ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୪ତମ ଗଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ, କେଉଁ ଜିଲ୍ଲାରେ କରିବେ ପତାକା ଉତ୍ତୋଳନ ତାଲିକା ପ୍ରସ୍ତୁତ

୭୪ତମ ସାଧାରଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ, କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତାଲିକା ପ୍ରକାଶ ପାଇଛି । ୨୦ଟି ସ୍ଥାନରେ ମନ୍ତ୍ରୀ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ୨ଟି ସ୍ଥାନରେ ଆରଡିସି ଏବଂ ୧୦ଟି ସ୍ଥାନରେ ଜିଲ୍ଲାପାଳ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବେ ।

ଜାରି ହୋଇଥିବା ତାଲିକା ଅନୁସାରେ, ଗଜପତିରେ ତ୍ରିରଙ୍ଗା ଉତ୍ତୋଳନ କରିବେ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା । ସେହିଭଳି କଟକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଗଞ୍ଜାମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁବର୍ଣ୍ଣପୁରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ, ଜଗତସିଂହପୁରରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, କେନ୍ଦୁଝରରେ ମନ୍ତ୍ରୀ ଉଷା ଦେବୀ, କେନ୍ଦ୍ରାପଡ଼ାରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୁରୀରେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବେ ।

ସେହିଭଳି ଢେଙ୍କାନାଳରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କଳାହାଣ୍ଡିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ମାଲକାନଗିରିରେ ମନ୍ତ୍ରୀ ଟୁକୁନି ସାହୁ, ମୟୂରଭଞ୍ଜରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବରଗଡ଼ରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବାଲେଶ୍ୱରରେ ସମୀର ରଞ୍ଜନ ଦାଶ, ସୁନ୍ଦରଗଡ଼ରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, କନ୍ଧମାଳରେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, କୋରାପୁଟରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବଲାଙ୍ଗିରରେ ମନ୍ତ୍ରୀ ରୋହିତ ପୂଜାରୀ, ସମ୍ବଲପୁରରେ ମନ୍ତ୍ରୀ ରୀତା ସାହୁ ଓ ଦେବଗଡରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ପତାକା ଉତ୍ତୋଳନ କରିବେ ।ଅନ୍ୟପଟେ ବ୍ରହ୍ମପୁର ଓ ରାଉରକେଲାରେ ଆରଡିସି ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ଅନୁଗୁଳ, ଭଦ୍ରକ, ବୌଦ୍ଧ, ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର, ନୟାଗଡ଼, ରାୟଗଡ଼ାରେ ଜିଲ୍ଲାପାଳ ମାନେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବେ ବୋଲି ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସରସ୍ବତୀ ଶିଶୁ ମନ୍ଦିର ବଡ଼ବିଲର ଗୌରବମୟ ସଫଳତା ଶିକ୍ଷାବର୍ଷ

Sunil Chandra Nayak

ନବରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆ ପରିସରରେ ବଜରଙ୍ଗ ଦଳ ପକ୍ଷରୁ ଦାଣ୍ଡିଆ ନୃତ୍ୟର ଆୟୋଜନ

Sunil Chandra Nayak

ଗୋଲାମୁଣ୍ଡାଠାରେ ଏସସି ଓ ଏସଟି କଲ୍ୟାଣ ଯୋଜନା ଉପରେ ଜାତି-ଜନଜାତି ସମ୍ବାଦ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!