ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କ ଯୋଗଦାନ

ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କ ଯୋଗଦାନ

ବ୍ରହ୍ମପୁର,ତା ୦୬/୦୫ ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଭାବେ ଶ୍ରୀ ବସନ୍ତ କୁମାର ପ୍ରଧାନ ଆଜି ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଆସିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ର ନିର୍ଦ୍ଦେଶ କ୍ରମେ ପଦୋନ୍ନତି ପାଇ ସେ ବ୍ରହ୍ମପୁର ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି।ପୂର୍ବରୁ ଉପ ନିର୍ଦ୍ଦେଶକ ଭାରପ୍ରାପ୍ତ ଦାୟିତ୍ୱରେ ଥିବା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁରଜିତ ମିଶ୍ର ପଦୋନ୍ନତି ପାଇ ବର୍ତ୍ତମାନ ଅତିରିକ୍ତ ନିର୍ଦ୍ଦେଶକ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ରଶ୍ମିରାଣୀ ନିମାକା , ଶ୍ରୀ ଲୋକନାଥ ଶତପଥୀ ନୂତନ ଉପ ନିର୍ଦ୍ଦେଶକଙ୍କୁ ସ୍ୱାଗତ କରିଥିଲେ।

 

Related posts

ରାୟଗଡ଼ ଜିଲ୍ଲା ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନଃରୁଦ୍ଧାର ପରିଷଦ ପକ୍ଷରୁ ୧୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

ପଣ୍ଡକୁଲ ଠାରେ ମାଛ ଯାଆଁଳା ଉତ୍ପାଦନ କେନ୍ଦ୍ର ଉଦଘାଟିତ 

Sunil Chandra Nayak

କଳାହାଣ୍ଡି ଉତ୍ସବ ପାଇଁ ତର୍କ,ପରିଛଦ ଲିଖନ ଓ କୁଇଜ୍ ପ୍ରତିଯୋଗିତା 

masiha

Leave a Comment

error: Content is protected !!