ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

1989 କଲେଜ ବ୍ୟାଚର ବିଦ୍ୟାର୍ଥୀ ମାନଙ୍କର ବନ୍ଧୁ ମିଳନ ସମାରୋହ 

ତିର୍ତ୍ତୋଲ :- 12/02/23 -:ବାସ୍ତବରେ ସ୍କୁଲ କଲେଜ ଲାଇଫ କେତେ ଆନନ୍ଦ ଦାୟକ ! ହଜିଯାଇଥିବା ସ୍ମୃତିକୁ ସାଉଁଟିବାକୁ ଇଛା ଥିଲେ ବି ବେଳେବେଳେ ସମୟ ସୁବିଧା ଦେଇ ନଥାଏ ! କର୍ମମୟ ଜୀବନର ସମୟ ସରିସରି ଆସୁଥିବା ବେଳେ କେହି କେହି ସାଙ୍ଗସାଥି ଅବସର ବିନୋଦନ ପାଇଁ ଆୟୋଜନ କରିଥାନ୍ତି ବନ୍ଧୁ ମିଳନ ! ସେଇପରି ସ୍ମୃତି ବହନକାରୀ ବନ୍ଧୁମିଳନ ର ଆୟୋଜିତ ହୋଇଥିଲା ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ଠାରେ ! ଆୟୋଜକ ଥିଲେ ଆଦିକବି ସାରଳାଦାସ ମହାବିଦ୍ୟାଳୟ ର 1989 ମସିହାର ବିଦ୍ୟାର୍ଥୀ ମାନେ ! ଗୀତ ସଂଗୀତର ମୂର୍ଚ୍ଛନା ସାଙ୍ଗକୁ ସାମୁହିକ ନୃତ୍ୟ ଅତି ମନୋରମ ଲାଗୁଥିଲା ! ଖୁସିର ମାହୋଲରେ ସମସ୍ତେ ବହୁଦିନର ବ୍ୟବଧାନକୁ ମନେ ପକାଇ କୋଳାକୋଳି ହୋଇ ଭାବ ବିହ୍ଵଳ ହୋଇପଡ଼ିଥିଲେ ! ଏହାର ଦାୟିତ୍ୱ ନେଇଥିଲେ, ପ୍ରିୟମ୍ବଦା ମହାପାତ୍ର, ଶରତ କୁମାର ଦାଶ,ପଙ୍କଜ ବାସିନୀ ମହାନ୍ତି,ମନୋରଞ୍ଜନ ମହାପାତ୍ର ! ପ୍ରାୟ 60 ରୁ ଅଧିକ ବନ୍ଧୁ ମାନେ ଏକତ୍ର ହୋଇ କେକ୍ କଟିଙ୍ଗ କରିଥିଲେ ! ବନ୍ଧୁ ମାନଙ୍କ ମଧ୍ୟରୁ ପ୍ରିୟମ୍ବଦା ମହାପାତ୍ର ତିର୍ତ୍ତୋଲର ସରପଞ୍ଚ ଥିବାରୁ, ତାଙ୍କ ହସ୍ତରେ କେକ୍ କଟିଙ୍ଗ କରାଯାଇଥିବାର ଦେଖିବାକୁ ମିଳିଥିଲା ! ଏହି ପରିପ୍ରେକ୍ଷୀରେ ମେଲୋଡି ଗ୍ରୁପ ଦ୍ୱାରା ସଂଗୀତ ପରିବେଷଣ ସାଙ୍ଗକୁ ବିଭିନ୍ନ କିସମର ଖାଦ୍ୟପେୟ ର ଆୟୋଜନ ହୋଇଥିଲା ! ଆଗାମୀ ଦିନରେ ଏହି ବ୍ୟାଚର ବନ୍ଧୁ ମାନେ ନିଜ ନିଜର ପରିବାର ସହିତ ଉତ୍ସବ ମନେଇବାର ଯୋଜନା ଘୋଷଣା କରିଥିବାର ଶୁଣିବାକୁ ମିଳିଥିଲା ! 

ତିର୍ତ୍ତୋଲ ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

କନ୍ଦରପୁର କଲେଜରେ ସ୍ବାଗତ ସମ୍ବର୍ଦ୍ଧନା 

masiha

ଲକ୍ଷ୍ମୀପୁର ବ୍ଲକ SHG ତାଲିମ୍ ଗୃହ ଠାରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକାଙ୍କ ସମିକ୍ଷା ବୈଠକ

Sunil Chandra Nayak

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଆମରଣ ଅନଶନ ତୃତୀୟ ଦିନରେ ,ସମର୍ଥନ ଦେଇ ଧାରଣାରେ ବସିଲେ ପୂର୍ବତନ ସାଂସଦ ଅର୍କକେଶରୀ

Sunil Chandra Nayak

Leave a Comment

error: Content is protected !!