ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ସୃଜନୀ (ଚେନ୍ନାଇ)ର ସ୍ମୃତି ଶ୍ରଦ୍ଧାଞ୍ଜଳି

ନବରଙ୍ଗପୁର-(ମସିହା)ସୃଜନୀ ପରିବାର ,ଚେନ୍ନାଇ ଆନୁକୁଲ୍ୟରେ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଶହେ ପଚାଶତମ ଜୟନ୍ତୀ ଅବସରରେ ଆୟୋଜିତ ” ସ୍ମୃତି ଶ୍ରଦ୍ଧାଞ୍ଜଳି ” କାର୍ଯ୍ୟକ୍ରମରେ “ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ତଥା ଯୁଗଜନ୍ମା ସାହିତ୍ୟ ସାଧକ ଗୋପାଳ ଚନ୍ଦ୍ର ପ୍ରହରାଜ” ପ୍ରସଙ୍ଗକୁ ଆଧାର କରି ଆଭାସି ମାଧ୍ୟମରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପ୍ରମୁଖ ବକ୍ତା ତଥା ଆଲୋଚକ ଭାବରେ ପ୍ରଫେସର୍ ଶାନ୍ତନୁ କୁମାର ଆଚାର୍ଯ୍ୟ,ଶାରଳା ପୁରସ୍କାର ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାରସ୍ୱତ ସାଧକ ଗାଳ୍ପିକ,ଔପନ୍ୟାସିକ, ଶିଶୁ ସାହିତ୍ୟିକ, ବରେଣ୍ୟ ଅତିଥି ତଥା ଆଲୋଚକ ଡକ୍ଟର ଗୌରାଙ୍ଗ ଚରଣ ଦାଶ ପ୍ରାବନ୍ଧିକ, ଗାଳ୍ପିକ, ସମାଲୋଚକ ,ସଂକଳକ ,ଗବେଷକ ତଥା ଶିକ୍ଷାବିତ୍ ,ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଓଝା ,ସମ୍ପାଦିକା -“ଉତ୍କଳିକା” (ଓଡ଼ିଆ ) ସୁସାହିତ୍ୟିକା (ବରୋଦା , ଗୁଜୁରାଟ) ତଥା କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ,ସୌଜନ୍ୟ ବକ୍ତା ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହାର(ଆଇ ଏଫ୍ ଏସ୍ – ଅବସରପ୍ରାପ୍ତ),ମୁଖ୍ୟ ଉପଦେଷ୍ଟା,ସୃଜନୀ ପରିବାର ,ଡକ୍ଟର ବାସନ୍ତୀ ମହାନ୍ତି,ସାରସ୍ୱତ ସାଧିକା ତଥା ଶିକ୍ଷାବିତ୍,ଉପଦେଷ୍ଟା ,ସୃଜନୀ ପରିବାର ଆଦି ଉପସ୍ଥିତ ରହି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏବଂ ଏହାର ପ୍ରଣେତା ସାହିତ୍ୟ ଭୂଷଣ ରାୟବହାଦୁର ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ମୁଖ୍ୟ ପ୍ରସଙ୍ଗ କରି ଦିଗନ୍ତ ପ୍ରସାରି ଆଲୋଚନା କରିବା ସହ ଓଡ଼ିଆ ସାହିତ୍ୟ ତଥା ବିଶ୍ୱ ସମୁଦାୟକୁ ତାଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ I ଏହି ବିଶେଷ ଅବସରରେ ଆୟୋଜିତ ସଭାରେ ସୃଜନୀ ପରିବାରର ଉପଦେଷ୍ଟା ପ୍ର.ଗୋଦାବରୀଶ ମିଶ୍ର (ଡିନ୍,ନାଳନ୍ଦା ବିଶ୍ଵବିଦ୍ୟାଳୟ), ସଂପାଦକ ଶ୍ରୀ ଅଶୋକ କୁମାର ସାମନ୍ତ, କଣ୍ଠଶିଳ୍ପୀ ବିଦ୍ୟୁତ ପ୍ରଭା ପଟ୍ଟନାୟକ,କଣ୍ଠଶିଳ୍ପୀ ଶ୍ରୀମତୀ ବନ୍ଦନା ନନ୍ଦ, କଣ୍ଠଶିଳ୍ପୀ ଶଶିକାନ୍ତ ରାଜଗୁରୁ ସମେତ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ଉପସ୍ଥାପିକା ତଥା ସଂଯୋଜିକା ଶ୍ରୀମତୀ ସୁମତି ମୁଣ୍ଡ ସ୍ୱାଗତ ସମ୍ଭାଷଣରେ ଯୁଗଜନ୍ମା ସାହିତ୍ୟ ସାଧକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜୀବନ ଯାତ୍ରାର ସମେକ ବିବରଣୀ ସହ ନିଜସ୍ୱ ଅଭିବ୍ୟକ୍ତି ପ୍ରକାଶ କରିଥିଲେ I ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ସ୍କୁଲ ଗୋପାଳ ସ୍ମୃତି ବିଦ୍ୟାପୀଠ ତରଫରୁ ସ୍କୁଲ ଛାତ୍ର ଆସିଷ୍ଟ।ଣ୍ଡ ଡାଇରେକ୍ଟର ହେମନ୍ତ କୁମାର ଦାସ, ଅଧ୍ୟାପିକା ଅଞ୍ଜଳୀ ରାଉତରାୟ, ଉମେଶ ଚନ୍ଦ୍ର ଜେନା, ତପନ ଓଝା, ସ୍ମୃତି ରଞ୍ଜନ, ବିଶ୍ୱେଶର ମାଝୀ, ଖଗେଶ୍ବର ମହାରଣା, ସୁଦୂର ଲଣ୍ଡନରୁ ଗୀତାଞ୍ଜଳି ସ୍ବାଇଁ, ଆମେରିକାରୁ ଚନ୍ଦ୍ର। ମିଶ୍ର, ଲତିକା ମହାପାତ୍ର, ମୈତ୍ରେୟୀ କମିଳ। ଆଦି ଯୋଗ ଦେଇ ନିଜର ବକ୍ତବ୍ୟ ରଖିବା ସହ ସଭାକୁ ସଫାଲ୍ୟ ମଣ୍ଡିତ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ଅଶୋକ କୁମାର ସାମନ୍ତ ଧନ୍ୟବାଦ ଅର୍ପଣ କରିବା ସହ ବିଶ୍ୱଶାନ୍ତି ମନ୍ତ୍ରରେ ସଭା ସଙ୍ଗ ହୋଇଥିଲା I

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଉରକେଲା ଆନ୍ତର୍ଜାତିୟ ବାଣିଜ୍ୟ ମେଳା ଆସନ୍ତା ୭ ରୁ ୧୬ ପର୍ଯ୍ୟନ୍ତ ….

Sunil Chandra Nayak

ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣ ବିରୁଦ୍ଧରେ କିଶାନ ମଜଦୂର ସଂଗ୍ରାମ ପରିଷଦ ର ରାଜ୍ୟପାଳଙ୍କୁ ୧୪ ଦଫା ଦାବି ପତ୍ର ପ୍ରଦାନ    

Sunil Chandra Nayak

ପୂର୍ବତନ ରାଜସ୍ୱ ନିରୀକ୍ଷକ ଙ୍କ ପରଲୋକ

Leave a Comment

error: Content is protected !!