ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିନିଜଣ ଜନ୍ତୁ ଶିକାରୀଙ୍କୁ ଜଙ୍ଗଲ ରୁ ଗିରଫ କଲା ହିନ୍ଦୋଳ ବନ ବିଭାଗ

ଢେଙ୍କାନାଳ (ମ ସୀ ହା)୧୩/୦୨ // ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ହାତୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଡା ଗ୍ରାମରେ ବଡ଼ ଅଭାବନୀୟ ଘଟଣା ଘଟିଯାଇଛି!ସେହି ଗ୍ରାମର ଲିଙ୍କନ ସେଠି, ଦୁଷ୍ମନ୍ତ ସାହୁ, ଗୁମାନି ସେଠି ଜଙ୍ଗଲ କୁ ଶିକାର ପାଇଁ ଯାଇଥିବା ସମୟ ରେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ଲୋହିତ କୁମାର ରଥ ଓ଼ ତାଙ୍କ ସଦଳବଳ ଧରି ଜଙ୍ଗଲ କୁ ଯାଇଥିଲେ l ସେହିଠାରେ ବନବିଭାଗ ଅତର୍କିତ ଭାବେ ଚଢ଼ାଉ କରି ସେହି ତିନିଜଣ ଆସାମୀ ସହିତ ବନ୍ଧୁକ ଓ଼ କିଛି ସାମଗ୍ରୀ ଜବତ କରିଥିଲେ!ଏହା ବନବିଭାଗ ର ବଡ଼ ସଫଳତା ବୋଲି ପ୍ରମାଣ ମିଳୁଛି!ହିନ୍ଦୋଳ ବନବିଭାଗ ସଦାସର୍ବଦା କର୍ତ୍ତବ୍ୟ ରେ କେବେ ଅବହେଳା କରିନାହାନ୍ତି ବୋଲି ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି!ଆଗରୁ ଅନେକ ଥର ବନବିଭାଗ ଚଢ଼ାଉ କରିଥିଲେ କିନ୍ତୁ ଆଜି ଅର୍ଥାତ ର ସକାଳ ସମୟରେ ଏହି ତିନିଜଣ ଆସାମୀକୁ ଅଚାନକ ବନବିଭାଗ ଚଢ଼ାଉ କରି ଗିରଫ କରିଛନ୍ତି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଶାଗୁଆନ ଜଙ୍ଗଲ ମଧ୍ୟରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

Sunil Chandra Nayak

ବିଶୋଇ ପୋଲିସ ଯନ୍ତାରେ ୭ ଜୁଆଡି

masiha

ପାଣି ଟ୍ୟାଙ୍କରେ ଗଞ୍ଜେଇ ଚାଲାଣ , ୨୧୦ କେଜି ଜବତ ;ଜଣେ ମହିଳା ସମେତ ୮ଗିରଫ 

Sunil Chandra Nayak

Leave a Comment

error: Content is protected !!