ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପାରିବାରିକ କଳହ ଯୋଗୁଁ ଜ୍ବାଇଁ ର ଛୁରା ମାଡ଼ରେ ଶଶୁର ମୃତ୍ୟୁ

କନ୍ଧମାଳ ଜିଲ୍ଲା ବାଲିଗୁଡା ଗୁଳିମରାପଦା ସାହି ରେ ଗତକାଲି ଘଟିଯାଇଛି ଏକ ଅଭାବନୀୟ ଘଟଣା l ଜ୍ୱାଇଁ ର ଛୁରା ମାଡ ରେ ଶଶୁର ମୃତ ହୋଇଥିବା ବେଳେ ସ୍ତ୍ରୀ କୁ ସେହି ଛୁରୀ କାଟି କ୍ଷତ ବିକ୍ଷତ କରିବା ସହ ଶଳା କୁ ମାରିବାକୁ ଗୋଡାଇ ରୁ ଶାଳା ନିଜ ଜୀବନ ବଞ୍ଚାଇବା କୁ ଯାଇ ଦୌଡ଼ି ପଳାଇ ଯାଇଥିଲା। ମୃତ ଶଶୁର ହେଉଛନ୍ତି ବାଲିଗୁଡା ଗୁଳିମରାପଦା ସାହି ର ଟୁନା ପ୍ରଧାନ ବୋଲି ଜଣାପଡିଛି l ଶଶୁର କୁ ଛୁରୀ ମାରି ହତ୍ୟା କରିଥିବା ଜ୍ବାଇଁ ସୀମାଞ୍ଚଳ ଚୌଧୁରୀ ନିଜ ଘର ବ୍ରହ୍ମପୁର ଗେଟ ବଜାର। ସୀମାଞ୍ଚଳ ବାଲିଗୁଡା ଟୁନା ପ୍ରଧାନ ଙ୍କ ଝିଅକୁ ବିବାହ କରିଥିଲେ। ସେ ବାଲିଗୁଡା ରେ ରହି ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ। କିଛି ଦିନ ହେଲା ନିଜ ସ୍ତ୍ରୀ ଓ ଶଶୁର ଘର ସହ ତାଙ୍କର ଭଲ ସଂପର୍କ ନଥିଲା। ସୀମାଞ୍ଚଳ ଅଲଗା ଭଡା ଘରେ ଏକୁଟିଆ ରହୁଥିଲେ। ଶଶୁର ଓ ସ୍ତ୍ରୀ ସହ ମତାନ୍ତର ରହିଥିଲା। ସୀମାଞ୍ଚଳ ଗତକାଲି ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ହାତରେ ଏକ ଧାରୁଆ ଛୁରୀ ଧରି ଶଶୁର ଘରକୁ ଆସି ଗାଳିଗୁଲଜ କରି ପ୍ରଥମେ ନିଜ ଶଳା କୁ ଆକ୍ରମଣ କରୁଥିବା ବେଳେ ଶଳା ଦୌଡ଼ି ପଳାଇବାରୁ ତାପରେ ଶଶୁର ଟୁନା ପ୍ରଧାନ ଙ୍କୁ ପେଟରେ ଓ ଛାତି ରେ ଛୁରୀ ଭୁଷି ଦେଇଥିଲେ । ସୀମାଞ୍ଚଳ ନିଜ ସ୍ତ୍ରୀ କୁ ମଧ୍ୟ ସେହି ଛୁରୀ ରେ ଆକ୍ରମଣ କରିଥିଲା। ଟୁନା ପ୍ରଧାନ କୁ ଚିକିତ୍ସା ନିମନ୍ତେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକ ନେଇ ବାଲିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାରେ ଟୁନା ପ୍ରଧାନ ର ବାଲିଗୁଡା ମେଡ଼ିକାଲ ରେ ମୃତ୍ୟୁ ହୋଇଥିବା ଜଣାପଡିଛି। ବାଲିଗୁଡା ପୋଲିସ ଏହି ଘଟଣା ସମ୍ପର୍କରେ ଖବର ପାଇ ବାଲିଗୁଡା ମେଡ଼ିକାଲ କୁ ଯାଇ ଶବ ଜବତ କରିବା ସହ ଘଟଣା ସ୍ଥଳ କୁ ଯାଇ ତଦନ୍ତ କରି ଜ୍ବାଇଁ ଅଭିଯୁକ୍ତ ସୀମାଞ୍ଚଳ ଚୌଧୁରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପାରିବାରିକ କଳହ ବହୁଦିନରୁ ଲାଗି ରହିଥିବା ହେତୁ ଜ୍ବାଇଁ ଶଶୁର କୁ ଛୁରୀ ଭୁଷି ହତ୍ୟା କରିଥିବା ପୋଲିସ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଚୋରି ମୋଟର ସାଇକେଲ ଉଦ୍ଧାର,୨ଅଭିଯୁକ୍ତ ଗିରଫ

ପୋଲିସ ର ଚଢ଼ାଉ ୬୨୨ଟି ନିସାଯୁକ୍ତ ଇଂଜେକସନ ଜବତ

masiha

ଧାନ ବିଲ ରେ ନିଂଆ ଲଗାଇଲେ ଅଜଣା ଦୁର୍ବୁର୍ତ୍ତ, ପ୍ରାୟ 10 ଏକର ଧାନ ଫସଲ ପୋଡି ପାଂଉଶ 

masiha

Leave a Comment

error: Content is protected !!