ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ 

ସରସ୍ବତୀ ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ 

ବସ୍ତା,୧୫।୨: ବସ୍ତା ବ୍ଲକ୍ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ସରସ୍ବତୀ ବିଦ୍ୟାମନ୍ଦିରର ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଦସ୍ୟ ରାଧାକୃଷ୍ଣ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୂଖ୍ଯଅତିଥି ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ବିରଞ୍ଜନ ଦାସମହାପାତ୍ର, ମୂଖ୍ଯବକ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଚ୍ୟୁତାନନ୍ଦ ଗିରି,ସମ୍ମାନିତ ଅତିଥି ସମାଜସେବୀ ଜଗନ୍ନାଥ ଗିରି,ଡ଼. ପ୍ରଦୀପ ବେହେରା, ରଣଜିତ ସାହୁ, ଗୋପାଳକୃଷ୍ଣ ମହାପାତ୍ର,ସିଦ୍ଧାର୍ଥ ମହାନ୍ତି,ଅଭୟ ଦାସ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ନୀତିବାନ, ସଂସ୍କାରବାନ ହେବାକୁ ଉପଦେଶ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ। ବିଦ୍ଯାମନ୍ଦିରର ପ୍ରଧାନ ଆଚାର୍ଯ୍ଯ ମନୋରଞ୍ଜନ ବେହେରା ଅତିଥି ପରିଚୟ ପ୍ରଦାନ,ଗୁରୁମା ମମତାରାଣୀ ଦାସ ବାର୍ଷିକ ବିବରଣୀ ପାଠ ଓ ସମ୍ପାଦକ ପ୍ରଶାନ୍ତ କୁମାର କୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ।ଜଗତ କୁମାର ଗିରି, ସରସ୍ୱତୀ କର, ଶଶୀକଳା ଦାସ, ସଂଯୁକ୍ତା ପାତ୍ର, ରଞ୍ଜିତା ଗିରି, ମାମା ପ୍ରଧାନ, କୁନିମଣି ବେହେରା ପ୍ରମୁଖ ଗୁରୁଜୀ ଗୁରୁମା ଓ ପରିଚାଳନା କମିଟିର ସଭ୍ଯମାନେ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସାର କଳା ବଜାରି ରୋକିବା ପାଇଁ ସ୍ବତନ୍ତ୍ର ଟିମ ର ଚଢ଼ାଉ

Sunil Chandra Nayak

ରାୟଗଡା ଠାରେ ଜିଲ୍ଳାସ୍ତରୀୟ ୮୮ତମ ଓଡିଶା ଦିବସ ପାଳିତ

Sunil Chandra Nayak

ଜାତୀୟ ସାମ୍ବାଦିକ ଦିବସ ପାଳନ ଅବସରରେ “ଆଗେଇବା”ପରିବାର ଢେଙ୍କାନାଳ ଓ “ଆମ ପ୍ରତିଭା ଆମ ସମ୍ମାନ” ତରଫରୁ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ 

masiha

Leave a Comment

error: Content is protected !!