ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଙ୍କଡ ଆତଙ୍କରେ ୧୫ରୁ ଉର୍ଦ୍ଧ ଲୋକ ଆହତ ଭୟଭିତ ଅଞ୍ଚଳବାସୀ 

ମାଙ୍କଡ ଆତଙ୍କରେ ୧୫ରୁ ଉର୍ଦ୍ଧ ଲୋକ ଆହତ ଭୟଭିତ ଅଞ୍ଚଳବାସୀ 

ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ରେ ମାଙ୍କଡ଼ ଆତଙ୍କ ରେ ଅତିଷ୍ଠ ହେଲେଣି ଲୋକେ । ଗତ କିଛି ଦିନ ଧରି ୫୦ ରୁ ଉର୍ଦ୍ଧ ମାଙ୍କଡ ଗାଆଁ ଭିତରେ ପଶି ଗ୍ରାମବାସୀ ଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରୁଛନ୍ତି । ମାଙ୍କଡ ଆକ୍ରମଣ ରେ ୧୫ ରୁ ଉର୍ଦ୍ଧ ଲୋକ ଗୁରୁତର ହୋଇ ବିଭିନ୍ନ ହସପିଟାଲ ରେ ଚିକିତ୍ସାଧୀନ ଅଛନ୍ତି,। ଯାହା ଫଳରେ ଲୋକେ ଭୟରେ ଘରୁ ବାହାରକୁ ବାହାରୁ ନାହାନ୍ତି । ରଘୁନାଥପୁର ପଞ୍ଚାୟତ ର ସାନଅସ୍ତୀ, କୁଙ୍କୁଡ଼ି, ମଠକଙ୍କୁଡ଼ି ଓ ପାଳସାହି ଆଦି ଗ୍ରାମରେ ୫୦ ରୁ ଉର୍ଦ୍ଧ ମାଙ୍କଡ଼ ଙ୍କ ଉପଦ୍ରବ୍ଯରେ ଲୋକଙ୍କ ମଧ୍ଯରେ ଭୟର ଆତଙ୍କ ଖେଳାଇଦେଛି। , ଲୋକମାନେ ମାଙ୍କଡ ଭୟରେ କାମ ଧନ୍ଦା କରିବାକୁ ଖେତ ବାଡିକୁ ଯାଇ ପାରୁ ନଥିବା ବେଳେ ପିଲା ମାନେ ପାଠ ପଢିବା ପାଇଁ ମଧ୍ଯ ସ୍କୁଲକୁ ଯାଇ ପାରୁ ନାହାନ୍ତି । ଯଦି କୌଣସି ଜରୁରୀ କାମ କିମ୍ବା ହାଟ ବଜାର କୁ ଯିବାକୁ ପଡୁଛି ତାହାଲେ ହାତରେ ଠେଙ୍ଗା ଲାଠି ଧରି ଗ୍ରାମବାସୀ ମାନେ ମିଳିତ ହୋଇ ବାହାରୁଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ମାଙ୍କଡ ପଲ ଭିତରେ କିଛି ପାଗଳ ମାଙ୍କଡ଼ ଅଛନ୍ତି । ସେମାନେ ଗୋଡାଇ ଗୋଡାଇ ଲୋକଙ୍କୁ କାମୁଡୁଛନ୍ତି । କିଛି ଗ୍ରାମବାସୀ ଗୁରୁତର ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ସମେତ କଟକ ଏବଂ ଭୁବନେଶ୍ବର ରେ ଚିକିତ୍ସାଧୀନ ଅଛନ୍ତି, ଗ୍ରାମବାସୀ ମାନେ ବନବିଭାଗ କୁ ଜଣାଇବା ପରେ ବନବିଭାଗ ର ସ୍ବତନ୍ତ୍ର ଟିମ ଗାଆଁ ରେ ପହଞ୍ଚି କିଛି ମାଙ୍କଡ କୁ ଧରିଥିବା ବେଳେ ଅନ୍ଯ ମାଙ୍କଡ କୁ ଧରିବା ପାଇଁ ଉଦ୍ଯମ ଜାରି ରଖିଛି ।ତେବେ ଗ୍ରାମବାସୀ ଙ୍କ ସୁରକ୍ଷା ଦୃଷ୍ଟି ରୁ ମାଙ୍କଡ ପଲକୁ ତୁରନ୍ତ କାବୁ କରି ଅନ୍ଯତ୍ର ଛାଡି ବା ପାଇଁ ଗ୍ରାମବାସୀ ବନବିଭାଗ ନିକଟରେ ଦାବି କରିଛନ୍ତି । ଗ୍ରାମବାସୀଙ୍କ ଦାବି ଅନୁଯାୟୀ କୁଳଡିଆ ଅଭୟାରଣ୍ୟ ର ମାଙ୍କଡ ଧରାଳି ଗ୍ରାମରେ ମାଙ୍କଡ ଧରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ସିମିଳିପାଳରୁ ଏକ ସ୍ବତନ୍ତ୍ର ଟିମ ଗ୍ରାମରେ ଡେରା ପକାଇଛନ୍ତି ବୋଲି ଗ୍ରାମର ଦେବେନ୍ଦ୍ର ମଣ୍ତଳ,- ଗୀତାଞ୍ଜଳୀ ମଣ୍ତଳ, – କମଳ ଲୋଚନ ମଣ୍ତଳ, ପ୍ରକାଶ କରିଛନ୍ତି |

ବାଲେଶ୍ବର ଜିଲ୍ଲା ପ୍ରତିନିଧି ବିଜୟକୁମାର ଭୂୟାଁଙ୍କ ରିପୋଟ

Related posts

ଗାଳ୍ପିକ ସୁରେନ୍ଦ୍ର ନାଥ ଜେନା ଙ୍କର ପ୍ରଥମ ଗଳ୍ପ ସଙ୍କଳନ ଉନ୍ମୋଚିତ

Sunil Chandra Nayak

ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ଗାଁ ମାନଙ୍କରେ ବସୁଧା ଯୋଜନା ବାଟବଣା

masiha

ପାଣି ଟ୍ୟାଙ୍କରକୁ ପଛପଟୁ ଧକ୍କାଦେଲା ଟ୍ରକ: ଦୁଇ ଗୁରୁତର

Sunil Chandra Nayak

Leave a Comment

error: Content is protected !!