ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ପକ୍ଷରୁ ମଲ୍ଟି ସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଉତ୍କଳ ଆଲୁମିନା ପକ୍ଷରୁ ମଲ୍ଟି ସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ଵର / ଟିକିରି: ଏହି ଅଞ୍ଚଳର ଗୋଷ୍ଠୀ ସ୍ଵାସ୍ଥ୍ୟ ଏବଂ କଲ୍ୟାଣ ଦିଗରେ ନିଜର ନିରନ୍ତର ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଚଳିତ ଅକ୍ଟୋବର ମାସ ୫ ତାରିଖରେ ପୁନରୁତ୍‌ଥାନ ଭଲ୍ୟୁଣ୍ଟାରୀ ଅର୍ଗାନାଇଜେସନ୍ ସହଯୋଗିତାର କାଶୀପୁର ବ୍ଲକ୍‌ର ମାଇକଞ୍ଚ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଗ୍ରାମରେ ଏକ ମଲ୍ଟିସ୍ପେଶାଲିଟି ସ୍ଵାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଥିଲା ।

ଦୁର୍ଗମ ଅଞ୍ଚଳ ଏବଂ ଆର୍ଥିକ ଅକ୍ଷମତା କାରଣରୁ ସ୍ଥାନୀୟ ଅଧବାସୀ ଏହିସବୁ ସେବାର ସୁଯୋଗ ନେଇପାରୁନଥିବା କାରଣରୁ ଏଭଳି ସ୍ପେଶାଲିଟି ସ୍ଵାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା।

ଉତ୍କଳ ଆଲୁମିନା ପାରିପାର୍ଶ୍ବକ ଅଞ୍ଚଳର ୩୬ଟି ଗମ୍ରାମରୁ ପ୍ରାୟ ୭୧୯ ଜଣ ଅଧ୍ଵବାସୀ ମଲ୍ଟିସ୍ପେଶାଲିଟି ସ୍ଵାସ୍ଥ୍ୟ ଶିବିରର ସୁଯୋଗ ନେଇଥିଲେ ଏବଂ ଚକ୍ଷୁ ଯନ୍ତ୍ର, ସ୍ତ୍ରୀରୋଗ, ଚର୍ମ, ଶିଶୁ ରୋଗ ଓ ଭେଷଜ ଆଦି ବିଭାଗରେ ସେମାନଙ୍କୁ ସ୍ପେଶାଲିଟି ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହିତ ରୋଗୀଙ୍କୁ ମାଗଣା ଡାକ୍ତରୀ ପରାମର୍ଶ, ଔଷଧ ଏବଂ ଅଧିକ ଚିକିତ୍ସା ସେବା ନିମନ୍ତେ ଉଚ୍ଚତର ସ୍ଵାସ୍ଥ୍ୟ ପ୍ରତିଷ୍ଠାନକୁ ପ୍ରେରଣ କରାଯିବା ଆଦି ସେବା ଯୋଗାଇ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସ୍ପେଶାଲିଷ୍ଟ ଡାକ୍ତର, ଗୋଷ୍ଠୀ ନେତୃବୃନ୍ଦ, ଚିକିତ୍ସା ଅଧ‌ିକାରୀ, ସରକାରୀ ଅଧିକାରୀ, ପୋଲିସ ଅଧିକାରୀ ଏବଂ ଉତ୍କଳ ଆଲୁମିନାର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

