ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ହାଇସ୍କୁଲ ର ପ୍ଲlଟିନମ୍ ଜୁବ୍ଲି ପାଲନ ପାଇଁ ପ୍ରସ୍ତୁତି ବୈଠକ

ଜୁନାଗଡ଼,୨୦/୧(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ ହାଇସ୍କୁଲ ଜିଲ୍ଲା ର ଦୂତୀୟ ପୁରାତନ ହାଇସ୍କୁଲ ଅଟେ l୧୯୪୬ ମସିହାରେ ଏହି ସ୍କୁଲ ପ୍ରତିଷ୍ଠ। ହୋଇଥିଲା । ସେହିଦିନ ରୁ ଆଜି ପର୍ଯ୍ୟନ୍ତ ଅନେକ ଗୌରବ ଗାଥା ବହନ କରି ୭୫ ବର୍ଷ ରେ ଅବତୀର୍ଣ ହୋଇଅଛି। । ଏହି ୭୫ ବର୍ଷ ପୂର୍ତ୍ତି କୁ ବହୁ ଆଡ଼ମ୍ବର ସହିତ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍କୁଲ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭା ରେ ୧୯୪୬ ମସିହା ର ପ୍ରଥମ ବ୍ୟାଚ୍ ର ଛାତ୍ର ତ୍ରିଲୋଚନ ସିଂ ବେଲଦାରଙ୍କ ସଭାପତିତ୍ବରେ ପୁରାତନ ଛାତ୍ର ବିଜୟ ବେହେରା, ଇଶ୍ଵର ପୁଝାରୀ, ମଳୟ ମୁଣ୍ଡ, ସରୋଜ ପଣ୍ଡା, ରଶ୍ମି ରଂଜନ ନାୟକ, ହିମାଂଶୁ ବରାଡ,ପୁରାତନ ଛାତ୍ର ସଂସଦ ସଭାପତି ସନ୍ତୋଷ ସିଂହ ଦେଓ, ସମ୍ପାଦକ କୁବଲେଶ୍ୱର୍ ପାଣିଗ୍ରାହି ପ୍ରମୁଖ ମଂଚାସୀନ ଥିଲେ । ଏହି ପ୍ଲାଟିନମ ଜୁବଲି କୁ ମହା ଆଡ଼ମ୍ବର ସହ ପାଳନ କରିବା ପାଇଁ ପୁରାତନ ଛାତ୍ର ମାନେ ମତାମତ ଦେଇଥିଲେ । ଏହି ପ୍ଲlଟିନିମ୍ ଜୁବଲି କାର୍ଯ୍ୟକର୍ମକୁ ଭାରତ ର ରାଷ୍ଟ୍ରପତିକ୍ନୁ ନିମନ୍ତ୍ରଣ କରିବାପାଇଁ ସମସ୍ତେ ପ୍ରସ୍ତାବ ଦେଇଥିଲେ ଏହି ସଭା ରେ ସମସ୍ତେ ପୁରାତନ ଛାତ୍ର ଙ୍କୁ ନେଇ ପୁଣି ଏକ ସଭା କରିବା ପାଇଁ ଆସନ୍ତା ଫେବୃଆରୀ ୪ତାରିଖ ଦିନ ନିର୍ଦ୍ଧାରିତ କରାଯାଇଅଛି। । ଏହି ଅବସରରେ ସମୀର ସାହୁ, ଅଶୋକ ପାତ୍ର, ତ୍ରିଯୋଗୀ ସାମନ୍ତରାୟ, ମନୋରଞ୍ଜନ ସାହୁ, ଅନିଲ ପଣ୍ଡା, ସତୀଶ ପ୍ରଧାନ, ସୀତାକାନ୍ତ ଧଙ୍ଗଡ଼ାମାଝୀ, କାଳିନ୍ଦୀ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ପଣ୍ଡାl, ହିମାଂଶୁ ନାଏକ, ରମେଶ ନାଏକ, ସୁଜିତ ସାହୁ,, ରାକେଶ ବେମାଲ, ନେତ୍ରାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l ହାଇସ୍କୁଲ ର ବରିଷ୍ଠ ଶିକ୍ଷକ ମଳୟ ମୁଣ୍ଡ ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ବରିଷ୍ଠ ଶିକ୍ଷକ ସୁଧୀର ବେହେରା।କାର୍ଯ୍ୟକ୍ରମରେ ଅନେକ ପୁରାତନ ଛାତ୍ର ଉପସ୍ଥିତ ରହିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଗରିବ କୃଷକ ପରିବାରର  ଝିଅ ଓ ପୁଅ ବ୍ଲକ ଟପର , ଗାଁ ରେ ଖୁସିର ଲହରୀ 

masiha

ନିର୍ମାଣଧୀନ ପୋଲ ତଳେ ବାଇକ ଖସି, ଦୁଇ ମୃତ

masiha

ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ମାନ୍ୟବର,  ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣିଜ ବିଭାଗଙ୍କ ରାୟଗଡ ଜିଲ୍ଲା ଗସ୍ତ l “ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା “

masiha

Leave a Comment

error: Content is protected !!