କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ କନ୍ଧମାଳ ଷ୍ଟାଡିୟମରେ ଠାରେ ତା ୨୫/୧/୨୦୨୩ ରିଖ ବୁଧବାର ଦିନ କନ୍ଧମାଳ ମହୋତ୍ସବ ର ଶୁଭାରମ୍ଭ ହୋଇଛି। ଏହି ମହୋତ୍ସବ ତା ୨୫/୧ ଠାରୁ ୨୯/୧ ରିଖ ପର୍ଯ୍ୟନ୍ତ ୫ ଦିନ ଅନୁଷ୍ଠିତ ହେବ। ତହିଁ ମଧ୍ୟରୁ ୨୮/୨୯ ଦୁଇ ଦିନ କନ୍ଧମାଳ ଜିଲ୍ଲା ରେ ଉତ୍ପାଦନ କୃଷି ଜାତ ଦ୍ରବ୍ୟ,ହଳଦି ଅଦା ସହ ବନ ଲଘୁ ଜାତ ଦ୍ରବ୍ୟ , ଘରୋଇ ଉପକରଣ , ସୌଖିନ ସାମଗ୍ରୀ ର ବିକ୍ରିବଟା କରିବା ପାଇଁ ପଲ୍ଲଶ୍ରୀ ମେଳା ଅନୁଷ୍ଠିତ ହେବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଗତକାଲି ଉଦଘାଟନ ଦିବସରେ ସ୍ଥାନୀୟ ମାଁ ନାରାୟଣୀ ମନ୍ଦିର ଠାରୁ ଜିଲ୍ଲା ପ୍ରଶାସନ ଅଧିକାରୀ ମାନଙ୍କ ର ଯୋଗଦାନ ରେ ଏକ ମଶାଲ ସଭାଯାତ୍ରା ବାହାରି ଫୁଲବାଣୀ ସହର ପରିକ୍ରମା କରି ମହୋତ୍ସବ ପଡ଼ିଆରେ ମଶାଲ ଶୋଭାଯାତ୍ରା ପହଞ୍ଚି ଥିଲା। କନ୍ଧମାଳ ମହୋତ୍ସବ ର ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ଜିଲ୍ଲା ହେଉଛି ପ୍ରକୃତିର ଅପୁରୁପ ଶୋଭାର ଭଣ୍ଡାର। ଏହି ଜିଲ୍ଲାର କଳା, ସଂସ୍କୃତି,ଏତିହ୍ୟ ଓ ପରମ୍ପରା କୁ ଉଜୀବିତ ରଖି ସମଗ୍ର ଜନ ମାନସରେ ଆଦୃତ କରି ପ୍ରକୃତି ରାଣୀ ଗର୍ଭ ରେ ଚିରସ୍ରୋତା ସଦୃଶ ପ୍ରବାହମାନ ହେଉଥିବା ସାମାଜିକ, ସାଂସ୍କୃତିକ,ପାରମ୍ପରିକ ଆଦି ଧାରାକୁ ବିଶ୍ୱ ସ୍ତରରେ ଆଦୃତ କରାଇବା ହେଉଛି ହେଉଛି ଏହି କନ୍ଧମାଳ ମହୋତ୍ସବ ଉ ମୂଖ୍ୟ ଉଦେଶ୍ୟ ବୋଲି କହିଥିବା ବେଳେ ଉଦଘାଟନି ଉତ୍ସବ ର ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ସୌନ୍ଦର୍ଯ୍ୟ ଭରି ରହିଛି। ସୌନ୍ଦର୍ଯ୍ୟ ଭରା କନ୍ଧମାଳ ର ଏତିହ୍ୟ ସଂସ୍କୃତି ପରମ୍ପରା ଆଜି ଦେଶ ବିଦେଶ ରେ ଆଦୃତ ଲାଭ କରିଛି। କନ୍ଧମାଳ ହଳଦି ପୃଥିବୀ ପ୍ରସିଦ୍ଧ ହୋଇଛି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ କହିଥିବା ବେଳେ କନ୍ଧମାଳ ବାସୀ ଙ୍କର ସ୍ୱପ୍ନ ମେଡ଼ିକାଲ କଲେଜ ଅଳ୍ପ ଦିନ ରେ ସାକାର ହେବାକୁ ଯାଉଛି। କନ୍ଧମାଳ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଉଛନ୍ତି। ଏହି ଜିଲ୍ଲା ମୁଖ୍ୟମନ୍ତ୍ରୀ ଙ୍କର ଆଶୀର୍ବାଦ ଯୋଗୁଁ ଦିନକୁ ଦିନ ଉନ୍ନତି କରିବା ରେ ଲାଗିଛି ବୋଲି ମନ୍ତ୍ରୀ କହିଥିଲେ। ସମ୍ମାନିତ ଅତିଥି ଭାବେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ,କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ,କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ,ଫୁଲବାଣୀ ବିଧାୟକ ଅଙ୍ଗଦ କଁହର, ବାଲିଗୁଡା ବିଧାୟକ ଚକ୍ରମଣି କଁହର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଯୋଗ ଦେଇ କନ୍ଧମାଳ ର ବିଲୁପ୍ତ ଲୋକ କଳା ଓ ସଂସ୍କୃତି ପରମ୍ପରା ର ଉଜବିତ ନିମନ୍ତେ ଏହି ମହୋତ୍ସବ ଆୟୋଜନ କରାଯାଇଛି ବୋଲି କହିଥିଲେ। ଉଦଘାଟନ ଦିବସରେ ଅତିଥି ମାନଙ୍କ ଦ୍ୱାରା ଗିରି ଝଙ୍କାର ସ୍ମରଣୀକା ଉନ୍ମୋଚିତ ହୋଇଥିଲା । ମଧ୍ୟପ୍ରଦେଶ ର ବଧାଇ ନୃତ୍ୟ,ପୁରୀର ଫାୟାର ଆକ୍ଟ ଓ ମାଲଖମ,କଟକ ର ଓଡିଶୀ ନୃତ୍ୟ, ଫୁଲବାଣୀ,ବାଲିଗୁଡା, ରାଇକିଆ,ଜି.ଉଦୟଗିରି, ଟିକାବାଲି ର ଆଦିବାସୀ ଲୋକନୃତ୍ୟ ରେ ମଞ୍ଚ ଦୁଲୁକି ଉଠିଥିଲା। ଏହି ସଙ୍ଗୀତ ବିଚିତ୍ରା ଲୋକଙ୍କ ମନକୁ ଖୁସି ଦେଇଥିଲା।ଲୋକମାନେ କନ୍ଧମାଳ ମହୋତ୍ସବ ଆନନ୍ଦର ସହ ଉପଭୋଗ କରିବା ପାଇଁ , ଲୋକଙ୍କ ର ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣା ବସ ର ବ୍ୟବସ୍ଥା କରାଯାଇଛି। ମହୋତ୍ସବ ରେ ବିଭିନ୍ନ ଉତ୍ପାଦନ ଦ୍ରବ୍ୟ କ୍ରୟ ବିକ୍ରୟ ନିମନ୍ତେ ୨୩୮ ଷ୍ଟଲ ଖୋଲା ଯାଇଛି। ଦର୍ଶକ ମାନଙ୍କ ପାଇଁ ରୁଚି ସ୍ୱାଦିଷ୍ଟ ଖାଦ୍ୟ ଷ୍ଟଲ,କୃଷି ଉପକରଣ ବିକ୍ରୟ ନିମନ୍ତେ କୃଷି ମେଳା ଷ୍ଟଲ,ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ୱାରା ଉତ୍ପାଦିତ ଜିନିଷ, ଦର୍ଶକ ଓ ଛୋଟ ଛୁଆ ମାନଙ୍କ ମନୋରଞ୍ଜନ ନିମନ୍ତେ ବ୍ରେକ ଡେନ୍ସ ,ଟ୍ରେନ ଦୋଳି ସହ ଗୋଦୀ ମିକି ମାଉସ ର ଆୟୋଜନ କରାଯାଇଛି। ପ୍ରତ୍ୟେକ ସନ୍ଧ୍ୟାରେ ଦର୍ଶକ ଙ୍କର ମନକୁ ଛୁଇଁଲା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ମଞ୍ଚରେ ପରିବେଷଣ କରାଯାଇଥାଏ। ଏହି କନ୍ଧମାଳ ମହୋତ୍ସବ ଦେଖିବା ନିମନ୍ତେ ପ୍ରତ୍ୟେକ ସନ୍ଧ୍ୟାରେ ହଜାର ହଜାର ଦର୍ଶକ ଙ୍କର ଭିଡ଼ ପରିଲକ୍ଷିତ ହେଉଛି। ଏହି ମହୋତ୍ସବ ଦେଖିଲେ ବାଲିଯାତ୍ରା ର ଭ୍ରମ ସୃଷ୍ଟି ହେଉଛି ବୋଲି ଦର୍ଶକ ମାନଙ୍କର ଆଲୋଚନା ର ଶୁଣିବାକୁ ମିଳୁଛି। ଏହି କନ୍ଧମାଳ ମହୋତ୍ସବ କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲା ଏସ ପି ଙ୍କର ନିର୍ଦ୍ଦେଶ ରେ ବ୍ୟାପକ ପୋଲିସ ଫୋର୍ସ ଏବଂ ପୋଲିସ ଅଫିସର ମାନଙ୍କୁ ନିୟୋଜିତ କରାଯାଇଛି।