ଏହି ସ୍ଵାସ୍ଥ୍ୟସେବା ଶିବିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଡଃ.ଅରିନ୍ଦମ ରୟଚୌଧୁରୀ, ହେଡ୍, ଉତ୍କଳ ମେଡିକାଲ ସର୍ଭିସେସ୍, ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ହେଡ୍ ସିଏସ୍‌ଆର ଆଣ୍ଡ୍ ସିଆର, ଉତ୍କଳ ଆଲୁମିନା, ବିଭିନ୍ନ ସ୍ଵାସ୍ଥ୍ୟସେବା ସୁବିଧାରୁ ସେଶାଲିଷ୍ଟ ଡାକ୍ତରବୃନ୍ଦ ଏବଂ ଗୋଷ୍ଠୀ ନେତୃବୃନ୍ଦ ଶ୍ରୀ କିଶୋର ଦିଶାରୀ, ଶ୍ରୀ ମସ୍ତରାମ ପୁଝାରୀ ଉପସ୍ଥିତ ଥିଲେ । ଶ୍ରୀ ମନୋଜ ଦାସ, ଡିପାର୍ଟମେଣ୍ଟ ହେଡ୍ ସିଏସ୍‌ଆର ମାଇନ୍ସ ଉତ୍କଳ ଆଲୁମିନାର ସିଏସ୍‌ଆର ଟିମ୍ ସହିତ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଲୋପାମୁଦ୍ରା ମିଶ୍ର, ହେଉ-ସିଏସ୍‌ଆର, ସିଆର୍ ଆଣ୍ଡ ସଷ୍ଟେନେବିଲିଟି ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବା ସହିତ ଉକ୍ତ ଅଞ୍ଚଳର ଜନସାଧାରଣ ସ୍ଵାସ୍ଥ୍ୟ ଓ କଲ୍ୟାଣ ଦିଗରେ ଉତ୍କଳ ଆଲୁମିନାର ପ୍ରତିବଦ୍ଧତା ଉପରେ ଗୁରୁତ୍ଵ ଦେଇଥିଲେ ।

ଶ୍ରୀ ମକହର ବେଗ, ୟୁନିଟ୍ ହେଡ ଉତ୍କଳ ଆଲୁମିନା ଚିକିତ୍ସା ସେବା ଯୋଗାଣକାରୀ, ସ୍ଵେଚ୍ଛାସେବୀ, ଗୋଷ୍ଠୀ ସଦସ୍ୟ ଏବଂ ନେତୃମଣ୍ଡଳୀଙ୍କୁ ଏହି କାର୍ଯ୍ୟକ୍ରମ ସଫଳ କରିବା ଦିଗରେ ଉତ୍କଳ ଆଲୁମିନା ସହିତ ସହଯୋଗର ହାତ ବଢାଇ ଥିବାରୁ ନିଜର ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ, “ମୁଁ ନିଶ୍ଚିତ ଯେ ଏହି ମଲ୍ଟି ସ୍ପେଶାଲିଟି ସ୍ଵାସ୍ଥ୍ୟ ଶିବିରର ଯଥେଷ୍ଟ ପ୍ରଭାବ ପଡିବ ଏବଂ ଆମ ଜନସାଧାରଣଙ୍କ ସ୍ଵାସ୍ଥ୍ୟ ଓ କଲ୍ୟାଣ ଉପରେ ଏହାର ଦୀର୍ଘସ୍ଥାୟୀ ସକରାତ୍ମକ ପ୍ରଭାବ ଅନୁଭୂତ ହେବା ସହିତ ଏହା ଏକ ସୁସୁ ଏବଂ ସୁଖୀ ସମାଜ ଗଠନ ଦିଗରେ ଅବଦାନ ରଖିବ।”

ଟିକିରି ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସହରରେ ବ୍ୟାପକ ଝାଡ଼ାବାନ୍ତି ଓ ମୃତ୍ୟୁ ନେଇ ସି ପି ଆଇ ଏମ୍ ଉଦବେଗ, ପ୍ରତିକାର ପାଇଁ ପ୍ରଶାସନ ନିକଟରେ ଦାବି

masiha

ସ୍ଥାନ ନିରୂପଣ ନେଇ ଉତ୍ତେଜନା

ରୁପ୍ରା ଠାରେ ସମ୍ବିଧାନ ପ୍ରଣେତା ବାବା ସାହେବଙ୍କ 135ତମ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!