ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ଏଜୁକେୟାର ଇଂରାଜୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ !!!

ବାଣପୁର , ୨୮/୧ ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳରେ ଥିବା ଏଜୁକେୟାର ଇଂରାଜୀ ମିଡିଅମ ସ୍କୁଲର ବାର୍ଷିକୋତ୍ସବ ମା , ଭଗବତୀ କଲ୍ୟାଣ ମଣ୍ଡପ ଠାରେ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ତଥା ଆଇନଜୀବୀ ବିପ୍ଳବ କୁମାର ମୁଦୁଲି ଙ୍କ ଅଧ୍ୟକ୍ଷତାରେ ଏକ ସଭାକାର୍ଯ୍ୟ ର ଆୟୋଜନ କରାଯାଇଥିଲା । ଆୟୋଜିତ ସଭରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ମିଟୁ ନାୟକ , ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ଶ୍ରୀମତୀ ଦେବଭୁତି ପଟ୍ଟନାୟକ , ସମ୍ମାନୀତ ଅତିଥି ଭାବେ ଓଡ଼ିଆ ସିନେମା ଜଗତର କଳାକାର ଶ୍ରୀମତୀ ଶୁଭଦ୍ରା ମହାନ୍ତି ( ମିଲି ) , ବାଣପୁର ଗୋଷ୍ଠୀ ଶିକ୍ଷା କେନ୍ଦ୍ରର ବିଆରସିସି ସନ୍ଧ୍ୟା ରାଣୀ ହରିଚନ୍ଦନ, ସମାଜ ସେବୀ ମନୋଜ କୁମାର ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଶିକ୍ଷା ସଂସ୍କୃତି ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ଅତିଥି ମାନେ ପ୍ରକାଶ କରିଥିଲେ ଜେ । ଶିକ୍ଷା ମନୁଷ୍ୟର ମେରୁଦଣ୍ଡ । ଶିକ୍ଷା ବିନା ମନୁଷ୍ୟ ଜୀବନ ଅନ୍ଧକାରମୟ । ସେଥିଲାଗି ମନୁଷ୍ୟ ଶିକ୍ଷାକୁ ନିଜର ମୁଖ୍ୟ ମନ୍ତ୍ରଭାବେ ଭାବିନେବା ଏକାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ସଭା ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବାବେଳେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ବିଦ୍ୟାଳୟ ର ଅଧ୍ୟକ୍ଷ ଆନନ୍ଦ ସେନାପତି ‌ ବାର୍ଷିକ ବିବରଣି ପାଠ କରିଥିବା ବେଳେ । ସମ୍ପାଦକ ଓ ସହ ସମ୍ପାଦକ ରଞ୍ଜନ କୁମାର ମହାପାତ୍ର, ସୁନିଲ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତି କାର୍ଯ୍ୟ କ୍ରମ ପରିବେଷଣ କରାଯାଇଥିଲା । ଏବଂ କୃର୍ତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ଅଧିନସ୍ଥ କାଙ୍କେରୀ ମା ଡୁମେର୍ ମୁଡେନ୍ ଯୁବକ ସଂଘ ‌ଦ୍ୱାରା ଜୀବିକା ପରାମର୍ଶ କର୍ମଶାଳା ଆୟୋଜିତ

Sunil Chandra Nayak

ବଦାନ୍ୟ ବୀର ବିପିନ ମିଶ୍ର

Sunil Chandra Nayak

ମାସା ତରଫରୁ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ରଚନା, ବକୃତା ଏବଂ ସାଧାରଣଞ୍ଜାନ ପରୀକ୍ଷା

Sunil Chandra Nayak

Leave a Comment

error: Content is protected !!