ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

1989 କଲେଜ ବ୍ୟାଚର ବିଦ୍ୟାର୍ଥୀ ମାନଙ୍କର ବନ୍ଧୁ ମିଳନ ସମାରୋହ 

ତିର୍ତ୍ତୋଲ :- 12/02/23 -:ବାସ୍ତବରେ ସ୍କୁଲ କଲେଜ ଲାଇଫ କେତେ ଆନନ୍ଦ ଦାୟକ ! ହଜିଯାଇଥିବା ସ୍ମୃତିକୁ ସାଉଁଟିବାକୁ ଇଛା ଥିଲେ ବି ବେଳେବେଳେ ସମୟ ସୁବିଧା ଦେଇ ନଥାଏ ! କର୍ମମୟ ଜୀବନର ସମୟ ସରିସରି ଆସୁଥିବା ବେଳେ କେହି କେହି ସାଙ୍ଗସାଥି ଅବସର ବିନୋଦନ ପାଇଁ ଆୟୋଜନ କରିଥାନ୍ତି ବନ୍ଧୁ ମିଳନ ! ସେଇପରି ସ୍ମୃତି ବହନକାରୀ ବନ୍ଧୁମିଳନ ର ଆୟୋଜିତ ହୋଇଥିଲା ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ଠାରେ ! ଆୟୋଜକ ଥିଲେ ଆଦିକବି ସାରଳାଦାସ ମହାବିଦ୍ୟାଳୟ ର 1989 ମସିହାର ବିଦ୍ୟାର୍ଥୀ ମାନେ ! ଗୀତ ସଂଗୀତର ମୂର୍ଚ୍ଛନା ସାଙ୍ଗକୁ ସାମୁହିକ ନୃତ୍ୟ ଅତି ମନୋରମ ଲାଗୁଥିଲା ! ଖୁସିର ମାହୋଲରେ ସମସ୍ତେ ବହୁଦିନର ବ୍ୟବଧାନକୁ ମନେ ପକାଇ କୋଳାକୋଳି ହୋଇ ଭାବ ବିହ୍ଵଳ ହୋଇପଡ଼ିଥିଲେ ! ଏହାର ଦାୟିତ୍ୱ ନେଇଥିଲେ, ପ୍ରିୟମ୍ବଦା ମହାପାତ୍ର, ଶରତ କୁମାର ଦାଶ,ପଙ୍କଜ ବାସିନୀ ମହାନ୍ତି,ମନୋରଞ୍ଜନ ମହାପାତ୍ର ! ପ୍ରାୟ 60 ରୁ ଅଧିକ ବନ୍ଧୁ ମାନେ ଏକତ୍ର ହୋଇ କେକ୍ କଟିଙ୍ଗ କରିଥିଲେ ! ବନ୍ଧୁ ମାନଙ୍କ ମଧ୍ୟରୁ ପ୍ରିୟମ୍ବଦା ମହାପାତ୍ର ତିର୍ତ୍ତୋଲର ସରପଞ୍ଚ ଥିବାରୁ, ତାଙ୍କ ହସ୍ତରେ କେକ୍ କଟିଙ୍ଗ କରାଯାଇଥିବାର ଦେଖିବାକୁ ମିଳିଥିଲା ! ଏହି ପରିପ୍ରେକ୍ଷୀରେ ମେଲୋଡି ଗ୍ରୁପ ଦ୍ୱାରା ସଂଗୀତ ପରିବେଷଣ ସାଙ୍ଗକୁ ବିଭିନ୍ନ କିସମର ଖାଦ୍ୟପେୟ ର ଆୟୋଜନ ହୋଇଥିଲା ! ଆଗାମୀ ଦିନରେ ଏହି ବ୍ୟାଚର ବନ୍ଧୁ ମାନେ ନିଜ ନିଜର ପରିବାର ସହିତ ଉତ୍ସବ ମନେଇବାର ଯୋଜନା ଘୋଷଣା କରିଥିବାର ଶୁଣିବାକୁ ମିଳିଥିଲା ! 

ତିର୍ତ୍ତୋଲ ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଥୁଆମୁଳ ରାମପୁର; ବିଭିନ୍ନ ସମସ୍ୟାରେ ଜର୍ଜରିତ,  ସମସ୍ୟା ଅନେକ ସମସ୍ୟାର ସମାଧାନ ଶୂନ, ମାଳ ମାଳ ଯୋଜନା ଯୋଜନା ବାଟବଣା  ଅଞ୍ଚଳବାସୀ ହନ୍ତସନ୍ତ

Sunil Chandra Nayak

ରାଇରଙ୍ଗପୁରରେ ଓଡ଼ିଶା ଡ଼୍ରାଇଭର ମହାସଂଘ ଆନୁକୁଲ୍ୟରେ ତୃତୀୟ ପ୍ରତିଷ୍ଠା ଦିବସ

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା 2025 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

masiha

Leave a Comment

error: Content is protected !!