ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟବିବାହ ରୋକିଲା ଚନ୍ଦାହାଣ୍ଡି ପ୍ରଶାସନ

ଚନ୍ଦାହାଣ୍ଡି-20/1(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଆଇସିଡିଏସ ପକ୍ଷରୁ ଆଜି ହଳଦୀ ରେ ହେବାକୁ ଥିବା ଆଠ ଗୋଟି ବାଲ୍ୟ ବିବାହ ରୋକା ଯାଇଥିବା ସୂଚନା ମିଳିଛି l ସୂଚନାନୁଯାୟୀ ଚନ୍ଦାହାଣ୍ଡି ପଞ୍ଚାୟତର ହଳଦୀ ଗ୍ରାମରେ ଆଠ ଗୋଟି ବାଲ୍ୟବିବାହ ହେଵାକୁ ଥିବା ନେଇ ଆଇସିଡ଼ିଏସ ଚନ୍ଦାହାଣ୍ଡିକୁ ଖବର ମିଳିଥିଲା | ଖବର ପାଇ ଆଜି ଏହି ହଳଦୀ ଗ୍ରାମକୁ ବାଲ୍ୟବିବାହ ରୋକିବା ନେଇ ଚନ୍ଦାହାଣ୍ଡି ଆଇସିଡିଏସ ବିଭାଗର କର୍ମଚାରୀ ସେହି ଗ୍ରାମର ବାଲ୍ୟବିବାହ ହେଵାକୁ ଥିବା ଘରେ ପହଂଚି ବିବାହ ବନ୍ଦ କରାଇଥିଲେ । ସିଡିପିଓ ସୈରେନ୍ଦ୍ରି ମହାନନ୍ଦ, ବରିଗୁଡା ପରିଦର୍ଶିକା ନନ୍ଦେନି ଶତପଥୀ,ପୁଲସରା ଭତ୍ରା ,ଦଳିଳl ଖୋସଲା ଏବଂ ଅଙ୍ଗନୱାଡି କର୍ମୀ ଗୁନ ଦେଇଙ୍କ ସହ ୱାର୍ଡ ସଭ୍ୟ,ଗ୍ରାମବାସୀ, ବନ୍ଧୁବାନ୍ଧବ,ବିବାହ ହେଉଥିବା ପୁଅ /ଝିଅ ଓ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଭବିଷ୍ୟତରେ ଏଭଳି ଗ୍ରାମରେ ବେଆଇନ ବାଲ୍ୟ ବିବାହ କାର୍ଯ୍ୟ ନକରିବାକୁ ପରାମର୍ଶ ଦେଇଥିଲେ । ପ୍ରାପ୍ତ ସୂଚନାନୁଯାୟୀ ହଳଦୀ ଗ୍ରାମର ଦୁଇ ନାବାଳିକା ଜ୍ୟୋତି ଗୋପାଳ ପି. ଭୁବନେଶ୍ୱର ଗୋପାଳ ଓ ନଳିନୀ ନାୟକ ପି. ଅରକ୍ଷିତ ନାୟକ ଉଭୟ (17+)ବର୍ଷ ବୟସର ନାବାଳିକା ଏବଂ ଛଅ ନାବାଳକ ଭୂପେନ୍ଦ୍ର ବାଘ ପି. ଲଳିତ ବାଘ, ନୀଳାମ୍ବର ବାଘ ପି. ବାସୁଦେବ ବାଘ, ରାମଚନ୍ଦ୍ର ବାଘ ପି.ସ୍ଵ. ମୁନସୀ ବାଘ, ଟଙ୍କଧର ଅଣ୍ଟି ପି. ଭରତ ଅଣ୍ଟି,ଜଗମୋହନ ପୂଜାରୀ ପି. ରାମଚନ୍ଦ୍ର ପୂଜାରୀ, ଯୋତେଶ ବାଘ ପି.ହରିବନ୍ତ ବାଘ ସମୂହ (20+) ବର୍ଷ ବୟସର ନାବାଳକ ହୋଇଥିବା ବେଳେ ଅଳ୍ପ କିଛି ଦିନ ମଧ୍ୟରେ ସାମାଜିକ ରୀତିରେ ବିବାହ ହେବାକୁ ତାରିଖ ଧାର୍ଯ୍ୟ ସହ ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ ସରିଥିଲା। ବିବାହ ଅନୁଷ୍ଠିତ ହେଵା ପୂର୍ବରୁ ଆଇସିଡିଏସ ବିଭାଗର ସିଡିପିଓ ଏବଂ ତିନି ଜଣ ପରିଦର୍ଶିକା ପହଞ୍ଚି ସମସ୍ତ ପରିବାରକୁ ବୁଝାଇଥିଲେ । ଝିଅର ବୟସ 18 ଓ ପୁଅ ର 21 ବର୍ଷ ନହେବା ପର୍ଯ୍ୟନ୍ତ ବିବାହ କରାଗଲେ ଏହା ଆଇନ ଅନୁଯାଇ ଦଣ୍ଡନୀୟ ଅପରାଧ ବୋଲି ସମସ୍ତ ନାବାଳିକା ଓ ନାବାଳକ ଙ୍କ ପରିବାର ଲୋକଙ୍କୁ କହିବା ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ଏଥିରେ ଖିଲାପ ହେଲେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମସ୍ତ ପରିବାରକୁ ବୁଝlଇ ତାଗିତ କରାଯାଇଥିଲା । ପରେ ସମସ୍ତ ପରିବାରଙ୍କ ସହମତିରେ ବାହାଘରକୁ ସ୍ଥଗିତ ରଖାଯାଇଥିବା ବେଳେ ଝିଅ ପୁଅ ଙ୍କ ସାବlଳକ ହେବା ପରେ ବିବାହ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ଆଗାମୀ ଦିନରେ ଅଂଚଳରେ ବାଲ୍ୟବିବାହ ନକରିବାକୁ ପ୍ରଶାସନ ପକ୍ଷରୁ ପ୍ରତି ପଂଚାୟତ, ଗ୍ରାମ ସ୍ତରୀୟ ଟାକ୍ସଫୋର୍ସ ଗଠନ ଓ ପ୍ରତେକ ସମାଜ ମୁଖ୍ୟ ମାନଙ୍କୁ ନେଇ ସଚେତନ କରlଯାଉଥିବା ଜାରି ରହିଥିବା ଜଣାପଡିଛି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

କୋରାପୁଟ ଜିଲ୍ଲା ଶିଶୁମଙ୍ଗଳ କମିଟିକୁ ରାୟଗଡ଼ ଦାୟିତ୍ୱ ଦେଲେ ସରକାର l “ଦାୟିତ୍ୱ ହସ୍ତାନ୍ତର ନକରିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଲା ଭlଙ୍ଗି ଦାୟିତ୍ୱ ଗ୍ରହଣ କରାଗଲା” 

masiha

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ପୁଣ୍ୟାତ୍ମା ଗୋପବନ୍ଧୁ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

Sunil Chandra Nayak

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ସମୟାନୁବର୍ତ୍ତିତା ସଫଳତାର ମୂଳମନ୍ତ୍ର

masiha

Leave a Comment

error: Content is protected !!