ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁହାଶିଳା ଆର କେ ଜୁନିୟର କଲେଜରେ   ମତଦାତା ଦିବସ ପାଳିତ

ଲୁହାଶିଳା ଆର କେ ଜୁନିୟର କଲେଜରେ   ମତଦାତା ଦିବସ ପାଳିତ

 ମୟୂରଭଞ୍ଜ – ୨୫/୦୧ // ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ସ୍ଥିତ ଅର.କେ. ଜୁନିଅର କଲେଜରେ ଛାତ୍ରଛାତ୍ରୀ ତଥା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଏକ “ମତଦାତା କର୍ମଶାଳା” କଲେଜ ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀ ଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଯାଇଛି। ଦେଶରେ ହେଉଥିବା ସାଧାରଣ ନିର୍ବାଚନରେ ମତଦାତା ବା ଭୋଟରମାନେ କିପରି ସକ୍ରିୟ ଭାବେ ଅଂଶଗ୍ରହଣ କରିବେ ଏବଂ ନିର୍ବାଚନର ଗାରିମାକୁ ଅକ୍ଷୁଣ୍ଣ ରଖିବା ସହ ନିର୍ଭୀକ ହୋଇ କିପରି ଜାତି,ଧର୍ମ, ବର୍ଣ୍ଣ, ଭାଷା ଗୋଷ୍ଠୀ ଅଥବା ଅନ୍ୟ କୌଣସି ସଙ୍କୁଚିତ ବିଚାର କି ପ୍ରଲୋଭନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ନିଜର ମତାଧିକାର ପ୍ରୟୋଗ କରିବେ, ସେଥିନେଇ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଶପଥ ପାଠ କରିଥିଲେ। ଏ ଅବସରରେ ଆୟୋଜିତ ଏକ ସଭାରେ କଲେଜର ଅଧ୍ୟାପକ ଅଜୟ କୁମାର ଗିରି, ଶଶିକାନ୍ତ ନନ୍ଦ, ରୂପ ନାରାୟଣ ମଝି, ରମାକାନ୍ତ ପତ୍ର, ସଂଜୀବ କୁମାର ଗିରି ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଏ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଦେଶରେ ହେଉଥିବା ସାଧାରଣ ନିର୍ବାଚନରେ ମତଦାତାମାନେ କିପରି ସକ୍ରିୟ ଭାବେ ଅଂଶଗ୍ରହଣ କରିବେ ଏବଂ କିପରି ନିର୍ବିଘ୍ନରେ ଭାରତର ଗାଣତନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇପାରିବେ, ଏଥିନେଇ ଏହି କର୍ମଶାଳାରେ ବିସ୍ତୃତ ଆଲୋଚନା କରାଯାଇଥିଲା।

        ରବୀନ୍ଦ୍ର ବେହେରା, ଅଶୋକ ବେହେରା, ଯୋଗେଶ୍ୱର ତୁଙ୍ଗ, ରାଧାନାଥ ଗିରି, ଭଜହରି ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସକ୍ରିୟ ଭୂମିକା ନେଇଥିଲେ। ଏଥିରେ କଲେଜର ବହୁସଂଖ୍ୟକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିବା ଜଣାଯାଇଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବୈଷୟିକ ଶିକ୍ଷା ପାଇଁ କାଉନସେଲିଂ କାର୍ଯ୍ୟକ୍ରମ -ଜୁଲାଇ ୨୦ ପର୍ଯ୍ୟନ୍ତ ଆବେଦନ ଓ ୨୬ରୁ ନାମଲେଖା  -ଆଦିମ ଜନଜାତି ଓ ସମସ୍ତ ବର୍ଗର ଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ   

masiha

ଓଡ଼ିଆ ଭାଷା ବିକାଶ ମଂଚ – ସ୍ଵଭାବକବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ନବରଙ୍ଗପୁର ଠାରେ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା” ର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!