ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁରପ୍ରତାପପୁର ଗାଁରେ ଟ୍ରାକ୍ଟର ଓଲଟି ୨ମୃତ ୪ଗୁରୁତର

ଢେ଼ଙ୍କାନାଳ( ମ ସୀ ହା)୦୯/୦୩_ ଭୁବନ ବ୍ଲକ୍ ଅନ୍ତର୍ଗତ ସୁରପ୍ରତାପପୂର ଗ୍ରାମ ରେ ହେବାକୁ ଥିବା ଅଷ୍ଟପ୍ରହରୀ ନିମନ୍ତେ ଜଙ୍ଗଲରୁ ଝାଟି ସଂଗ୍ରହ କରିବାକୁ ଫେରିବା ସମୟରେ ଘଟିଲା ଏକ ଅଭାବନୀୟ ଅଘଟଣ । ଅଧାରାସ୍ତାରେ ହଠାତ୍‌ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ସଂପର୍କରେ ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ମଠକରଗୋଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଚାରି ଜଣଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ମଠକରଗୋଳା ମେଡିକାଲରେ ପ୍ରଫୁଲ୍ଲୁ କୁମାର ସାମଲ (୪୪)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଭୁବନ ମେଡିକାଲରେ ହରିହର ସାମଲ (୬୫ )ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର ।

ନାବାଳକ ରାଜା ପୁହାଣ ୧୫ , ଉମାଶଙ୍କର ରାଉଳ ୧୪ ବର୍ଷ , ଜଳଧର ସ୍ବାଇଁ ବୟସ ୬୫ ଓ ଅଜୟ ମହାନ୍ତି ଗୁରୁତର ହୋଇଛନ୍ତି ।ତେବେ ରାଜା ପୁହାଣ ,ଜଳଧର ସ୍ବାଇଁ ଓ ଉମାଶଙ୍କର ରାଉଳ ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ମ.ରାମପୁର ଡ୍ରାଇଭର ସଂଘର ଆନ୍ଦୋଳନ ଦ୍ଵିତୀୟ ଦିନରେ : ସରକାର କର୍ଣ୍ଣପାତ କରୁନଥିବାରୁ ସଂଘର ଅସନ୍ତୋଷ

Sunil Chandra Nayak

୧- ଫୁଣ୍ଡା ଗ୍ୟାସ ବିତରଣ ଏଜେନ୍ସି କୁ ଅନୁକମ୍ପା କାହା ସ୍ଵାର୍ଥରେ ? ସିଲିଣ୍ଡର ଜବତ ପରେ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୁନ ! , ୨- ରାକ୍ଷୀ ପର୍ବ ପୂର୍ବରୁ ଜୁନାଗଡ଼ରେ ଚଢ଼ାଉ: ୩୫ କେଜି ବାସି ଖାଦ୍ୟ ନଷ୍ଟ, ୨୦୦ କେଜି ପଲିଥିନ୍ ଜବତ

Sunil Chandra Nayak

ଶିଶୁ ଭାରତୀ ଉଚ୍ଚ ବିଦ୍ୟାଳୟ ରେ ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳା

Leave a Comment

error: Content is protected !!