ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନଗର ଆରଡି ବିଭାଗର ଘୋଟାଲା,ରାତିରେ ପିଚୁ ରାସ୍ତା ରିପ୍ୟାରିଂ ନାରେ ଲୁଟିନେଲେ ଲକ୍ଷଲକ୍ଷ ଟଙ୍କା 

ରାଜନଗର ଆରଡି ବିଭାଗର ଘୋଟାଲା,ରାତିରେ ପିଚୁ ରାସ୍ତା ରିପ୍ୟାରିଂ ନାରେ ଲୁଟିନେଲେ ଲକ୍ଷଲକ୍ଷ ଟଙ୍କା 

ରାଜନଗର-10.5.024 ଗ୍ରାମ୍ୟ ଉନ୍ନୟନ ଵିଭାଗର ସହକାରୀ କାର୍ଯ୍ୟ ନିର୍ଵାହି ଅଧିକାରୀ ଓ ଯନ୍ତ୍ରୀଙ୍କ ପ୍ରିୟା ପ୍ରିତିଙ୍କ ନାମରେ ଵିନା ଟେଣ୍ଡରରେ ଦିଆଗଲା ଲକ୍ଷଲକ୍ଷ ଟଙ୍କାର ରାସ୍ତାରେ ପିଚୁ ପକାଇ ରିପ୍ୟାରିଂ କରିବା କାର୍ଯ୍ୟ ।ବିନା କାରପେଣ୍ଟିଂ ଓ ସ୍ଲିକୋଟିନରେ ରାତିରେ ପିଚୁ ଘସି ଚାଲିଗଲେ।ଗ୍ରାମବାସୀଙ୍କ ଅଭିଯୋଗକୁ ଭୃକ୍ଷେପ କଲେ ନାହିଁ ଠିକାଦାରଙ୍କ ଲେବର।ଠିକାଦାର ଯନ୍ତ୍ରୀ କିମ୍ବା କୌଣସି ଵିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀଙ୍କ ଅନୁପସ୍ଥିତିରେ ଲେବର ମିସ୍ତ୍ରୀ ସମାପନ କଲେ ରାସ୍ତା କାର୍ଯ୍ୟ।ନାମକୁ ମାତ୍ର ପିଚୁ ଘସିବା ପରେ ମଧ୍ୟ ସ୍ଥାନେ ସ୍ଥାନେ ପୁରୁଣା ରାସ୍ତା ଧଳା ହୋଇ ଦିସୁଛି,କେତେକ ସ୍ଥାନରେ ପିଚୁ ଘସିବା ପରେ ପୁରୁଣା ରାସ୍ତା ଦିସୁଥିବାରୁ ଲେବରଙ୍କ ଦ୍ଵାରା କାଦୁଅ ମାରି ଅଧିକାଙ୍ସ ସ୍ଥାନରେ ରାସ୍ତାର ସେହି ସ୍ଥାନ ପୁରଣ କରି ଠିକାଦାର ଯନ୍ତ୍ରୀ ଛୁ।ବିଭାଗିୟ ଅଧିକାରୀଙ୍କର ଉପର ଅଧିକାରୀଙ୍କ ସହିତ ମଧୁଚନ୍ଦ୍ରିକା ଥିବାରୁ ଏପରି ଅନୀୟମିତ କାର୍ଯ୍ୟପ୍ରତି ଗୁରୁତ୍ଵ ଦେଉନଥିବା ଅଭିଯୋଗ ହେଉଛି।ଅଭିଯୋଗରୁ ଜଣାଯାଏ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗର ସ଼ହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା କଣ୍ଡିରା ଗ୍ରାମପଞ୍ଚାୟତର ଜଳିଛକରୁ ଗୁପ୍ତି ପର୍ଯ୍ୟନ୍ତ ଯାଇଥିବା ଆରଡି ଵିଭାଗର ରାସ୍ତାରେ ପ୍ରାୟ ପନ୍ଦର ଦିନ ହେଵ ନାମକୁ ମାତ୍ର ପିଚୁ ଘସା ଯାଇଥିଲେ ମଧ୍ୟ ଯେତିକି ଓସାର ରାସ୍ମାର ପିଚୁ ହେଵାକଥା ତାହା ହୋଇ ନାହିଁ।ସେହି ପୁରୁଣା ରାସ୍ତାରେ ପିଚୁ ଘସି କାର୍ଯ୍ୟ ସମାପ୍ତ କରିଥିବା ଵେଳେ ପଦ୍ମଲାଭପୁରୁ ଗ୍ରାମର କିଛି ଦୂରରେ ଏପରି ଅନୀୟମିତ କାର୍ଯ୍ୟ ଲୋକ ଲୋଚନକୁ ଆସୁଥିବା ବେଳେ ,ଚକମନପୁରୁ ରାସ୍ତାରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି। ଏନେଇ ଵାରମ୍ବାର ଅଭିଯୋଗ କଲେ ମଧ୍ୟ କୋଟିପତି ପାଲଟି ଥିବା ଯନ୍ତ୍ରୀ ମାନେ ଅଭିଯୋଗ ଓ ଗଣମାଧ୍ୟମରେ ପ୍ରକାଶକୁ ଖାତିରୀ କରନ୍ତି ନାହିଁ।ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ କ୍ବାଲିଟି କଣ୍ଟ୍ରୋଲ ଵିଭାଗ ଦ୍ବାରା ମାନ ପରିଖି ରାସ୍ତାର କାର୍ଯ୍ୟ ଉଚ୍ଚମାନର କରାଯିବାକୁ ସାଧାରଣରେ ଦାଵୀ ହେଉଛି।ଏହି ଵିଭାଗର ତାଳଚୁଆ ଅଞ୍ଚଳର ଗ୍ରାମାଞ୍ଚଳ ଓ କଣ୍ଡିରା ପଞ୍ଚାୟତରେ ହୋଇଥିବା ଚଳିତ ଵର୍ଷର ପିଚୁଘସା କାର୍ଯ୍ୟ କୀପରି ମାନର ହୋଇଛି ତାହା ତଦନ୍ତରୁ ଵିଭାଗୀୟସ୍ଵଛତା ଉପରେ ଆଙ୍ଗୁଳି ନିର୍ଦେଶ କରିଵ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ସ୍ଵଛ ସର୍ବେକ୍ଷଣ ଗ୍ରାମୀଣ -୨୦୨୩ ର କେନ୍ଦ୍ରୀୟ ଦଳ ଙ୍କ ଡାବୁଗାଁ ବ୍ଲକ ଗସ୍ତ

Sunil Chandra Nayak

ଜଳି ହୋଇଥିବା ଥିବା ବୃଦ୍ଧା ଚିକିତ୍ସା ସମୟରେ ମୃତ 

Sunil Chandra Nayak

ଜଗମୋହନ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବ ପାଳନ

masiha

Leave a Comment

error: Content is protected !!