟକାର ଡ଼ଃ ପଞ୍ଚାନନ ପାତ୍ର ଓ କୈଳାଶ ପାଣିଗ୍ରାହୀ ଙ୍କ ନିର୍ଦ୍ଦେଶିତ ଏହି ନାଟକର କାହାଣୀ ହେଲା ଜଣେ ମଣିଷ ଅନ୍ୟ ଜଣେ ମଣିଷକୁ ବୁଝିପାରିଲେ ପରିବାର ତିଷ୍ଠି ରହେ । ସମାଜ ବଞ୍ଚିରହେ। କିନ୍ତୁ ବେଳେ ବେଳେ ଜୀବନରୁ ଛନ୍ଦ ହଜିଯାଏ, ଫଳରେ ଭୁଷୁଡି ପଡେ ସମ୍ପର୍କର ସେତୁ । ପୁଣି ଥରେ ଜୀବନର ଛନ୍ଦ ଫେରିଲା ବେଳକୁ ଅନେକ କିଛି ନଷ୍ଟ ଭ୍ରଷ୍ଟ ହୋଇଯାଇଥାଏ । ହଜି ଯାଇଥାଏ ବୟସ। ସେତେବେଳକୁ ଅନୁତାପ ଛଡା ଆଉ କିଛି ନଥାଏ,ଏହିଭଳି କାହାଣୀକୁ ନେଇ ନାଟକଟି ଗତିଶୀଳ ହୋଇଛି। ଏଥିରେ ସର୍ବଶ୍ରୀ ସୁଦେଶ ନାୟକ, ଉମାଶଙ୍କର ପଣ୍ଡା, ସରୋଜ ଶଙ୍ଖୁଆ, ସୈାମ୍ୟରଞ୍ଜନ ଲେଙ୍କା,ଦେବଜିତ ପଟ୍ଟନାୟକ, ସୈାମ୍ୟା ସୁଚରିତା ଓ କୈଳାଶ ପାଣିଗ୍ରାହୀ ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତ ରେ ଅମୂଲ୍ୟ ବିଶୋଇ,ମଞ୍ଚ ପରିଚାଳନା ଲକ୍ଷ୍ମୀ କାନ୍ତ ପଟ୍ଟନାୟକ,ରୂପସଜ୍ଜାରେ ହରିହର ବଳ,ଆଲୋକ ରେ ସାଗର ସ୍ଵରୁପ ସ୍ବାଇଁ ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଦୀପ ନାୟକ, ଅକ୍ଷୟ ଧଳ, ଡ଼ଃ ସମର ମୁଦାଲି, ରମେଶ ମହାନ୍ତି ,ପ୍ରଜ୍ଞାନନ୍ଦ ମହାନ୍ତି,ଡ଼ଃ କୃପାସିନ୍ଧୁ ନାୟକ, ବିଜୟ ପାତ୍ର, ପ୍ରବୀର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ମଞ୍ଚ କାର୍ଯ୍ୟକ୍ରମ ରେ କଲ୍ୟାଣୀ ଦାସ ଓ ସନ୍ଧ୍ୟା ପଟ୍ଟନାୟକ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ଓ ବାଲ୍ୟ ବିବାହ ସମସ୍ୟାକୁ ରୋକିବାକୁ ହେଲେ ବିଭିନ୍ନ ଜାତି ଓ ଧାର୍ମିକ ଗୋଷ୍ଠୀଙ୍କର ସହଯୋଗ ଆବଶ୍ୟକ: ଅତିରିକ୍ତ ଜିଲ୍ଲାପାଳ

ବିଧାୟକ, ବିଡ଼ିଓ ଓ ଅନ୍ୟାନ୍ୟ କର୍ମଚାରୀ ମାନଂକୁ ଗିରଫ କରାଯିବା ନେଇ ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ସଦର ବ୍ଲକ ଘେରାଉ ଓ ପ୍ରତିବାଦ ସଭା

Sunil Chandra Nayak

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!