ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁରପ୍ରତାପପୁର ଗାଁରେ ଟ୍ରାକ୍ଟର ଓଲଟି ୨ମୃତ ୪ଗୁରୁତର

ଢେ଼ଙ୍କାନାଳ( ମ ସୀ ହା)୦୯/୦୩_ ଭୁବନ ବ୍ଲକ୍ ଅନ୍ତର୍ଗତ ସୁରପ୍ରତାପପୂର ଗ୍ରାମ ରେ ହେବାକୁ ଥିବା ଅଷ୍ଟପ୍ରହରୀ ନିମନ୍ତେ ଜଙ୍ଗଲରୁ ଝାଟି ସଂଗ୍ରହ କରିବାକୁ ଫେରିବା ସମୟରେ ଘଟିଲା ଏକ ଅଭାବନୀୟ ଅଘଟଣ । ଅଧାରାସ୍ତାରେ ହଠାତ୍‌ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ସଂପର୍କରେ ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ମଠକରଗୋଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଚାରି ଜଣଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ମଠକରଗୋଳା ମେଡିକାଲରେ ପ୍ରଫୁଲ୍ଲୁ କୁମାର ସାମଲ (୪୪)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଭୁବନ ମେଡିକାଲରେ ହରିହର ସାମଲ (୬୫ )ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର ।

ନାବାଳକ ରାଜା ପୁହାଣ ୧୫ , ଉମାଶଙ୍କର ରାଉଳ ୧୪ ବର୍ଷ , ଜଳଧର ସ୍ବାଇଁ ବୟସ ୬୫ ଓ ଅଜୟ ମହାନ୍ତି ଗୁରୁତର ହୋଇଛନ୍ତି ।ତେବେ ରାଜା ପୁହାଣ ,ଜଳଧର ସ୍ବାଇଁ ଓ ଉମାଶଙ୍କର ରାଉଳ ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଆକାଶବାଣୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ

Sunil Chandra Nayak

ବିଧାନସଭାରେ ଉଠିଲା ଖଡିଆଳ ବିଧାୟକ ଙ୍କ ସ୍ୱର  

Sunil Chandra Nayak

ବଦଳିଲେ ଖଇରା ତହସିଲଦାର

masiha

Leave a Comment

error: Content is protected !!